Categories
ଆଜିର ଖବର ରାଜ୍ୟ ଖବର

ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ 

ଭୁବନେଶ୍ଵର: ଆୟୁଷ୍ମାନ ଭବ ଅଭିଯାନ ଅନ୍ତର୍ଗତ ସ୍ବଚ୍ଛତା ହି ସେବା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।

ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଆଜି ସକାଳ ୧୦ରେ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ଦେଶର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମକୁ ସାକାର ରୂପ ଦେବାକୁ ଏମ୍ସ ପକ୍ଷରୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଆହୁରି ଅନେକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି ଅନୁଷ୍ଠିତ ଏକ ଘଣ୍ଟା ଶ୍ରମଦାନ ସ୍ୱରୂପ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନେ ବ୍ୟାପକ ସଫେଇ କରିବା ସହିତ ସ୍ବଚ୍ଛତା ଅଭିଯାନ ନିମନ୍ତେ ଶପଥ ନେଇଥିଲେ। ଏଥିସହିତ ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ସମସ୍ତ ପର୍ଯ୍ୟଟକମାନଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରେରିତ କରିଥିଲେ।

ଏହି ଅବସରରେ ଏମ୍ସ ର କର୍ମଚାରୀମାନେ ଡେରାସ୍ ରେ ଥିବା ଏକ ସାର୍ବଜନୀନ ଶୌଚାଳୟକୁ ପରିଷ୍କାର କରୁଥିଲେ। ଅତ୍ୟନ୍ତ ଅପରିଷ୍କାର ଅବସ୍ଥାରେ ଥିବା ଏହି ଶୌଚାଳୟକୁ ସଫା କରିବା ଏକ ଉଦାହରଣ ସୃଷ୍ଟିକାରୀ ପଦକ୍ଷେପ ଥିଲା ନିଶ୍ଚୟ।

ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଜେ ଏସ ପିଲ୍ଲାଇ, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ମନୋଜ କୁମାର ମହାନ୍ତି, ଡ. ସୌଭାଗ୍ୟ କୁମାର ଜେନା, ଡ. ଅଶୋକ କୁମାର ଜେନା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ, କର୍ମଚାରୀ ସାମିଲ ହୋଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛତା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଏମ୍ସ ନିଜ ଶୈକ୍ଷିକ ପରିବେଶ ସମେତ ଆଖପାଖ ଅଞ୍ଚଳକୁ ପରିଚ୍ଛନ୍ନ ରଖିବା ଦିଗରେ ଶତତ ଯତ୍ନବାନ। ଆଜିର ଏହି ସଫେଇ କାର୍ଯ୍ୟକ୍ରମ ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଛାତ୍ର ଛାତ୍ରୀ, କର୍ମଚାରୀ ଏବଂ ଅଧ୍ୟାପକଙ୍କ ଉତ୍ସାହ ଦେଖିବା ଭଳି ଥିଲା। ସ୍ବଚ୍ଛତା ଅଭିଯାନ ଅନ୍ତର୍ଗତ ଏମ୍ସ ଭୁବନେଶ୍ଵର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଆୟୁଷ୍ମାନ ଭବ ଅଭିଯାନରେ ଗତ ତିନିଦିନ ମଧ୍ୟରେ ୨.୬ଲକ୍ଷ ରୋଗୀ ପଞ୍ଜୀକୃତ

