Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଳାଷ୍ଟମୀରେ ଶୟନରୁ ଉଠିଲେ ମା’ ଭଗବତୀ, ସହସ୍ର କୁମ୍ଭ ସୁବାସିତ ଜଳରେ ସ୍ନାନ ପରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗୋତ୍ସବ
ଆଜିର ଖବର

ମୁଳାଷ୍ଟମୀରେ ଶୟନରୁ ଉଠିଲେ ମା’ ଭଗବତୀ, ସହସ୍ର କୁମ୍ଭ ସୁବାସିତ ଜଳରେ ସ୍ନାନ ପରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗୋତ୍ସବ

October 6, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଧରାପୃଷ୍ଟରେ ଶରତର ଆଗମନ। ମେଘମୁକ୍ତ ନିର୍ମଳ ଆକାଶ। ସବୁଜ କେଦାର ଧାରେ ଧାରେ ଢ଼ଳଢଳ ଉଲ୍ଲସିତ କାଶତଣ୍ଡୀ। କଳକଳ ତଟିନୀର କାଚ଼ କେନ୍ଦୁ ଜଳ। ଅପେକ୍ଷା ମା’ଙ୍କ ଆଗମନୀକୁ। ଆଶ୍ଵିନ କୃଷ୍ଣ ଅଷ୍ଟମୀ। ମା’ ଆସୁଛନ୍ତି। ଦେହ ମନ … ପ୍ରାଣରେ ଅ ପୂର୍ବ ଶିହରଣ। ସଚରାଚ଼ର ଜୀବଜଗତରେ ଅପୂର୍ବ ଆନନ୍ଦ। ନୀଳ କଇଁର ପାଖୁଡ଼ାରେଶିଶିର ସରସ ବିନ୍ଦୁ ଝଲମଲ।

ଖୋର୍ଦ୍ଧା ଜିଲ୍ଲାର ପ୍ରଖ୍ୟାତ ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା ଭଗବତୀଙ୍କ ପୀଠ ଚଳଚଞ୍ଚଳ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ମୂଳାଷ୍ଟମୀ ଦେବୀ ଉତ୍ଥାପନ ସହସ୍ର କୁମ୍ଭ ଅଭିଷେକ। ଚିଲିକାରେ ନୌବିହାର ସାରି ଶୟନରେ ଥିଲେ ମା’। ଆଜି ଅମୃତଲଗ୍ନରେ ସ୍ରୋତ୍ରୀୟ ବ୍ରାହ୍ମଣ ପଣ୍ଡିତ ବାମନ ଚରଣ ଦାଶ ଓ ସନତ ରଥ ଙ୍କମନ୍ତ୍ର ଉଚ୍ଚାରଣ, ଘଣ୍ଟା ଘଣ୍ଟ କାହାଳୀ ଢୋଲ ମହୁରୀର, ନିନାଦରେ ପାଳିଆ ମାଳିଙ୍କ ଡାକ “ଉଠମା ରାଜରାଜେଶ୍ଵରୀ, ତ୍ରିଭୂବନ ମୋହିନୀ, ମହାମାଇ, କଲ୍ୟାଣମୟୀ, ଆନନ୍ଦମୟୀ ମା’। ଜଗତର କଲ୍ୟାଣ ପାଇଁ ନିଦ୍ରା ଭଙ୍ଗ ହେଉ ମା'”ରେ ମା’ ନିଦ୍ରାରୁ ଉଠିଛନ୍ତି । ସହସ୍ରକୁମ୍ଭ ସୁବାଷିତଜଳରେ ସ୍ନାନ କରାଯାଇ ରାଜାଙ୍କ ପ୍ରଦତ୍ତ ପାଟବସ୍ତ୍ର , ମନ୍ଦାର ମାଳ ପରିଧାନ ପରେ ସେ ବାୟତଙ୍କ ଗହଣରେ ମା’କାଠି ଠାକୁରାଣୀ ଥାଟ ପଟୁଆରରେ ନୃତ୍ୟ କରି ପର୍ବଗୃହକୁ ବିଜେ କରି ବେ ମା’। ନିଶାର୍ଦ୍ଧରେ ଆରମ୍ଭ ହେବ ତନ୍ତ୍ର ପୂଜା।

ପର୍ବ ଆରମ୍ଭ ପୂର୍ବରୁ ମନ୍ଦିର ପୁରୋହିତ ସାରଦା ପ୍ରସାଦସାମନ୍ତରାୟ ସେବାୟତଙ୍କ ଗହଣରେ ପାରିକୁଦ ରାଜାସାହେବ ଙ୍କ ନଅରରୁ ରାଜାଙ୍କ ଅନୁପସ୍ତିତିରେ ରାଜଗୁରୁଙ୍କ ଠାରୁ ଗୁଆ ପଇତାଗ୍ରହଣ କରିବା ପରେ ଶ୍ରୀ ଶ୍ରୀ ଦ6କ୍ଷଶ୍ଵର ଦେବଙ୍କ ପୀଠରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ମା’ କନକ ଦୁର୍ଗା କଦଳୀ ବୃକ୍ଷଆମ୍ରପତ୍ର ତୋରଣ ଆଛାଦିତ ସ୍ନାନବେଦୀରେ ସ୍ନାନ ସାରି ସିଂହାସନ କୁ ବିଜେ କରିବାପରେ ଷୋଡଷ ଉପଚାରରେ ପୂଜା କରାଯାଇଥିଲା।

ମନ୍ଦିରର ପରମ୍ପରା କ୍ରମେ ଅଷ୍ଟମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଭଗବତାଙ୍କ ଚଳନ୍ତି ପ୍ରତିମା ମା’କାଠି ଠାକୁରାଣୀ ବନ ଦୁର୍ଗା ବେଶରେ ପ୍ରତିଦିନ ସଂଧ୍ୟାରେ ନୃତ୍ୟ କରି ନିଜ ମନ୍ଦିରର ପର୍ବଗୃହରେ ବିଜେ କରିବା ପରେ ବାହାର ପର୍ବ ଅନୁଷ୍ଠିତ ହେବ । ସବୁଠାରୁ ନିଆରା ପରମ୍ପରା ଅନୁସାରେ ନରବଳୀର ପ୍ରତୀକବଳି ଜେନା ନୃତ୍ୟ ମଧ୍ୟ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଠାରୁ ପ୍ରକାଶ।

DurgaPuja ମା’ ଭଗବତୀ ଶାରଦୀୟ ଦୁର୍ଗୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.