
ନୂଆଦିଲ୍ଲୀ: ରାଜମାତା ବିଜୟ ରାଜେ ସିନ୍ଧିଆଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ରାଜମାତା ବିଜୟ। ରାଜେ ସିନ୍ଧିଆ ତାଙ୍କ ସାରା ଜୀବନକୁ ଜନ କଲ୍ୟାଣ ଏବଂ ଜାତିର ସେବା ପାଇଁ ଉତ୍ସର୍ଗ କରିଛନ୍ତି। ଗରିବ ଓ ବଞ୍ଚିତଙ୍କ ପାଇଁ ତାଙ୍କ ଉଦ୍ୟମ ସମସ୍ତଙ୍କୁ ଏକ ସଶକ୍ତ ଭାରତ ଗଠନ ଲାଗି ପ୍ରେରଣା ଯୋଗାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି।
ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, ‘ରାଜମାତା ବିଜୟ। ରାଜେ ସିନ୍ଧିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ସେ ତାଙ୍କ ସମଗ୍ର ଜୀବନକୁ ଜନ କଲ୍ୟାଣ ଏବଂ ଜାତିର ସେବା ପାଇଁ ଉତ୍ସର୍ଗ କରିଥିଲେ। ଗରିବ ଓ ବଞ୍ଚିତ ଲୋକଙ୍କ ପାଇଁ ତାଙ୍କ ଉଦ୍ୟମ ଏକ ସଶକ୍ତ ଭାରତ ନିର୍ମାଣରେ ସମସ୍ତଙ୍କୁ ପ୍ରେରିତ କରେ’।