Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସମବେଦନା
ଆଜିର ଖବର

ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ପରିବାରକୁ ଆର୍ଥିକ ସମବେଦନା

October 7, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜକୁ ୧୧ ଦିନ ତଳେ ଏକ ସଡକ ଦୁର୍ଘଟଣାରେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ବାଲେଶ୍ୱର ନିବାସୀ କ୍ରୀଡା ଶିକ୍ଷକ ପ୍ରଭାସ କୁମାର ଜେନାଙ୍କ ମୃତ୍ୟୁ ସମଗ୍ର ଶିକ୍ଷକ ସମାଜକୁ ସ୍ତବ୍ଧ କରିଦେଇଥିଲା। ପ୍ରଭାସଙ୍କ ଏକାଦଶ କାର୍ଯ୍ୟରେ ଆଜି ଓଡିଶା ସରକାରୀ CBT ଶିକ୍ଷକ ସଙ୍ଘ ସାମିଲ ହୋଇଥିଲା। ସଙ୍ଘର ଆବାହକ ମନୋଜ କୁମାର ଜେନା, ନବରଙ୍ଗପୁର ପ୍ରତିନିଧି ଅଞ୍ଜନ କୁମାର ଦେ ଏବଂ ଅଜୟ କୁମାର କମିଳା ପ୍ରବଳ ବନ୍ୟାଜଳକୁ ପାର କରି ତାଙ୍କ ଗ୍ରାମରେ ପହଞ୍ଚି ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି।

ପ୍ରଭାସ ଜେନାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି। ନିଷ୍ଠୁର ମୃତ୍ୟୁ ଆଗରେ ରାଜ୍ୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ତମ୍ଭିଭୂତ। ପରିବାରରେ ଏକମାତ୍ର ରୋଜଗାରିଆ ପୁଅର ଫେରିବା ବାଟକୁ ଚାହିଁ ରହୁଥିବା ବାପା ମା’ ଆଜି ବେସାହାରା। ଚାକିରି ମାତ୍ର ଅଳ୍ପ ଦିନର ରେଗୁଲାର। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କିଛି କିଛି ଆର୍ଥିକ ସାହାଯ୍ୟ କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବାକୁ ଛୋଟ ପ୍ରୟାସ କରିଛନ୍ତି। ଆଜି ୩,୫୫,୧୦୫ ଟଙ୍କା ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ସମସ୍ତ ଶିକ୍ଷକ ମାନଙ୍କ ସହଯୋଗକୁ ସି .ବି .ଟି ସଂଘ ତରଫରୁ ସଲାମ କରାଯାଇଛି।

ସଙ୍ଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ଶୁଭ୍ରଜିତ ପ୍ରତିହାରୀ, ବିଜୟ ମଲ୍ଲ, ମହାସଚିବ ଦେବାଶିଷ ଜେନା, ଆବାହକ ମନୋଜ ଜେନା, ସଭାପତି ରାଜେନ୍ଦ୍ର ମଲ୍ଲିକ, ସମ୍ପଦକ ଦେବରାଜ ସାହୁ ସମେତ ସଙ୍ଘର ଅନ୍ୟ ସଦସ୍ୟ ମାନେ ଶୋକ ବ୍ୟକ୍ତ କରିଛନ୍ତି।

ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଙ୍କ ପକେଟ୍‌ରେ ପଡ଼ିବ ମହଙ୍ଗା ଭାର, ଭଡ଼ା ବଢ଼ାଇବାକୁ ଦାବି

August 29, 2026

ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମୂହ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା

August 29, 2026

ବ୍ୟାନ ହେଲା ଏଭରେଷ୍ଟ ହିଙ୍ଗ୍: FSSAI ପରୀକ୍ଷାରେ ବିଫଳ ହେଲା ନମୁନା 

August 29, 2026

ଡିଜିପି-ଆଇଜିପି ସମ୍ମିଳନୀ: ଭବିଷ୍ୟତର ‘ସ୍ମାର୍ଟ ପୋଲିସିଂ’ ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

August 29, 2026
Latest News

ଯାତ୍ରୀଙ୍କ ପକେଟ୍‌ରେ ପଡ଼ିବ ମହଙ୍ଗା ଭାର, ଭଡ଼ା ବଢ଼ାଇବାକୁ ଦାବି

August 29, 2026

ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମୂହ ସେବାନିବୃତ୍ତ ସମ୍ବର୍ଦ୍ଧନା ସଭା

August 29, 2026

ବ୍ୟାନ ହେଲା ଏଭରେଷ୍ଟ ହିଙ୍ଗ୍: FSSAI ପରୀକ୍ଷାରେ ବିଫଳ ହେଲା ନମୁନା 

August 29, 2026

ଡିଜିପି-ଆଇଜିପି ସମ୍ମିଳନୀ: ଭବିଷ୍ୟତର ‘ସ୍ମାର୍ଟ ପୋଲିସିଂ’ ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

August 29, 2026

ଚିଲିକା ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ: ଆଇନ ମନ୍ତ୍ରୀଙ୍କ ଫୋକସରେ କୃଷି ଓ ଉଦ୍ୟାନ କୃଷି

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.