ନୂଆଦିଲ୍ଳୀ: ସେବା ପକ୍ଷର ଅଂଶବିଶେଷଭାବେ ଆୟୁଷ୍ମାନ ଭବ ଅଭିଯାନ ଅଧୀନରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବାର ପୂର୍ଣ୍ଣତା ନିମନ୍ତେ ଦେଶବ୍ୟାପୀ ଅଭିଯାନ ୧୭ ସେପ୍ଟେମ୍ବର ଠାରୁ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେପ୍ଟେମ୍ବର ୧୩, ୨୦୨୩ଦିନ ‘ଆୟୁଷ୍ମାନ ଭବ’ ଅଭିଯାନ ଶୁଭାରମ୍ଭ କରିଥିଲେ। ଦେଶରେ ସାମଗ୍ରୀକ ସ୍ୱାସ୍ଥ୍ୟସେବା ଉପଲବ୍ଧତା ହେଉଛି ଏହି ଅଭିଯାନରର ମୂଳ ଲକ୍ଷ୍ୟ। ଭୌଗୋଳିକ ପରିସୀମା ନିର୍ବିଶେଷରେ କାହାରିକୁ ନ ଛାଡି ପ୍ରତ୍ୟେକ ଗ୍ରାମ ଓ ସହରକୁ ବିସ୍ତୃତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ହେଉଛି ସେବା ପକ୍ଷର ମୂଳଲକ୍ଷ୍ୟ।

ଆୟୁଷ୍ମାନ ଭବ ଅଭିଯାନର ଅଂଶ ସ୍ୱରୂପ ୧୭ ସେପ୍ଟେମ୍ବର, ୨୦୨୩ ପରଠାରୁ ୩୦,୦୦୦ ଆୟୁଷ୍ମାନ ମେଳା ଆୟୋଜିତ ହେବା ସହ ସେପ୍ଟେମ୍ବର ୧୯, ୨୦୨୩ ସୁଦ୍ଧା ୨.୫ ଲକ୍ଷ ରୋଗୀଙ୍କ ସମାଗମ ହୋଇଥିଲା। ୧୭ସେପ୍ଟେମ୍ବର, ୨୦୨୩ ଠାରୁ ଏହା ହେଉଛି ଆୟୁଷ୍ମାନ ମେଳାର ହିତାଧିକାରୀଙ୍କ ବିସ୍ତୃତ ତାଲିକା।

ଆୟୁଷ୍ମାନ ଭବ ଅଧୀନରେ ଆୟୁଷ୍ମାନ ମେଳାର ସଫଳତା ସମ୍ପର୍କରେ ନିମ୍ନରେ ଦର୍ଶାଯାଇଛି।

ଆୟୁଷ୍ମାନ ଭବ ଅଭିଯାନର ଅଂଶସ୍ୱରୂପ ଗତ ତିନିଦିନ ମଧ୍ୟରେ କେବଳ ୨. ୫ ଲକ୍ଷ ଏବିଏଚଏ ଆଇ.ଡି କାର୍ଡ ସୃଷ୍ଟି ହୋଇଥିବାବେଳେ, ୧୦ଲକ୍ଷରୁ ଅଧିକ ବ୍ୟକ୍ତି ମାଗଣା ଔଷଧ ଓ ନିଦାନ ସେବା ପାଇପାରିଛନ୍ତି। ଆୟୁଷ୍ମାନ କାର୍ଡ ବଂଟନ, ଆଭା ଆଇଡି ତିଆରି, ପ୍ରମୁଖ ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ସଚେତନତା ଓ ରୋଗ ଅବସ୍ଥା ଯଥା ଅଣ ସଂକ୍ରମକ ରୋଗ,ରାଜଯକ୍ଷ୍ମା, (ନିକ୍ଷୟ ମିତ୍ର), ରକ୍ତ ଶିକୁଳି ରୋଗ, ରକ୍ତଦାନ ଓ ଅଙ୍ଗଦାନ ଭଳି ଅଭିଯାନ

ସେବାପକ୍ଷ ପାଳନର ମୂଳଲକ୍ଷ୍ୟ

ସେବା ପକ୍ଷରୁ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ ନାଗରିକଗଣ ସେମାନଙ୍କ ନିକଟବର୍ତୀ ସ୍ୱାସ୍ଥ୍ୟା ଓ ସୁଧାର କେନ୍ଦ୍ର ଯାଇ ବୁଝି ପାରିବେ।

