Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଚିଲିକା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସରଗରମ ଚିଲିକା ରାଜନୀତି
ଆଜିର ଖବର

ଆଜି ଚିଲିକା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସରଗରମ ଚିଲିକା ରାଜନୀତି

October 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ଚିଲିକା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସରଗରମ ଚିଲିକା ରାଜନୀତି

ସୀତାରାମ ଅଗ୍ରୱାଲ

ଚିଲିକା: ସାଧାରଣ ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ଥିବାବେଳେ ଚଳଚଞ୍ଚଳ ହୋଇଉଠିଛି ଚିଲିକା ରାଜନୀତି। ବିଜେଡି ଏଠାରେ ଜନସମ୍ପର୍କ ପଦଯାତ୍ରା ଜାରି ରଖିଥିବା ବେଳେ ବିଜେପି ପକ୍ଷରୁ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଜାରିରହିଛି।

ଏହି ପରିପ୍ରେକ୍ଷୀରେ ଚିଲିକା ରାଜନୀତିକୁ ଗତି ଦେବା ପାଇଁ ଆଜି ଚିଲିକା ନିର୍ବାଚନମଣ୍ଡଳି ଆସୁଛନ୍ତି କେନ୍ଦ୍ର ଶିକ୍ଷା ଓ ବୈଷୟିକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଉକ୍ତ ନିର୍ବାଚନମଣ୍ଡଳି ଅନ୍ତର୍ଗତ ମାନସିଂହପୁର ଏବଂ ସୋରଣ ପଞ୍ଚାୟତ ରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେବେ ଶ୍ରୀ ପ୍ରଧାନ। ଅପରାହ୍ନ 4 ଘଟିକାରେ କେନ୍ଦ୍ର ମନ୍ତ୍ରୀ ମାନସିଂହପୁର ପଞ୍ଚାୟତରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଭାଗନେବେ।

ଏହାପରେ ଅପରାହ୍ନ 5 ଘଟିକାରେ ମାନସିଂହପୁର ସ୍ଥିତ କାଳିଜାଇ ଏମ.ଇ ସ୍କୁଲ ପଡିଆରେ ଏକ ବିଶାଳ ପରିବର୍ତ୍ତନ ସମାବେଶ ସଭାରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେବେ ଶ୍ରୀ ପ୍ରଧାନ l ସାଧାରଣ ନିର୍ବାଚନକୁ ଆଖିରେ ରଖି ଉକ୍ତ ସମାବେଶର ପ୍ରସ୍ତୁତି ହେଉଥିବା ବେଳେ ଏଥିରେ ଚିଲିକା ନିର୍ବାଚନମଣ୍ଡଳିର ହଜାର ହଜାର ଦଳୀୟ କର୍ମୀ ଯୋଗଦେବେ।

ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନାଚୁଣୀସ୍ଥିତ ପୂର୍ବତନ ବିଧାୟକ ଡା ବିଭୁତି ଭୂଷଣ ହରିଚନ୍ଦନଙ୍କ ବାସଭବନକୁ ଯାଇ ସେଠାରେ କିଛି ସମୟ ଅତିବାହିତ କରିବା ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ବିଜେପି ନେତା ତଥା ଚିଲିକା ନିର୍ବାଚନମଣ୍ଡଳିର ଆଶାୟୀ ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଆଶାୟୀ ବିଜେପି ପ୍ରାର୍ଥୀ ଡା ସମ୍ବିତ ପାତ୍ର ପରିଚାଳନା କରୁଥିବା ବେଳେ ସମସ୍ତ ବିଜେପି ଏବଂ ବିଜେପି ସମର୍ଥିତ ନିର୍ବାଚିତ ଜନ ପ୍ରତିନିଧି ମାନେ ସହଯୋଗ କରୁଛନ୍ତି।

ଅନୁରୂପ ଭାବେ ଆଜି ବାଣପୁରରେ ମା’ ଭଗବତୀଙ୍କ ପବିତ୍ର ଭେଟ ଅମାବାସ୍ୟା ଯାତ୍ରା ଥିବାବେଳେ ରାତିରେ ଉଭୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଓ ସମ୍ବିତ ପାତ୍ର ଏଥିରେ ଯୋଗଦେବେ ବୋଲି ଜଣାପଡିଛି।

ଚିଲିକା ଚିଲିକାରେ ଧର୍ମେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ଫେବୃଆରୀରୁ ବଦଳିଲା UPI କାରବାର ପଦ୍ଧତି: ଜାଣନ୍ତୁ ନୂତନ ନିୟମ

February 5, 2026
Latest News

ଓୟୁଟିଆରରେ ଇଞ୍ଜିନିୟର୍ସ କପ୍‌: ସୋଆର ସଫଳତା

February 5, 2026

ଆଜି ଦିଲ୍ଲୀ ଏବଂ ବେଙ୍ଗାଲୁରୁ ମଧ୍ୟରେ WPL- 2026 ଫାଇନାଲ୍: କିଛି ସମୟ ପରେ ହେବ ମହାମୁକାବିଲା

February 5, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଜାଣନ୍ତୁ ଟ୍ରମ୍ପଙ୍କ ଦାବି ଉପରେ ଭାରତ କ’ଣ କହିଲା?

February 5, 2026

ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

February 5, 2026

ପୁନର୍ବାର ହେବ ବିହାର ନିର୍ବାଚନ?: ସୁପ୍ରିମକୋର୍ଟରେ ଏହି ଅଭିଯୋଗ କଲା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ

February 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.