Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ
ଆଜିର ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ‘ଉତ୍ସାହ’ ଅନୁଷ୍ଠିତ

October 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ  ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ  ଭବାନୀପାଟଣା ସହର ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲାସ୍ତରୀୟ ଶିଶୁ କ୍ରୀଡା ମହୋତ୍ସବ ଉତ୍ସାହ 2023 ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡଃ ସଞ୍ଜୟ କୁମାର ଶତପଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡା ଅଜୟ କୁମାର ମିଶ୍ର, ପୁର୍ବତନ ସଦସ୍ୟ ସତ୍ୟ ନାରାୟଣ ମହାପାତ୍ର ଏବଂ ବର୍ତ୍ତମାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ରୂପେଶ କୁମାର ହୋତା, ସଦସ୍ୟ ଭାରତ କୁମାର ପଣ୍ଡା, ସଦସ୍ୟ ସଞ୍ଜୟ କୁମାର ଏବଂ ସଦସ୍ୟ ଅଶୋକ କୁମାର ଚୌଧୁରୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟା ଭବାନୀ ପଟ୍ଟନାୟକ ଏବଂ ସ୍ଵର୍ଣ୍ଣଲତା ମହାନ୍ତି ଏବଂ ଶିଶୁ ସୁରକ୍ଷା ୟୁନିଟ ର ସମସ୍ତ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଉତ୍ସାହ କାର୍ଯ୍ୟକ୍ରମରେ ଜିଲର 13 ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର 180 ଜଣ ଅନ୍ତେବାସୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଅନ୍ତେବାସୀଙ୍କ ମଧ୍ୟରେ 100 ମିଟର ଦୌଡ ପ୍ରତିଯୋଗୀତା ଏବଂ 200 ମିଟର  ଦୌଡ, ଲମ୍ବଡିଆ, ଉଚ୍ଚଡିଆଁ, ଚେସ, କେରମ ଓ ଫୁଟବଲ ପ୍ରତୋଯୋଗିତାରେ ଅଂଶଗ୍ରହଣ କରି କୃତି ପ୍ରତିଯୋଗୀ ମାନେ ପୁରସ୍କୃତ ହୋଇଥିଲେ। 100 ମିଟର ଦୌଡ ରେ ବାଳକ ବିଭାଗର ଶୁଭମ ମାଝୀ (NSM), 200 ମିଟର ଦଉଡାରେ ବାଳକ ବିଭାଗର ମାଣିକ ନାୟକ (BSS), ଉଚ୍ଚଡିଆଁରେ ମାଣିକ ନାୟକ ( BSS ), ଲମ୍ବଡିଆଁରେ ସୁରେନ୍ଦ୍ର ସୁନାନୀ (NSS), ଚେସ ରେ ସୁଶାନ୍ତ ରାଉତ (BGSN), କେରମରେ ମାଣ୍ଟୁ ମାଝୀ (BSS) ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି।

ବାଳିକା ବିଭାଗରେ 100 ମିଟର ଦୌଡ ରେ ରାଇମତି ମାଝୀ (NSS), 200 ମିଟର ଦୌଡରେ ରାଇମତି ମାଝୀ (NSS), ଉଚ୍ଚ ଡିଆଁ ରେ ପୂଜା ମାଝୀ (NSM), ଲମ୍ବ ଡିଆଁ ରେ ବେଲମତି ମାଝୀ (NSS), କ୍ୟାରମରେ ଗୌରୀ ଜାଲ ( jashoda ), ଚେସରେ ଲୋପମୁଦ୍ରା ବିହାରୀ ( EMI ) ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ଫୁଟବଲ ପ୍ରତିଯୋଗିତାରେ ବାଳକ ବିଭାଗର ( NSM ) ଏବଂ ବାଳିକା ବିଭାଗରେ (NSS) ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିଛନ୍ତି।

ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ଦୁଲାଳ ସେନାପତି, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବର୍ତ୍ତମାନର ଅଧ୍ୟକ୍ଷ ରୁପେଶ ହୋତା, ପୂର୍ବତନ ଅଧ୍ୟକ୍ଷ ଡା: ଅଜୟ ମିଶ୍ର ଏବଂ ରାଜେଶ ନାୟକ ତଥା ସମସ୍ତ ସଦସ୍ୟ ଗଣ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟଗଣ, ବିଭିନ୍ନ ଖେଳକୁଦ କୁ ପରିଚାଳନା କରୁଥିବା PET ଓ ବିଚାରକ ବୃନ୍ଦ ତଥା ଶିଶୁ ସୁରକ୍ଷା କାର୍ଯ୍ୟ।ଳୟର ସମସ୍ତ କର୍ମକର୍ତ୍ତା ମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଶେଷରେ ଉତ୍ସାହ 2023 ର ଧ୍ଵଜା ଅବତରଣ କରାଯାଇ କାର୍ଯ୍ୟକ୍ରମ କୁ ସମାପ୍ତ ଘୋଷଣା କରଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସମସ୍ତ ଅତିଥି ମାନଙ୍କୁ ଓ ପ୍ରତିଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍ସାହ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Latest News

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.