Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା କାର୍ଯ୍ୟକାରିତାର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ 
ଆଜିର ଖବର

ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମା କାର୍ଯ୍ୟକାରିତାର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ 

October 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାର କାର୍ଯ୍ୟକାରିତାରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନୀତି ଆୟୋଗର ଉପାଧ୍ୟକ୍ଷ, ଜି-୨୦ ସେର୍ପା, ଜି-୨୦ ମୁଖ୍ୟ ସଂଯୋଜକ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଆର୍ଥିକ ବ୍ୟାପାର ବିଭାଗ (ଡିଇଏ) ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବର୍ତ୍ତମାନ ଜାରି ରହିଥିବା ପ୍ରୟାସର ଅଂଶବିଶେଷ ସ୍ୱରୂପ ବିଭିନ୍ନ ଅଂଶୀଦାର ମନ୍ତ୍ରଣାଳୟ ନେତୃତ୍ୱରେ ସମସ୍ତ ସମ୍ପୃକ୍ତ ବିଭାଗକୁ ସାମିଲ କରି ସାତଟି ୱେବିନାର ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ୱେବିନାରଗୁଡ଼ିକ (୧) ସୁଦୃଢ଼, ଦୀର୍ଘସ୍ଥାୟୀ, ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି, (୨) ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) (୩) ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ବିକାଶ ଚୁକ୍ତି, (୪)ଏକବିଂଶ ଶତାବ୍ଦୀ ପାଇଁ ବହୁପକ୍ଷୀୟ ଅନୁଷ୍ଠାନ, (୫) ବୈଷୟିକ ପରିବର୍ତ୍ତନ ଏବଂ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, (୬) ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ (୭) ଆତଙ୍କବାଦ ଓ ବେଆଇନ ଅର୍ଥ କାରବାର ମୁକାବିଲା ବିଷୟ ଉପରେ ଆୟୋଜନ କରାଯିବ।

ଏହାବ୍ୟତୀତ ନୂଆଦିଲ୍ଲୀ ନେତାଙ୍କ ଘୋଷଣାର ପ୍ରଭାବଶାଳୀ କାର୍ଯ୍ୟକାରିତା ସମ୍ପର୍କରେ କ୍ଷେତ୍ର ବିଶେଷଜ୍ଞଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ ସାରା ଦେଶର ବିଭିନ୍ନ ବୁଦ୍ଧିଜୀବୀ ମଣ୍ଡଳୀ ବା ଥିଙ୍କ୍ ଟ୍ୟାଙ୍କଙ୍କୁ ସମ୍ପୃକ୍ତ କରିବା ପାଇଁ ଏକ ସେମିନାରର ଯୋଜନା କରାଯାଉଛି।

ଏହି ଘୋଷଣାପତ୍ରର କାର୍ଯ୍ୟକାରିତାକୁ ନିୟମିତ ତଦାରଖ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଅନୁଧ୍ୟାନ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି।

ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଜି-୨୦ ଭର୍ଚୁଆଲ ବା ଆଭାସୀ ଶିଖର ସମ୍ମିଳନୀ ଆୟୋଜନ ଲାଗି ପ୍ରସ୍ତାବ ଦେଇଥିଲେ। ଏହି ଆଭାସୀ ଶିଖର ସମ୍ମିଳନୀ ଆୟୋଜନର ପ୍ରସ୍ତୁତି ଉପରେ ମଧ୍ୟ ପ୍ରମୁଖ ସଚିବ ଆଜିର ବୈଠକରେ ଆଲୋଚନା କରିଥିଲେ। ମୁଖ୍ୟ ଶିଖର ସମ୍ମିଳନୀ ପରେ ପ୍ରଥମ ଥର ପାଇଁ କୌଣସି ଦେଶ ଏଭଳି ଆଭାସୀ ଶିଖର ସମ୍ମିଳନୀ ଆୟୋଜନ କରିବେ, ତେଣୁ ସମସ୍ତ ସଦସ୍ୟ ରାଷ୍ଟ୍ର ଏବଂ ଅତିଥି ଦେଶମାନଙ୍କୁ ତୁରନ୍ତ ସୂଚନା ପ୍ରଦାନ ଉପରେ ପ୍ରମୁଖ ସଚିବ ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ।

ଏହି ବୈଠକରେ ବୈଦେଶିକ ସଚିବ ଶ୍ରୀ ବିନୟ କ୍ୱାତ୍ରା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଆସନ୍ତା ନଭେମ୍ବରରେ ହେବାକୁ ଥିବା ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ଶିଖର ସମ୍ମିଳନୀର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।

ଜି-୨୦ ନେତାମାନଙ୍କ ଘୋଷଣାନାମାର ସଫଳ ରୂପାୟନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଏବଂ ବିକାଶ ଓ କଲ୍ୟାଣ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ସମର୍ପଣ ଉପରେ ବୈଠକରେ ଆଲୋକପାତ କରାଯାଇଥିଲା।

ଅଗ୍ରଗତିର ସମୀକ୍ଷା ଘୋଷଣାନାମା ଜି-୨୦ ଡ. ପି.କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026

“ବନ୍ଦେ ମାତରମ୍” ର ନୂତନ ନିୟମକୁ ବିରୋଧ କଲେ ମୁସଲିମ ନେତା: ଅର୍ଶଦ ମଦନୀ କହିଲେ……

February 12, 2026

“ବନ୍ଦେ ମାତରମ୍” ପଢିବା ସମୟରେ ଠିଆ ନହେବା ପାଇଁ କ’ଣ ହେବ ଦଣ୍ଡ, ପୋଲିସ କରିପାରିବ କି ଗିରଫ?

February 12, 2026

ଆଜିର ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

February 12, 2026
Latest News

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026

“ବନ୍ଦେ ମାତରମ୍” ର ନୂତନ ନିୟମକୁ ବିରୋଧ କଲେ ମୁସଲିମ ନେତା: ଅର୍ଶଦ ମଦନୀ କହିଲେ……

February 12, 2026

“ବନ୍ଦେ ମାତରମ୍” ପଢିବା ସମୟରେ ଠିଆ ନହେବା ପାଇଁ କ’ଣ ହେବ ଦଣ୍ଡ, ପୋଲିସ କରିପାରିବ କି ଗିରଫ?

February 12, 2026

ଆଜିର ସାଧାରଣ ଧର୍ମଘଟକୁ ରଣପୁରରେ ଦୃଢ଼ ସମର୍ଥନ

February 12, 2026

ଭାରତୀୟ ରେଳରେ ବିଦ୍ୟୁତୀକରଣ ଦ୍ୱାରା ଡିଜେଲ ବ୍ୟବହାର ୧୭୮ କୋଟି ଲିଟରକୁ ହ୍ରାସ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.