Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ଶୁଭାରମ୍ଭ
ଆଜିର ଖବର

ଭୁବନେଶ୍ୱରରେ ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ଶୁଭାରମ୍ଭ

September 30, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଉଭୟ ବାଳକ ଓ ବାଳିକା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି।

ଶୁକ୍ରବାର ଦିନ ନକ୍ ଆଉଟ୍ ପଦ୍ଧତିରେ ୧୧ ବର୍ଷରୁ କମ୍‌, ୧୫ ବର୍ଷରୁ କମ୍ ଏବଂ ବରିଷ୍ଠ ବିଭାଗରେ ପ୍ରତିଯୋଗୀଙ୍କୁ ନେଇ ମୋଟ ୧୨୦ଟି ମ୍ୟାଚ ଖେଳାଯାଇଥିଲା। ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ କମ, ୧୭ ବର୍ଷରୁ କମ, ୧୫ ବର୍ଷରୁ କମ, ୧୩ ବର୍ଷରୁ କମ, ୧୧ ବର୍ଷରୁ କମ ବୟସ ବର୍ଗରେ ବିଭିନ୍ନ ମ୍ୟାଚ ଖେଳାଯାଉଛି।

ଶୁକ୍ରବାର ଦିନ ୧୧ ବର୍ଷରୁ କମ, ୧୫ ବର୍ଷରୁ କମ ଏବଂ ବରିଷ୍ଠ ବର୍ଗରେ ମ୍ୟାଚ ହୋଇଥିଲା। ୧୧ ବର୍ଷରୁ କମ ବର୍ଗରେ ୪୮ଜଣ ଖେଳାଳି ଭାଗ ନେଇଥିଲେ। ସେମାନଙ୍କ ଭିତରୁ ବାଳକ ବର୍ଗରେ ୧୬ ଜଣ ପ୍ରି-କ୍ୱାର୍ଟର ଏବଂ ବାଳିକା ବର୍ଗରେ ୪ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ସେହିପରି ୧୫ ବର୍ଷରୁ କମ ବୟସ ବର୍ଗରେ ଭାଗ ନେଇଥିବା ୯୬ ଜଣ ପ୍ରତିଯୋଗୀଙ୍କ ଭିତରୁ ୪୮ ଜଣ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ସିନିୟର ପୁରୁଷ ବର୍ଗରେ ୬୪ ଜଣଙ୍କ ଭିତରୁ ୮ ଜଣ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ବେଳେ ୩୨ ଜଣ ମହିଳାଙ୍କ ଭିତରୁ ୪ ଜଣ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

“୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁସଂଖ୍ୟାରେ ପ୍ରତିଯୋଗୀମାନେ ଭାଗ ନେଇଛନ୍ତି । ସେମାନେ ନିଜ ନିଜ ବର୍ଗରେ ଆଗାମୀ ଜାତୀୟ ସ୍ତରର ଇଭେଣ୍ଟରେ ରାଜ୍ୟକୁ ପ୍ରତିନିଧିତ୍ୱ କରିବା ପାଇଁ ରାଙ୍କିଙ୍ଗ୍ ପଏଣ୍ଟ ଅର୍ଜନ କରିବେ ବୋଲି ଆଶା ରହିଛି”, କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନର ସାଧାରଣ ସଂପାଦକ ସ୍ମୃତିରଞ୍ଜନ ଦାସ ।

ଅକ୍ଟୋବର ୨ ତାରିଖଯାଏଁ ଏହି ଚାମ୍ପିୟନସିପ ଚାଲିବ । ବିଭିନ୍ନ ବର୍ଗରେ ଚାମ୍ପିୟନ ହୋଇଥିବା ଖେଳାଳିମାନଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯିବ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ମହାରଣା, ଯୁଗ୍ମ ସଚିବ ଶଶାଙ୍କ ଶେଖର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପି.କେ ସାମନ୍ତରାୟ, ତ୍ରୈଲୋକ୍ୟ ରାଉତ, ବିଜନ ଦାସମହାପାତ୍ର ଏବଂ ତପନ ଖା ସହଯୋଗ କରିଥିଲେ ।

ଟେବୁଲ ଟେନିସ ଭୁବନେଶ୍ୱର ରାଙ୍କିଙ୍ଗ୍ ଚାମ୍ପିୟନସିପ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026
Latest News

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

April 24, 2026

ଗଛକୁ ପିଟିଲା ସ୍କୁଟି: ଜଣେ ମୃତ

April 24, 2026

ବନବିଭାଗ କର୍ମଚାରୀଙ୍କୁ ନିର୍ଧୂମ ପିଟିଲେ

April 24, 2026

ବଢିଲା ଇସ୍ରାଏଲ – ଲେବାନନ ଅସ୍ତ୍ରବିରତି ଅବଧି

April 24, 2026

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ପାଖ ମାଡିବନି ଲୁ

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.