ଘୋଷଣା ହେଲା ନିର୍ବାଚନ ତାରିଖ: ଏହି ଦିନ ହେବ ୫ ଟି ରାଜ୍ୟରେ ଭୋଟ ଗ୍ରହଣ

Published: Oct 9, 2023, 12:36 pm IST

ନୂଆଦିଲ୍ଲୀ: ଆଜି ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏହି ପାଞ୍ଚଟି ରାଜ୍ୟରେ ୬୭୯ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

ତେବେ ପାଞ୍ଚଟି ରାଜ୍ୟରେ ମୋଟ ୧୬ କୋଟି ମତଦାତା ଭୋଟ ଗ୍ରହଣ କରିବେ। ଏଥିରେ ପୁରୁଷ ଭୋଟର ପ୍ରାୟ ୮ କୋଟି ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୭ କୋଟି ୮୦ ଲକ୍ଷ ଏବଂ ପ୍ରଥମ ଥର ଭୋଟ ଦେବା ଭୋଟରଙ୍କ ସଂଖ୍ୟା ୬୦ ଲକ୍ଷ ଅଛନ୍ତି।

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ଅନୁଯାୟୀ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ରାଜସ୍ଥାନ ଏବଂ ମିଜୋରାମରେ ପାଞ୍ଚଟି ରାଜ୍ୟରେ ମୋଟ ୧.୭୭ ଲକ୍ଷ ମତଦାନ କେନ୍ଦ୍ର ରହିବ। ସେଥିମଧ୍ୟରୁ ୧.୦୧ ଲକ୍ଷ ୱେବ୍ ପ୍ରସାରଣ ସୁବିଧା ରହିବ।

ନଭେମ୍ବର ୭ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ, ସମସ୍ତ ରାଜ୍ୟରେ ଭୋଟ୍ ଗଣନା, ଅର୍ଥାତ୍ ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବାକୁଥିବା ବେଳେ ମିଜୋରାମ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗନାରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।

କେଉଁ ରାଜ୍ୟରେ କେବେ ହେବ ଭୋଟ ଗ୍ରହଣ?:

୧- ମିଜୋରମ: ନଭେମ୍ବର ୭ ତାରିଖ

୨- ଛତିଶଗଡ: ନଭେମ୍ବର ୭ ତାରିଖ ଏବଂ ୧୭ ତାରିଖ

୩- ମଧ୍ୟପ୍ରଦେଶ: ନଭେମ୍ବର ୧୭ ତାରିଖ

୪- ରାଜସ୍ଥାନ: ନଭେମ୍ବର ୨୩ ତାରିଖ

୫- ତେଲଙ୍ଗନା: ନଭେମ୍ବର ୩୦ ତାରିଖ।

Related posts