ସଡ଼କ ଦୁର୍ଘଟଣା ମାମଲା: ଗିରଫ ହେଲେ ଚଳଚ୍ଚିତ୍ର ଅଭିନେତା

Published: Oct 1, 2023, 7:19 pm IST

ବେଙ୍ଗାଲୁରୁ: ସଡ଼କ ଦୁର୍ଘଟଣା ମାମଲାରେ କନ୍ନଡ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣ ଏସଏସ ଙ୍କୁ ଗିରଫ କରାଯାଇଛି। ଏହି ଅଭିନେତା ଦ୍ରୁତ ଗତିରେ କାରରେ ଆସି ଦମ୍ପତିଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି ଯେଉଁଥିରେ ୪୮ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ତାଙ୍କ ୫୮ ବର୍ଷିୟ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ସୂଚନା ମିଳିଛି।

ସେପ୍ଟେମ୍ବର ୩୦ ତାରିଖରେ ବସନ୍ତପୁରା ମୁଖ୍ୟ ରାସ୍ତାରେ ଏହି ଘଟଣା ଘଟିଥିଲା। ପୋଲିସର ସୂଚନାନୁସାରେ, ପ୍ରେମା ଏସ (୪୮) ଏବଂ କୃଷ୍ଣ ବି (୫୮) ଫୁଟପାଥରେ ଯାଉଥିବାବେଳେ ଉତ୍ତରହଲ୍ଲୀରୁ କୋନାନକୁଣ୍ଟେ କ୍ରସ ଅଭିମୁଖେ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ବେପରୁଆ ଭାବେ କାର ଚଳାଇ ଦମ୍ପତିଙ୍କୁ ଧକ୍କା ଦେଇଥିଲେ।

ଗୁରୁତର ଆହତ ଦମ୍ପତିଙ୍କୁ ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା, ମହିଳା ଜଣକ ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ବରଣ କରିଥିବାବେଳେ ତାଙ୍କ ସ୍ୱାମୀ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା କୁମାରସ୍ୱାମୀ ଲେଆଉଟ୍ ଟ୍ରାଫିକ୍ ପୋଲିସ୍ ସୀମାରେ ଘଟିଥିଲା ​​ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନାଗଭୂଷଣଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଅଭିନେତା ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ପୋଲିସ କହିଛି ଯେ, ଏକ ମାମଲା ରୁଜୁ ହୋଇଛି ଏବଂ ଅଧିକ ତଦନ୍ତ ପାଇଁ କାର ଜବତ କରାଯାଇଛି।

Related posts