Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ପ୍ରଧାନମନ୍ତ୍ରୀଙ୍କ ତେଲଙ୍ଗାନା ଗସ୍ତ: ଜାଣନ୍ତୁ ମୋଦୀଙ୍କ କାର୍ଯ୍ୟକ୍ରମ
ଆଜିର ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ତେଲଙ୍ଗାନା ଗସ୍ତ: ଜାଣନ୍ତୁ ମୋଦୀଙ୍କ କାର୍ଯ୍ୟକ୍ରମ

October 1, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନା ଗସ୍ତ କରିବେ । ପ୍ରାୟ ଅପରାହ୍ନ ୨ଟା ୧୫ ମିନିଟ୍‌ରେ ପ୍ରଧାନମନ୍ତ୍ରୀ ମେହବୁବ ନଗର ଜିଲ୍ଲାରେ ପହଞ୍ଚି ୧୩, ୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ସେଗୁଡିକ ମଧ୍ୟରେ ସଡକ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଉଚ୍ଚଶିକ୍ଷା କ୍ଷେତ୍ରମାନ ରହିଛି । କାର୍ଯ୍ୟକ୍ରମ କାଳରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଟ୍ରେନ ସେବାକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଦେଶରେ ଆଧୁନିକ ସଡକ ଭିତ୍ତିଭୂମିର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୂରଦୃଷ୍ଟି ରହିଛି ସେହି ପରିପ୍ରେକ୍ଷୀରେ କାର୍ଯ୍ୟକ୍ରମ କାଳରେ ଏକାଧିକ ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ । ନାଗପୁର-ବିଜୟୱାଡା ଆର୍ଥିକ କରିଡର ସମ୍ପର୍କୀତ କେତେକ ପ୍ରମୁଖ ସଡକ ପ୍ରକଳ୍ପର ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ୱରଙ୍ଗଲରୁ ଖମାମ ପର୍ଯ୍ୟନ୍ତ ୧୦୮ କି.ମି. ଦୀର୍ଘ ଚାରିଲେନ ବିଶିଷ୍ଟ ଗ୍ରୀନ ଫିଲ୍ଡ ହାଇୱେ ଏନଏଚ୧୬୩ଜି ଏବଂ ୯୦ କିଲୋମିଟର ଦୀର୍ଘ ଖମାମ-ବିଜୟୱାଡା ସେକ୍ସନର ଏନଏଚ-୧୬୩ଜି ଗ୍ରୀନଫିଲ୍ଡ ହାଇୱେ । ଏହି ସଡକ ପ୍ରକଳ୍ପ ଦ୍ୱୟ ୬୪୦୦କୋଟି ଟଙ୍କା ବ୍ୟୟରେ ବିକଶିତ ହେବ । ଏହି ପ୍ରକଳ୍ପ ସମ୍ପର୍ଣ୍ଣ ହେଲେ ୱାରଙ୍ଗଲ ଓ ଖମାମ୍ ମଧ୍ୟରେ ଦୂରତା ୧୪କିଲୋମିଟର ଏବଂ ଖମାମ ଓ ବିଜୟୱାଡା ମଧ୍ୟରେ ଦୂରତା ୨୭କିଲୋମିଟର ହ୍ରାସ ପାଇବ ।

ପ୍ରଧାନମନ୍ତ୍ରୀ ମଧ୍ୟ ସୂର୍ଯ୍ୟପେଟରୁ ଖମାମ ସେକ୍ସନର ଏନଏଚ୩୬୫ବିବିର ୫୯କିଲୋମିଟର ଦୀର୍ଘ ଚାରିଲେନ ଯୁକ୍ତ ରାସ୍ତାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୨୪୬୦ କୋଟି ଟଙ୍କା  ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ହାଇଦ୍ରାବାଦ-ବିଶାଖାପାଟଣା କରିଡର ଓ ଭାରତମାଳା ପରିଯୋଜନା ଅଧୀନରେ ବିକଶିତ ହୋଇଛି । ଏହା ଦ୍ୱାରା ଖମାମ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳକୁ ଉତ୍ତମ  ଯୋଗାଯୋଗ ସମ୍ଭବ ହେବ ।

