Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଗନଯାନ ମିଶନ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବ ଭାରତ
ଆଜିର ଖବର

ଗଗନଯାନ ମିଶନ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବ ଭାରତ

October 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଗଗନଯାନ ମିଶନର ଅଗ୍ରଗତି ଆକଳନ କରିବା ଏବଂ ଭାରତର ମହାକାଶ ଅନୁସନ୍ଧାନ ପ୍ରୟାସର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ପାଇଁ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।

ମହାକାଶ ବିଭାଗ ଗଗନଯାନ ମିଶନର ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲା, ଯେଉଁଥିରେ ଏପର୍ଯ୍ୟନ୍ତ ବିକଶିତ ବିଭିନ୍ନ ଜ୍ଞାନକୌଶଳ ଯଥା ହ୍ୟୁମାନ ରେଟେଡ୍ ଲଞ୍ଚ୍ ଭେଇକିଲ୍ ଏବଂ ସିଷ୍ଟମ୍ ଯୋଗ୍ୟତା ଅନ୍ତର୍ଭୁକ୍ତ। ହ୍ୟୁମାନ ରେଟେଡ୍ ଲଞ୍ଚ୍ ଭେଇକିଲ୍ (ଏଚ୍ ଏଲ୍ ଭି ଏମ୍ ୩)ର ୩ଟି ମାନରହିତ ମିଶନ ସମେତ ପ୍ରାୟ ୨୦ଟି ପ୍ରମୁଖ ପରୀକ୍ଷଣ ପାଇଁ ଯୋଜନା କରାଯାଇଛି। କ୍ରୁ ଏସ୍କେପ୍ ସିଷ୍ଟମ୍ ଟେଷ୍ଟ ଭେଇକିଲର ପ୍ରଥମ ପ୍ରଦର୍ଶନ ବିମାନ ଅକ୍ଟୋବର ୨୧ ତାରିଖରେ ଉଡ଼ାଣ କରିବ। ଏହି ବୈଠକରେ ମିଶନର ପ୍ରସ୍ତୁତିର ମୂଲ୍ୟାଙ୍କନ କରାଯାଇ ୨୦୨୫ରେ ଏହାର ଶୁଭାରମ୍ଭ କୁ ସୁନିଶ୍ଚିତ କରାଯାଇଥିଲା।

ସମ୍ପ୍ରତି ଚନ୍ଦ୍ରଯାନ-୩  ଏବଂ ଆଦିତ୍ୟ ଏଲ୍-୧ ମିସନ୍ ସମେତ ଭାରତୀୟ ମହାକାଶ ପଦକ୍ଷେପର ସଫଳତାକୁ ଆଧାର କରି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ଯେ ଭାରତ ଏବେ ୨୦୩୫ ସୁଦ୍ଧା ‘ଭାରତୀୟ ସ୍ପେଶ୍‍ ଷ୍ଟେସନ୍’ (ଭାରତୀୟ ମହାକାଶ କେନ୍ଦ୍ର) ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ସମେତ ନୂତନ ଏବଂ ମହତ୍ୱାକାଂକ୍ଷୀ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିବା ଉଚିତ୍।

ଏହି ଦୃଷ୍ଟିକୋଣକୁ ସାକାର କରିବା ପାଇଁ ମହାକାଶ ବିଭାଗ ଚନ୍ଦ୍ର ଅନୁସନ୍ଧାନ ପାଇଁ ଏକ ରୋଡମ୍ୟାପ୍ ବିକଶିତ କରିବ। ଏଥିରେ ଚନ୍ଦ୍ରଯାନ ଅଭିଯାନ, ନେକ୍ସଟ ଜେନେରେସନ ଲଞ୍ଚ ଭେଇକିଲ (ଏନଜିଏଲଭି)ର ବିକାଶ, ଏକ ନୂତନ ଲଞ୍ଚପ୍ୟାଡ୍ ନିର୍ମାଣ, ମାନବ କେନ୍ଦ୍ରୀତ ପରୀକ୍ଷାଗାର ପ୍ରତିଷ୍ଠା ଏବଂ ଆନୁସଙ୍ଗିକ ଜ୍ଞାନକୌଶଳ ଅନ୍ତର୍ଭୁକ୍ତ ହେବ।

ପ୍ରଧାନମନ୍ତ୍ରୀ ଭାରତୀୟ ବୈଜ୍ଞାନିକମାନଙ୍କୁ ଏକ ଶୁକ୍ର ଅର୍ବିଟର ମିଶନ ଏବଂ ଏକ ମଙ୍ଗଳ ଲ୍ୟାଣ୍ଡର ଅନ୍ତର୍ଭୁକ୍ତ ଆନ୍ତଃଗ୍ରହ ଅଭିଯାନ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରିବା ସହ ମହାକାଶ ଗବେଷଣା କ୍ଷେତ୍ରରେ ନୂତନ ଉଚ୍ଚତାକୁ ଛୁଇଁବା ପାଇଁ ଦେଶର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ଗଗନଯାନ ମିଶନ ନରେନ୍ଦ୍ର ମୋଦୀ ଭାରତ ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.