Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଳାହାଣ୍ଡି ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ
ଆଜିର ଖବର

କଳାହାଣ୍ଡି ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ

October 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ମିଶନ ଶକ୍ତି ବିଭାଗ, ଓଡିଶା ସରକାରଙ୍କ ଆନୁକୁଲ୍ୟ ରେ ଆୟୋଜିତ ସଭାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି।
ଗତିଶୀଳତା ହିଁ ସଶକ୍ତିକରଣ ଆଭିମୁଖ୍ୟରେ ମିଶନ ଶକ୍ତି ମା ହିତାଧିକାରୀମାନଙ୍କୁ ସ୍କୁଟର ଯୋଜନାରେ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ସହାୟତା ଏସ ଏଚ ଜି ମାନଙ୍କୁ ସୁଧ ଫେରସ୍ତ, ବି.ଏଲ.ଏଫ. ଓ ଡି.ଏଲ.ଏଫ. ନିମନ୍ତେ ଗାଡି ବ୍ୟବସ୍ଥା, ଜି.ପି.ଏଲ.ଏଫ ଅଫିସ ଗୃହର ସୁବ୍ୟବସ୍ଥା କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆଜି ଓସୱାନ ହଲରେ ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ପୌରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର ପ୍ରକାଶ, ବି ସି ସି ବ୍ୟାଙ୍କ୍ ସଭାପତି ଗିରିଶ ଚନ୍ଦ୍ର ବେହେରା ପ୍ରମୁଖ ଭର୍ଚୁଆଲ ମୋଡ୍ ରେ ଯୋଡି ହୋଇଥିଲେ।

ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଅନ୍ତର୍ଗତ ୧୩ ଟି ବ୍ଲକରୁ ୨୩୨୭ ଟି ଆବେଦନ ଗ୍ରହଣ କରାଯାଇ ୨୨୩୦ ଟି ଆବେଦନକୁ ବ୍ୟାଙ୍କ ଋଣ ପାଇଁ ସୁପାରିଶ କରଯାଇଥିଲା ଏବଂ ବର୍ତ୍ତମାନ ୭୪୬ ଟି ବ୍ୟାଙ୍କ ଦ୍ଵାରା ଅନୁମୋଦିତ ହୋଇଅଛି।

ଆଜି ଏହି ଅବସରରେ ୧୩ ଟି ବ୍ଲକରେ ୩୬୪ ଜଣ ହିତାଧିକାରୀଙ୍କୁ ନୂତନ ସ୍କୁଟର ହସ୍ତାନ୍ତର କରଯାଇଥିଲା। ଓସୱାନ ହଲ ପ୍ରାଙ୍ଗଣରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଜିଲ୍ଲାପାଳ ପତାକା ଦେଖାଇ ସ୍କୁଟର ଆରୋହଣକାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଭବାନୀପାଟଣା ଗ୍ରାମାଞ୍ଚଳରୁ ୧୧୦ ଜଣଙ୍କୁ ସ୍କୁଟର ହସ୍ତାନ୍ତର କରାଗଲା। ଏହି ସ୍କୁଟର ଦ୍ଵାରା ହିତାଧିକାରୀ ନିଜର ବ୍ୟବସାୟିକ ଦିଗକୁ ଆହୁରି ସମୃଦ୍ଧ କରିବା ସହ ମହିଳା ସଶକ୍ତିକରଣ ଦିଗରେ ସହାୟକ ହେବେ।

ଓସୱାନ ହଲରେ ଅନ୍ୟମାନଙ୍କ ମଧ୍ୟରେ, ଡି.ଆଇ.ପି.ଆର.ଓ ମନୋଜ ବେହେରା, ଏଲ.ଡି.ଏମ ଧ୍ରୁବ ପ୍ରସାଦ ସିଂହ, ଡି.ଏସ.ଡବ୍ଲୁ ଓ ପ୍ରଭାତିରାଣୀ ତ୍ରିପାଠୀ, ଡି.ପି.ସି ମିଶନ ଶକ୍ତି ଅମୃତ ପାଢୀ, ମିଶନ ଶକ୍ତି ଏମ.ବି.କେ, ସି.ଆର.ପି, ଜି.ପି.ଏଲ.ଏଫ, ଡି.ଏଲ.ଏଫ , ବି. ଏଲ.ଏଫ. ସଭ୍ୟ ବ୍ୟାଙ୍କ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସ୍କୁଟର ହସ୍ତାନ୍ତର କାର୍ଯ୍ୟକ୍ରମରେ ଭବାନୀପାଟଣା ଗ୍ରାମାଞ୍ଚଳର 100 ରୁ ଊର୍ଦ୍ଧ୍ବ ହିତାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ମିଶନ ଶକ୍ତି ସ୍କୁଟର ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Latest News

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.