Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ
ଆଜିର ଖବର

ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ

November 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସେପ୍‌ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି। ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍‌ସିସ୍। ଏହା ପୃଥିବୀରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ପାଲଟିଥିବା ବେଳେ ଆଇସିୟୁରେ ପ୍ରଥମ ମୃତ୍ୟୁର କାରଣ ପାଲଟିଛି ଏବଂ ଏହା କୌଣସି ମହାମାରୀ ଠାରୁ କମ୍ ନୁହେଁ ବୋଲି କହିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସହଯୋଗରେ ମଙ୍ଗଳବାର ଆୟୋଜିତ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍ (ଆଇଏସ୍‌ସିସିଏମ୍‌), ଭୁବନେଶ୍ୱର ଶାଖାର ବାର୍ଷିକ ଉତ୍ସବରେ ଯୋଗ ଦେଇ ଡାକ୍ତର ରାୟ କହିଛନ୍ତି ଯେ ସେପ୍‌ସିସ୍ ଭଳି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ସଚେତନ ହେବା ସହ ଡାକ୍ତରଖାନାରେ ନିୟମିତ ହାତ ଧୋଇବାର ପ୍ରକ୍ରିୟାକୁ ଜାରି ରଖିବା ଉଚିତ୍। କୋଭିଡ ପରେ ଲୋକମାନେ ପୁଣି ଥରେ ନିୟମିତ ହାତ ଧୋଇବା ଅଭ୍ୟାସ ଭୁଲିଯାଇଥିବା ବେଳେ କେବଳ ହାତ ଧୋଇବା ଦ୍ୱାରା ହିଁ ୯୫ ପ୍ରତିଶତ ସଂକ୍ରମଣର ଭୟକୁ ଦୂର କରାଯାଇପାରିବ ବୋଲି ସେ କହିଛନ୍ତି।

ଆଇଏସ୍‌ସିସିଏମ୍‌ର ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ପ୍ରିଭେଂଟ ସେପ୍‌ସିସ୍‌, ସେଭ୍ ଲାଇଫ୍‌’। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର)ପୁଷ୍ପରାଜ ସାମନ୍ତସିଂହାର ସେପ୍‌ସିସ୍‌ରୁ ରକ୍ଷା ପାଇବା ନିମନ୍ତେ ଓ କୌଣସି ପ୍ରକାର ବ୍ୟାଧିର ଶିକାର ନ ହେବା ପାଇଁ ହାତ ଧୋଇବା ହିଁ ସବୁଠାରୁ ବଡ଼ ପ୍ରତିଷେଧକ ବୋଲି କହିଥିଲେ।

ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଉନ୍ନତମାନର ଆଇସିୟୁ, ଏସ୍‌ଡିୟୁ ଓ ବିଶେଷଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ।

ଏହି ଅବସରରେ ଆଇଏସ୍‌ସିସିଏମ୍‌ର ଭୁବନେଶ୍ୱର ଶାଖାର ଚେୟାରମ୍ୟାନ୍ ତଥା ସମ୍ ଅଲ୍ଟିମେଟ୍ ମେଡିକେୟାରର ଡେପୁଟି ମେଡିକାଲ୍ ସୁପରିଟେଣ୍ଡେଂଟ ଡ. ଆନନ୍ଦ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଅକ୍ଟୋବର ମାସକୁ ଆଇଏସ୍‌ସିସିଏମ୍ ମାସ ଭାବେ ପାଳନ କରାଯାଏ ବୋଲି କହିଥିଲେ।

ସେପ୍‌ସିସ୍‌କୁ ନେଇ ଲୋକମାନେ ସଚେତନ ହେବା ଆବଶ୍ୟକ ଓ ଅସୁସ୍ଥ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଜରୁରୀ ବୋଲି ଡ. ମିଶ୍ର କହିଥିଲେ। ଏହା ଦ୍ୱାରା ସଂକ୍ରମଣ ଶରୀରର ଅନ୍ୟାନ୍ୟ ଅଂଗକୁ ପହଂଚିପାରିବ ନାହିଁ। ସେପ୍‌ସିସ୍ ସବୁ ବୟସର ଲୋକଙ୍କ ଶରୀରକୁ ସଂକ୍ରମିତ କରିପାରେ। ବିଶେଷ କରି ଏହା ଯକୃତ, ଫୁସଫୁସ ଓ ବୃକକ୍‌କୁ ଅଧିକ ମାତ୍ରାରେ ଆକ୍ରାନ୍ତ କରିଥାଏ ବୋଲି ଡ. ମିଶ୍ର କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏସ୍‌ସିସିଏମ୍‌ର ସମ୍ପାଦକ ଡ. ବିଶ୍ୱବିକାଶ ମହାନ୍ତି ଓ କୋଷାଧ୍ୟକ୍ଷ ଡ. ସମୀର ସାମଲ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ରୋଗୀମାନଙ୍କର ସମ୍ପର୍କୀୟ ମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ମହାମାରୀ ସମ୍ ଅଲ୍ଟିମେଟ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

July 29, 2026

ହଠାତ୍ ସଂସଦରେ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ: ଜାଣନ୍ତୁ ମୁଖ୍ୟ କାରଣ କ’ଣ?

July 29, 2026

ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ

July 29, 2026

WTC ଫାଇନାଲରୁ ବାଦ ପଡିଲା ପାକିସ୍ତାନ: ଜାଣନ୍ତୁ ଭାରତର ସ୍ଥିତି

July 29, 2026
Latest News

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ ଆଧାରିତ ପୁସ୍ତକ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉନ୍ମୋଚିତ

July 29, 2026

ହଠାତ୍ ସଂସଦରେ ପହଞ୍ଚିଲେ ଏନଏସଏ ଅଜିତ ଡୋଭାଲ: ଜାଣନ୍ତୁ ମୁଖ୍ୟ କାରଣ କ’ଣ?

July 29, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ବରିଷ୍ଠ ସାମ୍ବାଦିକ ଶାରଦା ପ୍ରସନ୍ନ ନନ୍ଦଙ୍କୁ ଶବରୀ ପ୍ରଭାଦୀପ୍ତ ସମ୍ମାନ

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.