Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ 
ଆଜିର ଖବର

ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ 

October 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆୟୁଷ୍ମାନ ଭବ ଅଭିଯାନ ଅନ୍ତର୍ଗତ ସ୍ବଚ୍ଛତା ହି ସେବା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଆଜି ସକାଳ ୧୦ରେ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ଦେଶର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମକୁ ସାକାର ରୂପ ଦେବାକୁ ଏମ୍ସ ପକ୍ଷରୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଆହୁରି ଅନେକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି ଅନୁଷ୍ଠିତ ଏକ ଘଣ୍ଟା ଶ୍ରମଦାନ ସ୍ୱରୂପ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନେ ବ୍ୟାପକ ସଫେଇ କରିବା ସହିତ ସ୍ବଚ୍ଛତା ଅଭିଯାନ ନିମନ୍ତେ ଶପଥ ନେଇଥିଲେ। ଏଥିସହିତ ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ସମସ୍ତ ପର୍ଯ୍ୟଟକମାନଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରେରିତ କରିଥିଲେ।

ଏହି ଅବସରରେ ଏମ୍ସ ର କର୍ମଚାରୀମାନେ ଡେରାସ୍ ରେ ଥିବା ଏକ ସାର୍ବଜନୀନ ଶୌଚାଳୟକୁ ପରିଷ୍କାର କରୁଥିଲେ। ଅତ୍ୟନ୍ତ ଅପରିଷ୍କାର ଅବସ୍ଥାରେ ଥିବା ଏହି ଶୌଚାଳୟକୁ ସଫା କରିବା ଏକ ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ଥିଲା ନିଶ୍ଚୟ।

ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଜେ ଏସ ପିଲ୍ଲାଇ, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ମନୋଜ କୁମାର ମହାନ୍ତି, ଡ. ସୌଭାଗ୍ୟ କୁମାର ଜେନା, ଡ. ଅଶୋକ କୁମାର ଜେନା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ, କର୍ମଚାରୀ ସାମିଲ ହୋଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛତା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଏମ୍ସ ନିଜ ଶୈକ୍ଷିକ ପରିବେଶ ସମେତ ଆଖପାଖ ଅଞ୍ଚଳକୁ ପରିଚ୍ଛନ୍ନ ରଖିବା ଦିଗରେ ଶତତ ଯତ୍ନବାନ। ଆଜିର ଏହି ସଫେଇ କାର୍ଯ୍ୟକ୍ରମ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଛାତ୍ର ଛାତ୍ରୀ, କର୍ମଚାରୀ ଏବଂ ଅଧ୍ୟାପକଙ୍କ ଉତ୍ସାହ ଦେଖିବା ଭଳି ଥିଲା। ସ୍ବଚ୍ଛତା ଅଭିଯାନ ଅନ୍ତର୍ଗତ ଏମ୍ସ ଭୁବନେଶ୍ଵର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି।

ଆୟୁଷ୍ମାନ ଭବ ଅଭିଯାନ ଏମ୍ସ ଭୁବନେଶ୍ଵର ସଫେଇ ଅଭିଯାନ ସ୍ବଚ୍ଛତା ହି ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

June 3, 2026

ଜାପାନରେ ଓଡ଼ିଶାର ଗୌରବ: ଭାରତର ପ୍ରତିନିଧିତ୍ଵ କଲେ ରାଜ୍ୟର ୪ ମେଧାବୀ ଛାତ୍ରଛାତ୍ରୀ

June 3, 2026

ଓଡ଼ିଶାରେ ଏସଆଇଆର ଅଭିଯାନ: ଚତୁର୍ଥ ଦିନରେ ୪୧ ଲକ୍ଷରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ ଶେଷ

June 3, 2026

ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ନୂଆ ମାଇଲଖୁଣ୍ଟ: ମହାରାଷ୍ଟ୍ରରେ ତୃତୀୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳ

June 3, 2026
Latest News

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

June 3, 2026

ରୁଷ ତୈଳକୁ ନେଇ ଆମେରିକାର ଚାପ, ଭାରତର କଡ଼ା ଜବାବ

June 3, 2026

ଜାପାନରେ ଓଡ଼ିଶାର ଗୌରବ: ଭାରତର ପ୍ରତିନିଧିତ୍ଵ କଲେ ରାଜ୍ୟର ୪ ମେଧାବୀ ଛାତ୍ରଛାତ୍ରୀ

June 3, 2026

ଓଡ଼ିଶାରେ ଏସଆଇଆର ଅଭିଯାନ: ଚତୁର୍ଥ ଦିନରେ ୪୧ ଲକ୍ଷରୁ ଅଧିକ ଭୋଟରଙ୍କୁ ଫର୍ମ ବଣ୍ଟନ ଶେଷ

June 3, 2026

ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ନୂଆ ମାଇଲଖୁଣ୍ଟ: ମହାରାଷ୍ଟ୍ରରେ ତୃତୀୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.