Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବୁର୍ଲାଠାରେ ସର୍ବସାଧାରଣ ପାଠାଗାର ଉଦ୍‌ଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ
ଆଜିର ଖବର

ବୁର୍ଲାଠାରେ ସର୍ବସାଧାରଣ ପାଠାଗାର ଉଦ୍‌ଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

October 21, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବୁର୍ଲାଠାରେ ସର୍ବସାଧାରଣ ପାଠାଗାର ଉଦ୍‌ଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ଭୁବନେଶ୍ୱର: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀଙ୍କ ମାରାଥନ୍‌ ଗସ୍ତର ପଞ୍ଚମ ଦିନରେ ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ଥିବା ଏକ ସର୍ବସାଧାରଣ ପାଠାଗାରକୁ ଉ୍‌ଦଘାଟନ କରିଛନ୍ତି।

ଏହି ପାଠାଗାରର ପ୍ରତିଷ୍ଠାତା ସଦସ୍ୟ, ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଶ୍ରୀ ତ୍ରିପାଠୀ କହିଥିଲେ ଯେ ଏହା ଏକ ନୂତନ ଢାଞ୍ଚାରେ ତିଆରି ଏକ ସୁନ୍ଦର ପରିକଳ୍ପିତ ପାଠାଗାର ଯାହା ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦୃଢ ମୂଳଦୁଆ ଭାବେ ଉଭା ହୋଇପାରିବ। ଇଣ୍ଟରନେଟର ଏହି ଯୁଗରେ ଏହି ପାଠାଗାର ପିଲାମାନଙ୍କର ବହି ପଢ଼ାର ଅଭ୍ୟାସକୁ ବିକଶିତ କରିବା ସହ ସେମାନଙ୍କୁ ଭବିଷ୍ୟତରେ ସହାୟତା ପ୍ରଦାନ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ସମ୍ବଲପୁର ଜିଲ୍ଲା ପରିଦର୍ଶନର ଶେଷ ଦିନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ ତ୍ରିପାଠୀ ଚିପିଲିମାସ୍ଥିତ କୃଷି ଓ ଉଦ୍ୟାନ କୃଷି ମହାବିଦ୍ୟାଳୟ ପରିଦର୍ଶନ କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି, ଡିନ୍‌, ଅଧ୍ୟାପକ, ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶ୍ରୀ ତ୍ରିପାଠୀ ଏହି ମହାବିଦ୍ୟାଳୟର ଭିତ୍ତିଭୂମି ଓ ଶୈକ୍ଷିକ ସମ୍ବଳର ସ୍ଥିତି ଅନୁଧ୍ୟାନ କରିବା ସହ ପଶ୍ଚିମ ଓଡ଼ିଶାର ଚାଷୀ ଏହି ଅନୁଷ୍ଠାନର ଗବେଷଣା ଓ ସମ୍ପ୍ରସାରଣ ସେବାର ନିଶ୍ଚିତ ଲାଭ ପାଇ ପାରିବେ ବୋଲି ମତ ପ୍ରକାଶ କରିଛନ୍ତି।

ଏହି ବିଦ୍ୟାଳୟ ଭବିଷ୍ୟତର କୃଷି ଉଦ୍ୟୋଗୀମାନଙ୍କ ପାଇଁ ସକାରାତ୍ମକ କୃଷି ବ୍ୟବସାୟ ଭାବନା ସୃଷ୍ଟି କରିବ ବୋଲି ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ତଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ଉଦ୍ଦେଶ୍ୟ ବୋଲି ସେ ଆହ୍ୱାନ କରିଛନ୍ତି। ନିକଟରେ ପଶ୍ଚିମ ଓଡ଼ିଶା ଅଞ୍ଚଳର ଉଷ୍ମ ଜଳବାୟୁ ପାଇଁ ଅତ୍ୟନ୍ତ ଉପଯୁକ୍ତ ନୂତନ ଧାନ ବିହନ ସୂର୍ଯ୍ୟଶ୍ରୀ ଓ ନବରନି ଏହି ମହାବିଦ୍ୟାଳୟ ଦ୍ୱାରା ବିକଶିତ କରାଯାଇଛି।

