Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳା ଅଧିକାରୀଙ୍କୁ କର୍ଣ୍ଣେଲଭାବେ ତାଲିକାଭୁକ୍ତ କରିବାକୁ ମନା କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ, ‘ସେନାର ଆଭିମୁଖ୍ୟ ମନମୁଖୀ’
ଆଜିର ଖବର

ମହିଳା ଅଧିକାରୀଙ୍କୁ କର୍ଣ୍ଣେଲଭାବେ ତାଲିକାଭୁକ୍ତ କରିବାକୁ ମନା କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ, ‘ସେନାର ଆଭିମୁଖ୍ୟ ମନମୁଖୀ’

November 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁପ୍ରିମକୋର୍ଟ
"ମାଗଣା ଉପହାର ଦେଲେ ବିକାଶ କିପରି ହେବ?": ମାଗଣା ଯୋଜନା ଉପରେ ସୁପ୍ରିମ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ମହିଳା ଅଧିକାରୀଙ୍କୁ କର୍ଣ୍ଣେଲଭାବେ ତାଲିକାଭୁକ୍ତ କରିବାକୁ ମନା କରିବା ସେନାର ଆଭିମୁଖ୍ୟ ମନମୁଖୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପଦୋନ୍ନତି ପାଇଁ ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ଚୟନ ବୋର୍ଡକୁ ପୁନର୍ବାର ଡାକିବାକୁ କୋର୍ଟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମହିଳା ଅଧିକାରୀଙ୍କ ଉଚିତ ଅଧିକାରକୁ ଶେଷ କରିବାର ବାଟ ଖୋଜିବା ପାଇଁ ସେନାର ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଏଭଳି ଆଭିମୁଖ୍ୟ ମହିଳା ଅଧିକାରୀମାନଙ୍କୁ ନ୍ୟାୟ ଦେବାର ଆବଶ୍ୟକତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ, ଯେଉଁମାନେ ସେମାନଙ୍କର ପ୍ରାପ୍ୟ ଅଧିକାର ପାଇବା ପାଇଁ ଦୀର୍ଘ ଦିନ ଧରି ସଂଘର୍ଷ କରିଛନ୍ତି।

କଟ୍ ଅଫ୍‍କୁ ଯେଉଁଭଳିଭାବେ କାର୍ଯ୍ୟକାରୀ କରାଯାଇଛି ତାହା ମନମୁଖୀ

ଜଷ୍ଟିସ ଜେ ବି ପାର୍ଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, କର୍ଣ୍ଣେଲଭାବେ ପ୍ୟାନେଲରେ ଯୋଗ ଦେବା ପାଇଁ ମହିଳା ଅଧିକାରୀଙ୍କ ସିଆର ହିସାବ କରିବା ପାଇଁ ଯେଉଁଭଳିଭାବେ କଟ୍ ଅଫ୍ ଲାଗୁ କରାଯାଇଛି ତାହା ମନମୁଖୀ, କାରଣ ଏହା ସେନାର ନୀତି ସର୍କୁଲାର ଏବଂ ଏହି ଅଦାଲତର ରାୟର ବିପରୀତ।

୯ ବର୍ଷ ଚାକିରି କରିବା ପରେ ସିସିଆର ଉପରେ ବିଚାର କରିବାର ଆବଶ୍ୟକତା ରହିଛି
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ନିର୍ଦ୍ଧାରିତ ନୀତି ଢାଞ୍ଚାରେ ସ୍ପଷ୍ଟ କରାଯାଇଛି ଯେ ୯ ବର୍ଷ ଚାକିରି କରିବା ପରେ ସମସ୍ତ ଗୋପନୀୟ ରିପୋର୍ଟ (ସିସିଆର) ବିଚାର କରିବା ଆବଶ୍ୟକ। ଏଥିରେ କୁହାଯାଇଛି ଯେ, ବର୍ତ୍ତମାନ ମାମଲାରେ ମହିଳା ଅଧିକାରୀଙ୍କୁ ସେମାନଙ୍କ ପୁରୁଷ ଅଧିକାରୀଙ୍କ ସମକକ୍ଷ କରିବା ପାଇଁ ମନଇଚ୍ଛା କଟ୍ ଅଫ୍ ଲାଗୁ କରାଯାଇଛି।

