ବରିଷ୍ଠ ଆଇପିଏସ ସ୍ତରରେ ଅଦଳ ବଦଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ

Published: Oct 31, 2023, 10:05 pm IST

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ପାଞ୍ଚ ଜଣ ଆଇପିଏସଙ୍କର ବଦଳି ହୋଇଛି। ଯେଉଁମାନଙ୍କର ବଦଳ ହୋଇଛି ସେମାନେ ହେଲେ

୧- ୧୯୮୮ ବ୍ୟାଚର ଅରୁଣ କୁମାର ରାୟଙ୍କର ଗୃହମନ୍ତ୍ରାଳୟର ଓଏସଡିରୁ ବଦଳି ହୋଇ ନୂଆ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ପ୍ରିଟିଂ, ଷ୍ଟେସନାରୀ ଏବଂ ପବ୍ଲିକେସନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ।

୨- ସେହିପରି ୧୯୮୯ ବ୍ୟାଚ ଆଇପିଏସ ଏ ଏମ ପ୍ରସାଦ ଜେଲ ଡିଜି ଭାବେ ବଦଳି ହୋଇଛି। ସେ ଏବେ ଏଚଆରପିସିର ସ୍ପେଶାଲ ଡିଜିପି ଦାୟିତ୍ୱରେ ଥିଲେ।

୩- ୧୯୯୨ ବ୍ୟାଚର ଆଇପିଏସ ଲଳିତ ଦାସ ସରକାର ପ୍ରେସ ନିର୍ଦ୍ଦେଶକ ପଦରୁ ଏଚଆରପିସିର ଆଡିସନାଲ ଡିଜିପି ଭାବେ ବଦଳି ହୋଇଛି।

୪- କମିଶନରେଟ ପୋଲିସର ଭୁବନେଶ୍ୱର-କଟକର ସିପି ଥିବା ୨୦୦୮ ବ୍ୟାଚର ଉମାଶଙ୍କର ଦାଶଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ୱିଙ୍ଗସର ଡିଆଇଜି ଭାବେ ବଦଳି କରାଯାଇଛି ।

୫-୨୦୦୯ ବ୍ୟାଚର ଆଇପିଏସ ବ୍ରିଜେଶ କୁମାର ରାୟଙ୍କୁ କମିଶନରେଟ ପୋଲିସର ଆଡିସିନାଲ ସିପି ଭାବେ ବଦଳି କରାଯାଇଛି। ପୂର୍ବରୁ ସେ ପୋଲିସ ମୁଖ୍ୟାଳୟ ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ।

Related posts