Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକାମ୍ର ନିର୍ବାଚନ ମଣ୍ଡଳୀର ପଦଯାତ୍ରା
ଆଜିର ଖବର

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକାମ୍ର ନିର୍ବାଚନ ମଣ୍ଡଳୀର ପଦଯାତ୍ରା

October 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ
ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଏକାମ୍ର ନିର୍ବାଚନ ମଣ୍ଡଳୀର ପଦଯାତ୍ରା

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ମହାବୀର ନଗରରୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ନେତା ତଥା କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନିର୍ଦ୍ଧାରିତ “ଘରେ ଘରେ କଂଗ୍ରେସ- ଘରେ ଘରେ ହାତ” କାର୍ଯ୍ୟକ୍ରମ  ପଦଯାତ୍ରା ଆରମ୍ଭ କରାଯାଇଛି।

କଂଗ୍ରେସ ନେତୃବର୍ଗ ଏବଂ କର୍ମୀମାନେ ଘରକୁ ଘର ଯାଇ ସେ ଅଂଚଳର ଜନସାଧାରଣଙ୍କୁ ୨୩ ବର୍ଷର ବିଜେଡ଼ି ସରକାରର ପ୍ରତିଶ୍ରୁତି ଓ ପ୍ରତାରଣା ଏବଂ କେନ୍ଦ୍ରର ୧୦ ବର୍ଷର ସରକାରର ତୁହାକୁ ତୁହା ମିଛି ପ୍ରତିଶ୍ରୁତି ଛଡ଼ା ରାଜ୍ୟ ଓ ଦେଶରେ ଜନସାଧାରଣଙ୍କ ମଙ୍ଗଳ ପାଇଁ କିଛି ଗୋଟିଏ ବୋଲି କାମ କରିନାହାନ୍ତି। ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ଆଜି ସୃଷ୍ଟି ହୋଇଛି। ଲୋକଙ୍କ ଦ୍ୱାରା ନିର୍ବାଚିତ ବିଜୁଜନତା ଦଳର ସାଂସଦ, ବିଧାୟକ ଓ ବରିଷ୍ଠ ନେତୃଗଣଙ୍କର କୌଣସି କ୍ଷମତା ନାହିଁ।

ଏମାନେ ସମସ୍ତେ ନିର୍ଦ୍ଧିଷ୍ଟ ଗୋଟିଏ ସରକାରୀ କର୍ମଚାରୀ ଦ୍ୱାରା ପରିଚାଳିତ। ଯେତେ ସବୁ ପ୍ରତିଶ୍ରୁତି ବିଜେଡ଼ି ସରକାର ଦୀର୍ଘ ୨୩ ବର୍ଷ ଭିତରେ ଜନସାଧାରଣଙ୍କୁ ଦେଇଥିଲେ ସେସବୁ ଗୁଡ଼ିକ ମିଛ ପ୍ରତିଶ୍ରୁତି ଥିଲା ବୋଲି ଜନସାଧାରଣଙ୍କୁ ବୁଝାଇଥିଲେ। ଘରକୁ ଘର ଯାଇ କଂଗ୍ରେସର ପ୍ରଚାରପତ୍ର ଦେଇଥିଲେ। କଂଗ୍ରେସ ସରକାର ଆସିଲେ ସେ ଅଂଚଳର ନିଶ୍ଚିତ ବିକାଶ ଘଟିବ ବୋଲି ସ୍ଥିର ପ୍ରତିଶ୍ରୁତି ଦେଇଥିଲେ। ପଦଯାତ୍ରା ଶିଶୁପାଳଗଡ଼ ପଂଚାୟତ ପାଖରେ ସମାପ୍ତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, କିଶୋର ଜେନା, ଚିନ୍ମୟ ସୁନ୍ଦର ଦାସ, ସୁବ୍ରତ ମହାପାତ୍ର, ପ୍ରଶାନ୍ତ ଚମ୍ପତି, ଦେବରାଜ ମିଶ୍ର, ଅଶୋକ ଦାସ, ଇନ୍ଦ୍ରଜିତ ପରିଡ଼ା, ପ୍ରଶନ୍ନ ନାୟକ, ଦେବୀପ୍ରସାଦ ସ୍ୱାଇଁ, ସୌମେନ୍ଦ୍ର ମହାନ୍ତି, ବିପିନ ବିହାରି ରାଉତ, ପ୍ରଭାତ ପ୍ରତାପ ସିଂ, ମନୋରଞ୍ଜନ ବଟୁ, ଶ୍ରୀୟାସ୍ମିତା ପଣ୍ଡା, ଜୟଶ୍ରୀ ପାତ୍ର, ପୁଷ୍ପିତା ଦାସ, ରଶ୍ମି ମହାପାତ୍ର,ରିନା ସାହୁ, ସଂକୁନା କହଁର, ସେକ ତାକୱିନ, କ୍ଷୀରୋଦ ବେହେରା, ମହମ୍ମଦ ସାହାଦୁଲ୍ଲା, ଖଗେଶ୍ୱର ମଲ୍ଲିକ, ପ୍ରଶନ୍ନ ପାଇକରାୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Congress କଂଗ୍ରେସ ପଦଯାତ୍ରା ଘରେଘରେ କଂଗ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ଝଟକା: ଫାଲଟା ଆସନରେ ନିର୍ବାଚନ ଲଢିବାକୁ ମନା କଲେ ଟିଏମସି ପ୍ରାର୍ଥୀ

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026

ବ୍ରହ୍ମପୁରରେ ଦୁଇ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ରାଜ୍ୟ ସରକାରକୁ ଘେରିଲେ ନବୀନ

May 19, 2026

ନବୀନ ନିବାସରେ ବିଲୁଆ ଓ ଶାଳିଆପତନି, ନନ୍ଦନକାନନ ଅଧିକାରୀ କଲେ କାବୁ

May 19, 2026

ଭାରତରେ ଖେଳାଯିବ ବିଗ୍ ବ୍ୟାସ୍ ଲିଗ୍: ଜାଣନ୍ତୁ କେବେ ଏବଂ କେଉଁଠାରେ ହେବ ମ୍ୟାଚ୍

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.