ଖାଲି ପଡ଼ିଥିବା ପଦବୀ ସଂଖ୍ୟା ଅଫିସରଙ୍କ ରହିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଯୁକ୍ତିକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ଅଦାଲତ ୨୦୨୧ ରାୟକୁ ଉଦାହରଣ ଦେଇଛନ୍ତି

ଏହି ପରିପ୍ରେକ୍ଷୀରେ ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ନଭେମ୍ବର ୨୧ ତାରିଖରେ ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ସେନା ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲେ ଯେ ଆମ ରାୟ ଅନୁଯାୟୀ ୧୫୦ଟି ପଦବୀ ଉପଲବ୍ଧ ହେବ। ଯେହେତୁ ୧୦୮ଟି ପଦବୀ ପୂରଣ ହୋଇଛି, ତେଣୁ ଖାଲି ନ ଥିବା ପଦବୀର ଆଧାର ଉପଲବ୍ଧ ହେବ ନାହିଁ।

୧୫ ଦିନ ଭିତରେ ଗଠନ ହେବ ସ୍ୱତନ୍ତ୍ର ଚୟନ ବୋର୍ଡ: ସୁପ୍ରିମକୋର୍ଟ

ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି ଯେ ଏହି ନିଷ୍ପତ୍ତିର ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର ଚୟନ ବୋର୍ଡ ୩ବିର ପୁନର୍ଗଠନ ପ୍ରକ୍ରିୟା (କର୍ଣ୍ଣେଲଭାବେ ପଦୋନ୍ନତି ପାଇଁ) ଆରମ୍ଭ କରିବାକୁ ଆମେ ନିର୍ଦ୍ଦେଶ ଦେଉଛୁ। ଶେଷ ଦୁଇଟି ସିଆର୍ ବ୍ୟତୀତ ଅନ୍ୟସମସ୍ତ ଗୋପନୀୟ ରିପୋର୍ଟକୁ ବିଚାରକୁ ନିଆଯିବ। ବିବାଦକୁ କମ୍ କରିବା ପାଇଁ ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଜୁନ୍ ୨୦୨୧ କଟ୍ ଅଫ୍ ଉପରେ ବିଚାର କରାଯିବା ଉଚିତ।

ମହିଳା ଅଧିକାରୀଙ୍କ ଆବେଦନର ଶୁଣାଣି କରିଛନ୍ତି କୋର୍ଟ

ସ୍ଥାୟୀ କମିଶନ ପାଇଥିବା ଭାରତୀୟ ସେନାର ମହିଳା ଅଧିକାରୀଙ୍କ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହା କହିଛନ୍ତି। କର୍ଣ୍ଣେଲ ପାହ୍ୟାକୁ ପଦୋନ୍ନତି ପାଇଁ ତାଙ୍କ ପ୍ୟାନେଲରେ ଯୋଗ ନଦେବା ନେଇ ବିବାଦ ଲାଗି ରହିଛି।

୨୦୨୧ରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ଯେ ମହିଳା ସର୍ଟ ସର୍ଭିସ କମିଶନ ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ଦେବା ପାଇଁ ସେନା ଯେଉଁ ମୂଲ୍ୟାୟନ ମାନଦଣ୍ଡ ଧାର୍ଯ୍ୟ କରିଛି ତାହା ବ୍ୟବସ୍ଥାଗତ ଭେଦଭାବ, ଅର୍ଥନୈତିକ ଓ ମାନସିକ କ୍ଷତି ପହଞ୍ଚାଇବା ସହ ସେମାନଙ୍କ ସମ୍ମାନକୁ ଆଘାତ ପହଞ୍ଚାଉଛି।

ମହିଳା ଅଧିକାରୀ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026
Latest News

ଭାରତରେ ଚିନ୍ତା ବଢ଼ାଇଲା କତରର ଗ୍ୟାସ ପ୍ଲାଣ୍ଟ ଉପରେ ଆକ୍ରମଣ: ଏବେ କ’ଣ ହେବ?

March 19, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀର ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

March 19, 2026

ଆଡଟ୍ରଷ୍ଟ ସମ୍ମିଳନୀ ୨୦୨୬: ବିଜ୍ଞାପନ ଆଇନ ସଙ୍କଳନର ଶୁଭାରମ୍ଭ

March 19, 2026

ଆଇଆଇସିଟି ର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାର ସମୀକ୍ଷା

March 19, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.