Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ‘ପ୍ରତିଶୋଧ’ ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର ହେବ କେବଳ ଜୀ-ସାର୍ଥକ ଚ୍ୟାନେଲରେ
ଆଜିର ଖବର

ଆଜି ‘ପ୍ରତିଶୋଧ’ ଫିଲ୍ମର ୱାର୍ଲ୍ଡ ଟିଭି ପ୍ରିମିୟର ହେବ କେବଳ ଜୀ-ସାର୍ଥକ ଚ୍ୟାନେଲରେ

October 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକ ଫିଲ୍ମସ୍‌ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ଫିଲ୍ମ ମାଧ୍ୟମରେ। ସବୁଥର ପରି ଏଥର ମଧ୍ୟ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଫିଲ୍ମ ‘ପ୍ରତିଶୋଧ’ ସଫଳ ହୋଇଛି ନାରୀର ଭିନ୍ନ ଏକ ରୂପ ଦେଖାଇବାରେ। ୨୫ତାରିଖରେ ପ୍ରଥମ ଥର ପାଇଁ ଜୀ-ସାର୍ଥକ ଫିଲ୍ମସ୍‌ ନିବେଦିତ ଓ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓଡ଼ିଆ ଫିଲ୍ମ ‘ପ୍ରତିଶୋଧ’ ରିଲିଜ୍ ହୋଇଥିଲା ଓଡ଼ିଶାର ବିଭିନ୍ନ ଫିଲ୍ମ ହଲ ରେ ଓ ଦର୍ଶକଙ୍କ ମନ ଜିତିଥିଲା। ଫିଲ୍ମ ଟି ହଲ ରିଲିଜ୍ ପରେ ଦର୍ଶକ ମାନେ ଦେଖିପାରିବେ ତାଙ୍କ ପ୍ରିୟ ଚ୍ୟାନେଲ ଜୀ-ସାର୍ଥକରେ। ‘ପ୍ରତିଶୋଧ’ର ୱାର୍ଲ୍ଡ ଟିଭି ପ୍ରିମିୟର ହେବ ଆଜି କେବଳ ଜୀ-ସାର୍ଥକ ଚ୍ୟାନେଲରେ। ଫିଲ୍ମକୁ ହଲରେ ଦର୍ଶକ ମାନେ ଯେପରି ଭଲପାଇବା ଦେଇଛନ୍ତି ସେହି ପରି ଟିଭିରେ ମଧ୍ୟ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛନ୍ତି।

ସାଇ ସ୍ବରାଜ ମଙ୍ଗରାଜଙ୍କ ନିର୍ଦ୍ଦେଶୀତ ‘ପ୍ରତିଶୋଧ’ରେ ଓଡ଼ିଆ ଫିଲ୍ମ ଜଗତର ଆଗଧାଡିର ନାୟିକା ତଥା ଅନେକ ଫିଲ୍ମରେ ନିଜର ଅଭିନୟର ପାରଦର୍ଶିତା ଯୋଗୁଁ ବହୁ ପୁରସ୍କାର ସାଉଁଟିଥିବା ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓ ଏଥିରେ ଏଲିନାଙ୍କ ବ୍ୟତୀତ କୁନା ତ୍ରିପାଠୀ, ସମରେଶ, ବବି ମିଶ୍ର ପ୍ରମୁଖ ଅଛନ୍ତି। ଫିଲ୍ମର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଭରଦ୍ବାଜ ପଣ୍ଡା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡ୍‌ଲି ରଥ।

ଜୀବନରେ ଅନେକ ଦୁଃଖଦ ପରିସ୍ଥିତିକୁ ସାମ୍‌ନା କରିଥିବା ଗୋଟିଏ ସାଧାରଣ ଝିଅ ସମୟାନ୍ତରରେ କିପରି ନିଜ ପ୍ରତି ହେଉଥିବା ଅନ୍ୟାୟର ପ୍ରତିଶୋଧ ନେଉଛି ତା’ ଉପରେ ଆଧାରିତ ଏହି ଚଳଚ୍ଚିତ୍ର। ଆକ୍ସନ୍‌ ଓ ଡ୍ରାମା ସହ ଦର୍ଶକଙ୍କୁ ଏକ ଭିନ୍ନ କାହାଣୀ ମାଧ୍ୟମରେ ଏହା ଦର୍ଶକଙ୍କୁ ବାନ୍ଧି ପାରିଛି। ପୂର୍ବରୁ ପ୍ରେମ ଆଧାରିତ ଫିଲ୍ମରେ ଚୁଲ୍‌ବୁଲି ଚରିତ୍ର କରି ଦର୍ଶକୀୟ ପ୍ରଶଂସା ସାଉଁଥିବା ଏଲିନା ‘ପ୍ରତିଶୋଧ’ରେ ବେଶ୍‌ କେତୋଟି ଆକ୍ସନ ସିନ୍‌ରେ ନଜର ଆସିଛନ୍ତି। ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିକୁ ଅନେକ ସଫଳ ଫିଲ୍ମ ଦେଇଥିବା ବେଳେ ‘ପ୍ରତିଶୋଧ’ ଫିଲ୍ମ ମାଧ୍ୟମରେ ଚଳଚ୍ଚିତ୍ର ଇତିହାସରେ ଏକ ମାଇଲ ଖୁଣ୍ଟ ନିଶ୍ଚୟ ସ୍ଥାପନ କରିବେ ବୋଲି ଜୀ-ସାର୍ଥକର ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

ପ୍ରତିଶୋଧ ୱାର୍ଲ୍ଡ ଟିଭି ପ୍ରିମିୟର
Share. Facebook Twitter LinkedIn Email WhatsApp Copy Link

Related Posts

VVIPଙ୍କ ଗସ୍ତ ସୂଚନା ଲିକ କଲେ କାର୍ଯ୍ୟାନୁଷ୍ଠାନ

May 28, 2026

ଓଡିଶାରେ ଚାଲିବ ଇଭି ବୋଟ

May 28, 2026

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଫସିଛି ମହାଯୁତି !

May 28, 2026

ରେଢ଼ାଖୋଲ ପୋଲିସ ଦ୍ୱାରା ଗଞ୍ଜେଇ ଜବତ: ବାଇକ୍ ସହ ଚୋରା ଚାଲାଣକାରୀ ଗିରଫ

May 28, 2026
Latest News

ଗୁଜୁରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

May 28, 2026

VVIPଙ୍କ ଗସ୍ତ ସୂଚନା ଲିକ କଲେ କାର୍ଯ୍ୟାନୁଷ୍ଠାନ

May 28, 2026

ଓଡିଶାରେ ଚାଲିବ ଇଭି ବୋଟ

May 28, 2026

ଅବସରପ୍ରାପ୍ତ ବିଚାରପତି ଗିରିବାଳା ସିଂହଙ୍କୁ ଗିରଫ କଲା ସିବିଆଇ

May 28, 2026

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱରେ ଫସିଛି ମହାଯୁତି !

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.