ପ୍ରକଳ୍ପ ମଧ୍ୟରେ ପ୍ରଧାନମନ୍ତ୍ରୀ ୩୭କିଲୋମିଟର ଦୀର୍ଘ ଜାକଲେଇ କ୍ରିଷ୍ଣା ନୂତନ ରେଳଲାଇନର ମଧ୍ୟ ଉଦ୍‌ଘାଟନ କରିବେ । ୫୦୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ରେଳଲାଇନ ଯୋଗୁଁ ପ୍ରଥମ ଥର ନିମନ୍ତେ ନାରାୟଣପେଟ ଭଳି ଅନଗ୍ରସର ଜିଲ୍ଲା ମଧ୍ୟ ରେଳ ମାନଚିତ୍ରରେ ସ୍ଥାନ ପାଇବ । ପ୍ରଧାନମନ୍ତ୍ରୀ ମଧ୍ୟ ହାଇଦ୍ରାବାଦ (କଚେଗୁଡା)-ରାୟଚୁର-ହାଇଦ୍ରାବାଦ (କଚେଗୁଡା) ଟ୍ରେନ ସେବାର ପତାକା ଦେଖାଇ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରାଇବେ । ଏହି ଟ୍ରେନ ସେବା ତେଲେଙ୍ଗାନା ହାଇଦ୍ରାବାଦ, ରଙ୍ଗାରେଡ୍ଡୀ, ମେହବୁବନଗର, ନାରାୟଣପେଟ ଜିଲ୍ଲା, କର୍ଣ୍ଣାଟକର ରାୟଚୁର ଜିଲ୍ଲାକୁ ସଂଯୋଗ କରିବ । ଏହି ରେଳପଥ ପ୍ରଥମ ଥର ପାଇଁ ମେହେବୁବ ନଗର ଓ ନାରାୟଣପେଟ ଭଳି ଅନଗ୍ରସର ଜିଲ୍ଲାଗୁଡିକୁ ସଂଯୋଗ କରିବା ଦ୍ୱାରା ବିଦ୍ୟାର୍ଥୀ, ଦୈନିକ ଯାତାୟତକାରୀ, ଶ୍ରମିକ ଓ ସ୍ଥାନୀୟ ଅଞ୍ଚଳ ହନ୍ତତନ୍ତ ଶିଳ୍ପ କାରିଗରଙ୍କ ନିମନ୍ତେ ବେଶ୍ ସୁବିଧାଜନକ ହେବ ।

