Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜି ଆର୍ ଏସ ହତ୍ୟା ମାମଲାର ଫର୍ଦ୍ଦଫାସ: ପରକୀୟା ପ୍ରୀତି ଯୋଗୁଁ ଅସହିଷ୍ଣୁ ହୋଇ ହତ୍ୟା କରିଥିଲା ଅଭିଯୁକ୍ତ
ଆଜିର ଖବର

ଜି ଆର୍ ଏସ ହତ୍ୟା ମାମଲାର ଫର୍ଦ୍ଦଫାସ: ପରକୀୟା ପ୍ରୀତି ଯୋଗୁଁ ଅସହିଷ୍ଣୁ ହୋଇ ହତ୍ୟା କରିଥିଲା ଅଭିଯୁକ୍ତ

October 8, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବେଗୁନିଆପଡ଼ା (ଟୁକୁନା ପ୍ରଧାନ): ଵେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝରି ପଂଚାୟତ ଅଧୀନରେ ଥିବା କନିଆରୀବାଡି ଗ୍ରାମ ବାସିନ୍ଦା ତଥା ବେଗୁନିଆପଡ଼ା ବ୍ଲକ ସାନ ଉସ୍ତ।ପଡ଼ା ପଞ୍ଚାୟତରେ କାର୍ଯ୍ୟରତ ଜି ଆର ଏସ ସୁଶୀଲ କୁମାର ମହାନ୍ତିଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁମଣ୍ଡଳ ପଂଚାୟତ ଅନ୍ତର୍ଗତ ଭାଲିଆଝର ଗ୍ରାମର ମୋହନପୁର ସାହି ବାସିନ୍ଦା ମନୋଜ କୁମାର ସାହୁକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ ମନୋଜ ଓ ସୁଶିଲ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କୁ ପ୍ରେମ କରିଆସୁଥିଲେ। ମନୋଜ ଏ ନେଇ ସୁଶିଲକୁ ୨ମାସ ତଳେ ତାଗିଦ କରିଥିଲେ। ଗତ ୪ ତାରିଖ ଦିନ ରାତିରେ ମନୋଜ କନିଆରୀବାଡି ଗ୍ରାମର ଜନୈକ ମହିଳାଙ୍କ ଘରକୁ ଯାଇଥିଲେ। ସେଠାରୁ ବାହାରି ଆସିବା ପରେ ସୁଶୀଲ ଉକ୍ତ ମହିଳାଙ୍କ ଘରକୁ ଯିବାର ମନୋଜ ଦେଖିଥିଲେ। କିଛି ସମୟ ପରେ ମନୋଜ ପୁଣି ଯାଇ ଦେଖିବା ବେଳକୁ ସୁଶୀଲ ଉକ୍ତ ମହିଳାଙ୍କ ଘରେ ଅଛନ୍ତି। ଓ ତାଙ୍କ ଗାଡି ବାହାରେ ଅଛି। ଏହା ଦେଖି ସେ ଉତକ୍ଷିପ୍ତ ହୋଇ ସେଠାରୁ ଫେରି ସୁମଣ୍ଡଳରୁ ଏକ କଟୁରୀ ଧରି ଉକ୍ତ ମହିଳାଙ୍କ ଘରକୁ ଯାଇ ସୁଶୀଲ ସହିତ ଯୁକ୍ତି ତର୍କ କରିଥିଲେ।

ସୁଶୀଲ କାହିଁକି ବାରମ୍ବାର ତାଙ୍କ ଘରକୁ ଆସୁଛି ବୋଲି ତାକୁ ତାଗିଦ୍ କରିବା ପରେ ସୁଶିଲ ମଦ୍ୟପାନ କରିଥିବା ଯୋଗୁଁ ସେହି ସ୍ଥାନରେ ପାଟି ନକରି ଦୂରକୁ ଯିବା ପାଇଁ କହିଥିଲେ ଓ ସେ ଗାଡ଼ି ଚଲେଇ ପାରିବନି ବୋଲି କହିବା ପରେ ସୁଶିଲ ଙ୍କ ବାଇକ ସେଠାରେ ରଖି ମନୋଜ ନିଜ ଗାଡ଼ିରେ ତାକୁ ଗାଁ ନିକଟସ୍ଥ ଏକ ବିଲ ପାର୍ଶ୍ୱକୁ ଆଣି ସେଠାରେ ଉଭୟଙ୍କ ମଧ୍ୟରେ ବଚସା ସହ ହାତାହାତି ଓ ଧସ୍ତାଧସ୍ତି ହେବା ପରେ ମନୋଜ ସାଥିରେ ନେଇଥିବା କଟୁରୀ ସାହାଯ୍ୟରେ ସୁଶୀଲକୁ ନିର୍ମମ ଭାବେ ହତ୍ୟା କରିଥିଲେ ଓ ସେଠାରୁ ଫେରିଆସିଲେ।

ପରେ ଗଞ୍ଜାମ ଏସ ପି ଜଗ ମୋହନ ମୀନାଙ୍କ ନିର୍ଦ୍ଦେଶରେ ପୁରୁଷୋତ୍ତମପୁର ଏସ ଡି ପି ଓ ରଜନୀ କାନ୍ତ ସାମଲ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, କବିସୂ୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ କୁମାର ସାହୁ, ବେଗୁନିଆପଡ଼ା ଥାନା ଏସ ଆଈ ସଂଗ୍ରାମ କୁମାର ଦେହୁରୀ ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ ହୋଇଥିଲା।

ଶେଷରେ ଅଭିଯୁକ୍ତ ମନୋଜ ସାହୁଙ୍କୁ ପୋଲିସ୍ କେଶ୍ ନମ୍ୱର୍ ୩୯୪/୨୦୨୩ ଅନୁସାରେ ଗିରଫ କରି ଦଫା ୩୦୨ରେ ଆଜି କୋର୍ଟ ଚାଲାଣ କରିବା ସହ କଟୁରୀ ଓ ରକ୍ତ ଭିଜା ସାର୍ଟ ଜବତ କରିଛି ବୋଲି ବେଗୁନିଆପଡ଼ା ଥାନା ଅଧିକାରୀ ମଞ୍ଜରୀ ନାୟକ ସୂଚନା ଦେଇଛନ୍ତି।

ପରକୀୟା ପ୍ରୀତି
Share. Facebook Twitter LinkedIn Email WhatsApp Copy Link

Related Posts

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026
Latest News

ଭୋଟ ପୂର୍ବରୁ ଝଟକା: ନୁସରତ ଜାହାନଙ୍କୁ ସମନ

April 21, 2026

ମଣିପରୁରେ ଭୂମିକମ୍ପ

April 21, 2026

ଯୁଦ୍ଧ ବନ୍ଦ କରିବ ରୁଷ ! ପୁଟିନଙ୍କ ମନ୍ତ୍ରୀ ଏବଂ ଆରାଘଚିଙ୍କ ମଧ୍ୟରେ ଆଲୋଚନା

April 21, 2026

ସତ୍ୟନଗର ଆକ୍ସିସ ବ୍ୟାଙ୍କ ଏଟିଏମରେ ଅଗ୍ନିକାଣ୍ଡ

April 21, 2026

EMI ଦେବାରେ ଅସମର୍ଥ କି, ବ୍ୟାଙ୍କ ଲଗାଇପାରେ ତାଲା, ଜାଣନ୍ତୁ ଆଇନ ବିଷୟରେ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.