Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦: ଦକ୍ଷିଣ ବ୍ଲକର ମନ୍ତ୍ରଣାଳୟ ସଚିବାଳୟରେ ସ୍ୱଚ୍ଛତା ନିରୀକ୍ଷଣ କଲେ ପ୍ରତିରକ୍ଷା ମନ୍ତ୍ରୀ
ଆଜିର ଖବର

ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦: ଦକ୍ଷିଣ ବ୍ଲକର ମନ୍ତ୍ରଣାଳୟ ସଚିବାଳୟରେ ସ୍ୱଚ୍ଛତା ନିରୀକ୍ଷଣ କଲେ ପ୍ରତିରକ୍ଷା ମନ୍ତ୍ରୀ

October 26, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସ୍ୱଚ୍ଛତାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅକ୍ଟୋବର ୨୬, ୨୦୨୩ରେ ନୂଆଦିଲ୍ଲୀର ସାଉଥ୍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସଚିବାଳୟରେ ସ୍ୱଚ୍ଛତା ଯାଞ୍ଚ୍ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ କର୍ମଚାରୀମାନଙ୍କ ସହ ଆଲୋଚନା କରି କର୍ମକ୍ଷେତ୍ରରେ ଅତ୍ୟନ୍ତ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପ୍ରତି ସପ୍ତାହରେ କିଛି ଘଣ୍ଟା ଶ୍ରମଦାନ କରିବାକୁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ସ୍ୱଚ୍ଛ ଓ ଶୃଙ୍ଖଳିତ କର୍ମକ୍ଷେତ୍ର ଦ୍ୱାରା ଉତ୍ପାଦକତା ବୃଦ୍ଧି ପାଇଥାଏ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ସ୍ୱଚ୍ଛତା ବୀରମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ, ଯେଉଁମାନଙ୍କର ଅକ୍ଳାନ୍ତ ପ୍ରୟାସ ଏମଓଡିରେ ସ୍ୱଚ୍ଛତା ଅଭିଯାନର ସଫଳ ପରିଚାଳନାରେ ସହାୟକ ହୋଇଛି।

ଏହି ମନ୍ତ୍ରଣାଳୟ ସର୍ବଭାରତୀୟ ସ୍ୱଚ୍ଛତା ଅଭିଯାନ ସହିତ ସ୍ୱତନ୍ତ୍ର ଅଭିଯାନ ୩.୦ର ଚତୁର୍ଥ ତଥା ଅନ୍ତିମ ସପ୍ତାହରେ ରହିଛି। ଉପଲବ୍ଧ ସମ୍ବଳର ଲାଭଦାୟକ ଉପଯୋଗ ଏବଂ ସ୍କ୍ରାପ୍ ନିଷ୍କାସନରୁ ରାଜସ୍ୱ ଆଦାୟ ଉପରେ ଏହି ଅଭିଯାନର ମୁଖ୍ୟ ଗୁରୁତ୍ୱ ରହିଛି। ସୂଚନାଯୋଗ୍ୟ, ସାଉଥ୍ ବ୍ଲକରେ ଆସବାବପତ୍ର ସ୍କ୍ରାପ୍ ଏବଂ ଫଟୋକପି ମେସିନ୍ ଭଳି ପୁରୁଣା ଓ ଅଦରକାରୀ ଆଇଟି ଉପକରଣର ନିଷ୍କାସନ କରି ମନ୍ତ୍ରଣାଳୟ ୫.୩୪ ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରିଛି। ଗାଡ଼ି ନିଲାମ ମାଧ୍ୟମରେ ୫୫ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଛି।

ସ୍ବଚ୍ଛତାର ଭାବନାକୁ ଦୃଷ୍ଟିରେ ରଖି ଚାଲିଥିବା ସ୍ବତନ୍ତ୍ର ଅଭିଯାନ ୩.୦ ରେ ଏକ ଅବ୍ୟବହୃତ କୋଠରୀକୁ ଅଳିଆମୁକ୍ତ କରାଯାଇ ନବୀକରଣ କରାଯାଇ ‘ଲେଡିଜ୍ ରୁମ୍’ରେ ପରିଣତ କରାଯାଇଥିଲା, ଯେଉଁଠାରେ କର୍ମଚାରୀମାନେ ନିଜ ସୁବିଧା ଅନୁଯାୟୀ ନିଜକୁ ସତେଜ କରିପାରିବେ। ସାଉଥ୍ ବ୍ଲକର ଦ୍ବିତୀୟ ମହଲାରେ ଥିବା ଏହି କୋଠରୀକୁ ରକ୍ଷାମନ୍ତ୍ରୀ ଉଦଘାଟନ କରିଥିଲେ। ଏହି ସକାରାତ୍ମକ ହସ୍ତକ୍ଷେପ ପାଇଁ ମହିଳା କର୍ମଚାରୀମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯାହା ଅନ୍ୟମାନଙ୍କ ଦ୍ୱାରା ଅନୁକରଣ ଯୋଗ୍ୟ।

ରାଜନାଥ ସିଂହ ତଳ ମହଲାରେ ଥିବା ସ୍ଥାନ ପରିଦର୍ଶନ କରିଥିଲେ ଯାହା ପୂର୍ବରୁ ଅଚଳ ହୋଇପଡ଼ିଥିବା ବିଭାଗୀୟ କ୍ୟାଣ୍ଟିନ୍ ଥିଲା ଯେଉଁଠାରେ ଅଳିଆ ପକାଯାଉଥିଲା। ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ୩.୦ ରେ ଅଳିଆ ସଫା କରାଯାଇଛି ଏବଂ ଜାଗାର ନବୀକରଣ ଚାଲିଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Latest News

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.