ନୂଆଦିଲ୍ଲୀ: ଆଇଏମଏଫର ବିକାଶ ପୂର୍ବାନୁମାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବ ଉଦ୍ଭାବନର ଏକ ପାୱାରହାଉସ୍। ଏହା ଆମ ଲୋକଙ୍କ ଦକ୍ଷତା ଏବଂ କୌଶଳ କାରଣରୁ ହୋଇପାରିଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ଆମ ସଂସ୍କାର ପଥକୁ ବଢ଼ାଇ ଏକ ସମୃଦ୍ଧ ଭାରତ ଦିଗରେ ଆମର ଯାତ୍ରାକୁ ଆହୁରି ମଜଭୁତ କରିବାର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି।
Powered by the strength and skills of our people, India is a global bright spot, a powerhouse of growth and innovation. We will continue to strengthen our journey towards a prosperous India, further boosting our reforms trajectory. https://t.co/CvHw4epjoZ
— Narendra Modi (@narendramodi) October 10, 2023
ଆଇଏମଏଫର ଏକାଧିକ ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଆମ ଲୋକଙ୍କ ଦକ୍ଷତା ଏବଂ କୌଶଳରେ ଚାଳିତ ଭାରତ ଏକ ବୈଶ୍ୱିକ ଉଜ୍ଜ୍ୱଳ ସ୍ଥାନ, ବିକାଶ ଏବଂ ଉଦ୍ଭାବନର ଏକ ପାୱାରହାଉସ୍। ଆମେ ସଂସ୍କାର ପଥକୁ ବଢ଼ାଇ ଏକ ସମୃଦ୍ଧ ଭାରତ ଦିଗରେ ଯାତ୍ରାକୁ ଆହୁରି ମଜଭୁତ କରିବୁ।’