Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜିଠୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’
ଆଜିର ଖବର

ଆଜିଠୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’

October 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ। ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକରେ ଚଆଜିଠାରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ରେ। ଏହି ସୋ ହେବ ଓଡିଆ ନାରୀର ନାରୀତ୍ଵ, ସହନଶୀଳତା ଓ ଏକତାର ଏକ ବଳିଷ୍ଠ ଉଦାହରଣ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର‌ ସହ ପ୍ରାୟୋଜକ ଅଛନ୍ତି ଓଡ଼ିଶାର ସବୁଠାରୁ ବଡ଼ ଓ ପ୍ରତିଷ୍ଠିତ ସ୍ଵର୍ଣ ଅଳଙ୍କାର ବିକ୍ରେତା, ଖିମଜୀ ଜୁଏଲର୍ସ।

‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିବେ ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ। ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଆଗ ରାଉଣ୍ଡକୁ ନେବେ ଜଜ୍ ମାନେ, ତେଣୁ ଏହି ପ୍ରତିଯୋଗିତା ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ। ଏହି ରିୟଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ମାଧ୍ୟମରେ ଓଡ଼ିଶାର ବଛା ବଛା ସହରରୁ ଆସିଥିବା ନାରୀ ମାନେ ଦର୍ଶକମାନଙ୍କୁ ସେମାନଙ୍କର ନିଷ୍ଠା ଏବଂ ଭାବନା ସହ ଦର୍ଶକମାନଙ୍କୁ ପ୍ରେରଣା ଯୋଗାଇବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି।

ଏହି ଅନନ୍ୟ ପ୍ରତିଯୋଗିତାରେ ବିବାହିତ ମହିଳାମାନେ ଦୁଇଟି ଦଳରେ ବିଭକ୍ତ ହେବେ ଯେପରିକି ଯୁବବର୍ଗ ଓ ପରିପକ୍ଵ ବର୍ଗ ଏବଂ ଆରମ୍ଭ ହେବ ସେମାନଙ୍କ ମଧ୍ୟରେ ଜିତିବାର ପରାକାଷ୍ଠା। କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ କରିପାରିବେ ପରିପ୍ରକାଶ। ଯାହା ସେମାନଙ୍କୁ ଦେବ ଏକ ସ୍ବତନ୍ତ୍ର ପରିଚୟ।

ଜୀ-ସାର୍ଥକର ଏହି ‘ଗୃହଲକ୍ଷ୍ମୀ’ ଶୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ୟାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

ଅକ୍ଟୋବର ୨୧ ଗୃହଲକ୍ଷ୍ମୀ ଜୀ ସାର୍ଥକ ରିୟଲିଟି ସୋ
Share. Facebook Twitter LinkedIn Email WhatsApp Copy Link

Related Posts

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026
Latest News

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.