Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭଦ୍ରକରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ ଆୟୋଜିତ
ଆଜିର ଖବର

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଭଦ୍ରକରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ ଆୟୋଜିତ

October 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆନ୍ତର୍ଜାତିକ ବିପର୍ଯ୍ୟୟ ଆପଦ ପ୍ରଶମନ ଦିବସରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌‍ ଅନ୍ତର୍ଗତ କସିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳଠାରେ ରିଲାଏନ୍ସ ଫାଉଣ୍ଡେସନ୍‌‍ ପକ୍ଷରୁ ଏକ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ (ମକ ଡ୍ରିଲ) ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମୁଣ୍ଡଳିସ୍ଥିତ ଏନ୍‌‍ଡିଆରଏଫ୍‌‍ ୩ୟ ବାଟାଲିଅନ୍‌‍ ର ବୈଷୟିକ ମାର୍ଗଦର୍ଶନ ଏବଂ ବାସୁଦେବପୁରର ଲାଇଫ ଲାଇନ୍‌‍ ଏନ୍‌‍ଜିଓର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ବିପର୍ଯ୍ୟୟ ଆପଦ ହ୍ରାସ ନିମନ୍ତେ ସଚେତନତା ସୃଷ୍ଟି ଏବଂ ଗୋଷ୍ଠୀ ସ୍ତରରେ ପ୍ରସ୍ତୁତିରେ ବୃଦ୍ଧି ଘଟାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମୂଲ୍ୟବାନ ଜୀବନ ଓ ଜୀବିକାକୁ ସୁରକ୍ଷିତ କରିବାରେ ଗୋଷ୍ଠୀସ୍ତରରେ ସଚେତନତା ଏବଂ ପ୍ରସ୍ତୁତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ପ୍ରାୟ ୬୦ ଜଣ ଗୋଷ୍ଠୀ ସ୍ୱେଚ୍ଛାସେବୀ ଏବଂ ଆପଦ ମିତ୍ରଙ୍କ ସମେତ ସାନକୃଷ୍ଣପୁର ଗ୍ରାମର ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟିର ସଦସ୍ୟବୃନ୍ଦ ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାନକୃଷ୍ଣପୁର ଗ୍ରାମ ଅନେକ ସମୟରେ ଶକ୍ତିଶାଳୀ ଝଡବାତ୍ୟାର ସମ୍ମୁଖୀନ ହେଉଛି ଏବଂ ଏହା ସମୁଦ୍ର ଉପକୂଳ ଅଞ୍ଚଳରେ ଅବସ୍ଥିତ ଥିବାରୁ ସୁନାମି ଜନିତ ଆପଦ ଏହାପ୍ରତି ଅତ୍ୟଧିକ ରହୁଛି।

କସିଆ ବାତ୍ୟ ଆଶ୍ରୟ ସ୍ଥଳ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟି ପକ୍ଷରୁ ଏହି ଗୋଷ୍ଠୀ ସଚେତନତା ଏବଂ ବାତ୍ୟା ମୁକାବିଲା ପ୍ରସ୍ତୁତି ଅଭ୍ୟାସ ପ୍ରୟାସକୁ ପ୍ରଶଂସା କରାଯାଇଛି। ଗୋଷ୍ଠୀ ସଦସ୍ୟମାନେ ଆଦ୍ୟ ସତର୍କ ପରାମର୍ଶଗୁଡିକ ଏକତ୍ର କରିବା, ଲୋକଙ୍କ ଜୀବନ ବଞ୍ଚାଇବାକୁ ଉଦ୍ଧାର କୌଶଳ ପ୍ରଦର୍ଶନ କରିବା ସହିତ ସେମାନଙ୍କୁ ସ୍ଥାନାନ୍ତର କରିବାର ମାର୍ଗ / ମାନଚିତ୍ର ପ୍ରସ୍ତୁତ କରି ନିରାପଦରେ କିଭଳି ଆଶ୍ରୟସ୍ଥଳରେ ପହଞ୍ଚାଯାଇପାରିବ ତାହା ଦେଖାଇଥିଲେ।

ଏହି ପ୍ରସ୍ତୁତି ଅଭ୍ୟାସ ତଥା କର୍ମଶାଳାରେ ସ୍ଥାନ ପାଇଥିବା ବିଭିନ୍ନ ଦିଗ ମଧ୍ୟରେ ସୁନାମି / ବାତ୍ୟା ଏବଂ ତାହାର ଭୟାବହତାକୁ ଚିହ୍ନଟ କରିବା, ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କ ନିମନ୍ତେ ପ୍ରସ୍ତୁତି ଅଭ୍ୟାସର ଉଦ୍ଦେଶ୍ୟ ସଚେତନତା, ଆଦ୍ୟ ସତର୍କ ସୂଚନା ଏକତ୍ର କରିବା, ଜରୁରୀ ପରିସ୍ଥିତିରେ ସ୍ୱେଚ୍ଛାସେବୀ ଏବଂ ପ୍ରଥମ ପଦକ୍ଷେପ ଗ୍ରହଣକାରୀଙ୍କ ଭୂମିକା, ବାତ୍ୟା ସମୟରେ କ’ଣ କରିବା ଉଚିତ ଏବଂ କ’ଣ କରିବା ଅନୁଚିତ୍‌‍, ସାପ କାମୁଡା ଭଳି ଘଟଣାକୁ ରୋକିବା ଏବଂ ସେ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ, ଜରୁରୀକାଳୀନ ଖୋଜାଖୋଜି ଏବଂ ଦଉଡି ଓ ନଟ୍‌‍ ସହାୟତାରେ ଉଦ୍ଧାର କୌଶଳ, ଜରୁରୀକାଳୀନ ପରିବହନ ପଦ୍ଧତି- ମୃତ୍ୟୁ ଘଟଣା, ଆଦି ଅନ୍ତର୍ଭୁକ୍ତ ଥିଲା।

ଏହି କାର୍ଯ୍ୟକ୍ରମକୁ ବୈଷୟିକ ମାର୍ଗଦର୍ଶନ ପ୍ରଦାନ କରି ମୁଣ୍ଡଳିସ୍ଥିତ ଏନ୍‌‍ଡିଆରଏଫ ୩ୟ ବାଟାଲିଅନ୍‌‍ର ଇନ୍ସପେକ୍ଟର ଏକ୍‌‍ଜିକ୍ୟୁଟିଭ ଉଦିତ କୁମାର ଦୀକ୍ଷିତ ଏବଂ କନେଷ୍ଟବଳ ଟି ପି ମଣ୍ଡଳ ଓ ଏସ ଏମ୍‌‍ ସ୍ୱାମୀ ଏଥିରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ।

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଭଦ୍ରକ ମକ ଡ୍ରିଲ ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026
Latest News

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026

ଏପ୍ରିଲ ତିନି ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଲୋକ ପାଇବେ ଖୁସି ଖବର

April 3, 2026

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.