ଏହି ଅନୁଷ୍ଠାନର ଗବେଷଣା କାର୍ଯ୍ୟକଳାପକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନେ ଉତ୍ପାଦକ ଏବଂ ଉତ୍ପାଦକତା ସହିତ ସିଧାସଳଖ ସମ୍ପର୍କ ରଖି କୃଷକମାନଙ୍କର କାର୍ଯ୍ୟକଳାପରେ ଆଧୁନିକ ଉନ୍ନତି ଆଣିପାରିବେ, ଯାହା ଫଳରେ ସେମାନେ କୃଷିରେ ଲାଭବାନ ହେଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଗବେଷଣାଗାର, କୀଟ ସଂଗ୍ରହାଳୟ, ମୃତ୍ତିକା ପରୀକ୍ଷଣ ଓ ତଥ୍ୟ ଉପସ୍ଥାପନା, ଉଦ୍ୟାନ କୃଷି କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ପ୍ରକାର ଉପକରଣର ସେ ତଦାରଖ କରିଥିଲେ। ଏହି ଅନୁଷ୍ଠାନରେ ଭ୍ରମଣ ସ୍ମୃତି ସ୍ୱରୂପ ଶ୍ରୀ ତ୍ରିପାଠୀ ଏକ ନାଲି ଚନ୍ଦନ କାଠର ଚାରା ମଧ୍ୟ ରୋପଣ କରିଥିଲେ।

ଏହା ସହ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ସ୍ୱଧାର ଗୃହ ପରିଦର୍ଶନ କରିବା ସହ ସମଲେଇ ଧୂପ ଉତ୍ପାଦନ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ବର୍ଜ୍ୟ ଫୁଲରୁ ଅଗରବତୀ ଉତ୍ପାଦନ ପାଇଁ ଡିଏମ୍‌ଏଫ ତରଫରୁ ନୂଆ ମେସିନ୍‌ କିଣା ଯାଇଛି। ଶ୍ରୀ ତ୍ରିପାଠୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅନ୍ତେବାସୀ ଓ ପ୍ରଶିକ୍ଷକଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ଅନ୍ୟାନ୍ୟ ବ୍ୟବସାୟିକ କାର୍ଯ୍ୟକଳାପ ଓ ବଜାର ସମ୍ପର୍କରେ ପୌରପାଳିକା କମିଶନରଙ୍କ ସହ ଆଲୋଚନା କରିଥିଲେ।

ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକର ଦଳେଇପଡାଠାରେ ୧୯୯.୯୯ ଲକ୍ଷ ଟଙ୍କାର ଶ୍ରୀରାମ ବାଟିକା କୃଷି ପର୍ଯ୍ୟଟନ ପ୍ରକଳ୍ପକୁ ମଧ୍ୟ ପରିଦର୍ଶନ କରିଛନ୍ତି। ଏହି ପ୍ରକଳ୍ପର ସମନ୍ୱିତ ପରିସର ଭ୍ରମଣ କରିବା ସହ କୃଷି ଉଦ୍ୟୋଗୀ ଶ୍ରୀମତୀ ଦେବୀଦାନୀ ସାହା ଓ ତାଙ୍କ ସହଯୋଗୀମାନଙ୍କ ସହ ଦୁU ଉତ୍ପାଦନ, ଛେଳି ପାଳନ, କୁକୁଡ଼ା ଚାଷ, ଉଦ୍ୟାନ କୃଷି ଓ ଆଧୁନିକ ଯନ୍ତ୍ର ଉପଯୋଗ ଦ୍ୱାରା ପୁଷ୍ପଚାଷ ସହ ଭଳି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସେ ଆଲୋଚନା କରିଥିଲେ।

ଏହି ଅବସରରେ ସମ୍ବଲପୁର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ସମ୍ବଲପୁର ମହାନଗର ନିଗମର କମିଶନର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର ଓ ବୈଷୟିକ ପରାମର୍ଶଦାତା ଏବଂ ଅନ୍ୟ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।

ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025
Latest News

ଯୁବମୋର୍ଚ୍ଚା ସଭାପତିଙ୍କ ବିରୋଧରେ ଥାନାରେ ଏତଲା ଦେଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ

July 23, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

July 23, 2025

ପୂର୍ବାଞ୍ଚଳୀୟ ଲେଖକ ସମ୍ମିଳନୀ ଉଦଯାପିତ: ପୂର୍ବାଞ୍ଚଳୀୟ ଭାଷାର ସାହିତ୍ୟ ଖୁବ୍ ପ୍ରଭାବଶାଳୀ

July 23, 2025

ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ: ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.