
ନୂଆଦିଲ୍ଲୀ: କନ୍ନଡ଼ ରାଜ୍ୟୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘କନ୍ନଡ଼ ରାଜ୍ୟୋତ୍ସବ ଅବସରରେ ଆମେ କର୍ଣ୍ଣାଟକର ଭାବନାର ଉତ୍ସବ ପାଳନ କରୁଛୁ, ଯାହା କି ପ୍ରାଚୀନ ଉଦ୍ଭାବନ ଏବଂ ଆଧୁନିକ ଉଦ୍ୟୋଗର ଏକ ସ୍ଥଳ। ଏଠାକାର ଲୋକ ହୃଦୟବାନ ଏବଂ ଜ୍ଞାନୀ, ସେମାନେ ରାଜ୍ୟର ନିରନ୍ତର ଯାତ୍ରାକୁ ଗତି ଦେଇଥା’ନ୍ତି। କର୍ଣ୍ଣାଟକ ଏପରି ନିରନ୍ତର ପ୍ରଗତି କରୁ, ଉଦ୍ଭାବନ ସହ ପ୍ରେରଣାଦାୟୀ ହେଉ।’