ୟୁଏଇ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ: ପଶ୍ଚିମ ଏସିଆର ସ୍ଥିତି ଉପରେ କଲେ ମତ ବିନିମୟ

Published: Nov 3, 2023, 8:38 pm IST

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଉଭୟ ନେତା ପଶ୍ଚିମ ଏସୀୟ ଅଞ୍ଚଳର ବିକାଶ ଓ ସାମ୍ପ୍ରତିକ ସ୍ଥିତି ଉପରେ ମତ ବିନିମୟ କରିଥିଲେ।

ଉଭୟ ନେତା ଆତଙ୍କବାଦ, ଖରାପ ସୁରକ୍ଷା ପରିସ୍ଥିତି ଏବଂ ସାଧାରଣ ନାଗରିକ ମାନଙ୍କର ଜୀବନହାନିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

ସୁରକ୍ଷା ଓ ମାନବୀୟ ପରିସ୍ଥିତିର ଶୀଘ୍ର ସମାଧାନ ପାଇଁ ଦୁଇ ନେତା ଆହ୍ୱାନ ଦେଇଛନ୍ତି। ଏହି ଅଞ୍ଚଳରେ ସ୍ଥାୟୀ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ଭାରତ – ୟୁଏଇ ବ୍ୟାପକ ରଣନୀତିକ ଭାଗିଦାରୀ ଢାଞ୍ଚାରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଲାଗି ସେମାନେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

Related posts