ଦେଶରେ ଲଜିଷ୍ଟିକ ସାମର୍ଥ୍ୟ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପରିପ୍ରେକ୍ଷୀରେ ଦେଶର ପ୍ରମୁଖ ତୈଳ ଓ ଗ୍ୟାସ ପାଇପ୍‌ଲାଇନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଏହି ଅବସରରେ ସମ୍ପନ୍ନ ହେବ । ପ୍ରଧାନମନ୍ତ୍ରୀ ହାସାନ-ଚେର୍ଲାପାଲ୍ଲୀ ଏଲପିଜି ପାଇପଲାଇନ ପ୍ରକଳ୍ପକୁ ଉଦ୍‌ଘାଟନ କରିବେ । ୨୧୭୦କୋଟି ଟଙ୍କାରେ ନିର୍ମିତ ଏହି ଏଲପିଜି ପାଇପ ଲାଇନ କର୍ଣ୍ଣାଟକର ହାସାନରୁ (ହାଇଦ୍ରାବାଦ ଆଖାପାଖ) ଚେର୍ଲାପାଲ୍ଲୀ ଅଞ୍ଚଳକୁ ନିରାପଦ, କମ୍ ବ୍ୟୟସାପେକ୍ଷ ଓ ପରିବେଶ ଅନୁକୂଳ ଏଲପିଜି ପରିବହନ ଓ ବଣ୍ଟନର ସୁବିଧା କରାଇବ । ସେ ମଧ୍ୟ ବହୁ ଦ୍ରବ୍ୟ ଯୁକ୍ତ ଭାରତ ଓ ପେଟ୍ରୋଲିୟମ ନିଗମ ଲିମିଟେଡ (ବିପିସିଏଲ୍‌) ପାଇପ୍‌ଲାଇନ, କ୍ରିଷ୍ଣା ପାଟନମ୍‌ରୁ ହାଇଦ୍ରାବାଦ (ମଲକାପୁର) ପର୍ଯ୍ୟନ୍ତର ଶିଳାନ୍ୟାସ କରିବେ । ୪୨୫ କିଲୋମିଟର ଦୀର୍ଘ ପାଇପଲାଇନ ୧୯୪୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଏହି ପାଇପ ଲାଇନ ଯୋଗୁଁ ସେ ଅଞ୍ଚଳବାସୀ ନିରାପଦ, ଶୀଘ୍ର କାର୍ଯ୍ୟକ୍ଷମ ଓ ପରିବେଶ ଅନୁକୂଳ ପେଟ୍ରୋଲିୟମ ସାମଗ୍ରୀ ପାଇପାରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପାଞ୍ଚଟି ନୂତନ ଭବନର ଉଦ୍‌ଘାଟନ କରିବେ । ସେଗୁଡିକ ହେଲା ସ୍କୁଲ ଅଫ ଇକନମିକ୍ସ, ସ୍କୁଲ ଅଫ ମାଥେମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ, ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡିଜ, ଲେକଚର ହଲ କମ୍ପେକ୍ସ-ଆଇଆଇଆଇ ଓ ସରୋଜିନୀ ନାଇଡୁ ସ୍କୁଲ ଅଫ ଆର୍ଟ ଆଣ୍ଡ କମ୍ୟୁନିକେସ (ଆନେକ୍ସୀ) । ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଉନ୍ନୀତ ହେବା ଦ୍ୱାରା ବିଦ୍ୟାର୍ଥୀ ଓ ଶିକ୍ଷାଦାନକାରୀ ଉଭୟଙ୍କ ନିମନ୍ତେ ଅନେକ ସୁବିଧା ହେବ ।

ତେଲଙ୍ଗାନା ଗସ୍ତ ନରେନ୍ଦ୍ର ମୋଦୀ ଶିଳାନ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ଦିନିକିଆ ଆନ୍ତର୍ଜାତୀୟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ଦେଇଥିବା ଶ୍ରେଷ୍ଠ ୭ ବୋଲର

October 12, 2025

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12, 2025

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 12, 2025

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025
Latest News

ଦିନିକିଆ ଆନ୍ତର୍ଜାତୀୟ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ରନ୍ ଦେଇଥିବା ଶ୍ରେଷ୍ଠ ୭ ବୋଲର

October 12, 2025

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12, 2025

ସେଚେଲ୍ସ ରାଷ୍ଟ୍ରପତି ଭାବେ ଡକ୍ଟର ପାଟ୍ରିକ୍ ହର୍ମିନିଙ୍କ ବିଜୟରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

October 12, 2025

ବାମରାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ସାମ୍ବାଦିକ ସୁରକ୍ଷା ଆଇନ ଓ ପେନସନ ପାଇଁ ଦୃଢ଼ ଦାବି

October 12, 2025

Jio Agentic AI: ଛୋଟ ଦୋକାନୀଙ୍କୁ ସହାୟକ ହେବ ‘ଜିଓ ଏଜେଣ୍ଟିକ ଏଆଇ ଆସିଷ୍ଟାଣ୍ଟ’, ଜାଣନ୍ତୁ ଏହା କଣ

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.