Categories
ବିଶେଷ ଖବର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ଉଦଘାଟିତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୧୩-୦୯-୨୦୨୩) ଗାନ୍ଧୀ ନଗର ସ୍ଥିତ ରାଜଭବନରୁ ଆଭାସୀ ମାଧ୍ୟମରେ ଆୟୁଷ୍ମାନ ଭବ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ‘ଆୟୁଷ୍ମାନ ଭବ’ ଅଭିଯାନର ଲକ୍ଷ୍ୟ ହେଛଛି କୌଣସି ବ୍ୟକ୍ତି ବା ଗ୍ରାମ ପଛରେ ପଡ଼ିବା ଅନୁଚିତ। ତା’ହେଲେ ଯାଇ ଆମ ଦେଶରେ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ସଫଳ ହୋଇପାରିବ। ଯଦି ପ୍ରତ୍ୟେକ ବ୍ୟକ୍ତି ଓ ପରିବାର ସୁସ୍ଥ ରହନ୍ତି, ତେବେ ଯାଇ ଏକ ସୁସ୍ଥ ଭାରତ ଗଠନ ସଂକଳ୍ପ ପୂରଣ ହେବ ବୋଲି ସେ କହିଛନ୍ତି। ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ବହୁ ମନ୍ତ୍ରୀମଣ୍ଡଳସ୍ତରୀୟ ପଦ୍ଧତି ଗ୍ରହଣ କରାଯାଇ ଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ। ଏଭଳି ବିରାଟ ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ।

ସମସ୍ତ ହିତାଧିକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ, ଗ୍ରାମବାସୀଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ କରିବା ପାଇଁ ଆୟୁଷ୍ମାନ ସଭା, ସ୍ବାସ୍ଥ୍ୟ ରକ୍ଷା ଓ ପୌଷ୍ଟିକତା, ଆୟୁଷ୍ମାନ ମେଳାର ଆୟୋଜନ ଏବଂ ସପ୍ତାହକୁ ଥରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ବିଶେଷଜ୍ଞ ଡାକ୍ତରଙ୍କ ପରିଦର୍ଶନ ଆୟୋଜନ ଭଳି ଆୟୁଷ୍ମାନ ଆପକେ ଦ୍ବାର ୩.୦ର ପଦକ୍ଷେପ ବେଶ୍ ପ୍ରଶଂସା ଯୋଗ୍ୟ ବୋଲି ଶ୍ରୀମତୀ ମୁର୍ମୁ କହିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଭାରତ ନୂଆ ନୂଆ ପ୍ରଯୁକ୍ତି ଓ କାର୍ଯ୍ୟ ପଦ୍ଧତି ଜରିଆରେ ବିପୁଳ ଉତ୍ସାହର ସହ ଅନେକ କ୍ଷେତ୍ରରେ ଏଠାରେ ଆଗେଇ ଚାଲିଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସେପ୍ଟେମ୍ବର ୨୦୨୧ରେ ଆରମ୍ଭ କରାଯାଇଥିବାରୁ ସେ ଖୁସୀ ବ୍ୟକ୍ତ କରିଥିଲେ। ଅନ୍ୟାନ୍ୟ କ୍ଷେତ୍ର ଭଳି ଭାରତ ସ୍ବାସ୍ଥ୍ୟ ଯତ୍ନ କ୍ଷେତ୍ରରେ ମଧ୍ୟ ଡିଜିଟାଲ ପଦ୍ଧତି ଅନ୍ତର୍ଭୁକ୍ତ କରି ଏକ ଦୃଷ୍ଟାନ୍ତ ରଖିବ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦେଶର ପ୍ରତି ଗ୍ରାମ ଓ ସହରରେ ପର୍ଯ୍ୟାପ୍ତ ସେବା ପହଞ୍ଚାଇବା ନିମନ୍ତେ ‘ଆୟୁଷ୍ମାନ ଭବ’ ଅଭିଯାନ ଭଳି ପଦକ୍ଷେପ ଦେଶବ୍ୟାପୀ ଯୋଜନା କରାଯାଇଛି। ଏହି ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨, ୨୦୨୩ ‘ସେବା ପକ୍ଷ’ରେ ତ୍ବରାନ୍ବିତ କରାଯିବ