Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଷ୍ଟାର୍ଟଅପ୍ ଯାତ୍ରା: ଚଳିତ ସପ୍ତାହରେ ୧୩ବୁଟ କ୍ୟାମ୍ପ ମାଧ୍ୟମରେ ୧୯୦ରୁ ଉର୍ଦ୍ଧ୍ଵ ଆଇଡିଆ ସଂଗ୍ରହ
ଆଜିର ଖବର

ଓଡିଶା ଷ୍ଟାର୍ଟଅପ୍ ଯାତ୍ରା: ଚଳିତ ସପ୍ତାହରେ ୧୩ବୁଟ କ୍ୟାମ୍ପ ମାଧ୍ୟମରେ ୧୯୦ରୁ ଉର୍ଦ୍ଧ୍ଵ ଆଇଡିଆ ସଂଗ୍ରହ

November 5, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ପୂଜା ଛୁଟି ପରେ ପୁଣି ଆରମ୍ଭ ହୋଇ ଚଳିତ ସପ୍ତାହରେ ରାଜ୍ୟର ୭ଟି ଜିଲ୍ଲାର ୧୩ଟି ସ୍କୁଲ ଏବଂ କଲେଜରେ ପହଞ୍ଚିଛି। ଗତ ସପ୍ତାହରେ ଯାତ୍ରା ମଧ୍ୟମରେ ୧୩ଟି ବୁଟକ୍ୟାମ୍ପ ଆୟୋଜନ କରାଯାଇ, ୧୨୭୯ ଜଣ ଛାତ୍ରୀଛାତ୍ରଙ୍କ ଠାରୁ ୧୯୭ଟି ଆଇଡିଆ ସଂଗ୍ରହ କରିଛି। ଏହି ସମୟ ମଧ୍ୟରେ ଯାତ୍ରା ଦ୍ୱାରା ଜଗତସିଂହପୁର, ବୌଦ୍ଧ, ନୟାଗଡ଼, ସୋନପୁର, ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବୁଟ୍ କ୍ୟାମ୍ପ ଆୟୋଜିତ ହୋଇଥିଲା।

ବର୍ତ୍ତମାନସୁଦ୍ଧା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ୨୦୦ରୁ ଉର୍ଦ୍ଧ୍ବ  କଲେଜ୍ ଏବଂ ୬୦ରୁ ଉର୍ଦ୍ଧ ବିଦ୍ୟାଳୟ ଗସ୍ତ କରିସାରିଥିବାବେଳେ ଏଥିରେ ୩୧,୦୦୦ ରୁ ଅଧିକ ବିଦ୍ୟାର୍ଥୀଙ୍କ ନିକଟରେ ପହଞ୍ଚି ପାରିଛନ୍ତି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତିଭୂମି ତିଆରି କରିପାରିଛି।

ଶନିବାର ଯାତ୍ରାର ୩୪ତମ ଦିବସ ଅବସରରେ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ କଟକ, ଟ୍ରାଇଡେଣ୍ଟ ଏକାଡେମୀ ଅଫ୍ ଟେକ୍ନୋଲୋଜି(ଖୋର୍ଦ୍ଧା) ଓ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର(ନୟାଗଡ଼)ରେ ବୁଟ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା।

ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ୍ ପକ୍ଷରୁ ଆଗାମୀ ଦିନରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ନୟାଗଡ଼ର +୨ କଲେଜ ଓ କୋରାପୁଟର ମାଲୁଶାନ୍ତ ସରକାରୀ ହାଇସ୍କୁଲରେ ତୃଣମୂଳ ସ୍ତରରେ ଉଦ୍ୟୋଗ ଓ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ନଭେମ୍ବର ୬ ତାରିଖ (ସୋମବାର) ୩ଟି ବୁଟ୍ କ୍ୟାମ୍ପ ଅନୁଷ୍ଠିତ କରିବ।

ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା । ଯାତ୍ରାର ୨୦୨୩ ସଂସ୍କରଣରେ ଚାରିଟି ଭ୍ୟାନ୍ ସମସ୍ତ ୩୦ଟି ଜିଲ୍ଲା ପରିଦର୍ଶନ କରି ବୁଟକ୍ୟାମ୍ପ ଓ ଭ୍ୟାନ କ୍ୟମ୍ପେନ ମାଧ୍ୟମରେ ସ୍କୁଲ୍ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆଇଡ଼ିଆ ସଂଗ୍ରହ କରାଯାଉଛି।

ଆଇଡିଆ ସଂଗ୍ରହ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓଡିଶା ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026

ଆଇପିଏଲ-୨୦୨୬: ସରିଲା ସମସ୍ତ ଦଳର ମ୍ୟାଚ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ବଦଳିଲା ପଏଣ୍ଟ ଟେବୁଲ

April 2, 2026
Latest News

ଗୁରୁତ୍ୱପୂର୍ଣ୍ଣ ପେଟ୍ରୋକେମିକାଲ୍ ଉତ୍ପାଦଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ସୀମା ଶୁଳ୍କ ଛାଡ଼ କଲେ ସରକାର

April 2, 2026

ପଶ୍ଚିମବଙ୍ଗରେ SIRରେ କାର୍ଯ୍ୟରତ ବିଚାରପତିଙ୍କ ଉପରେ ଆକ୍ରମଣ: କଡା ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

April 2, 2026

ଆଦିତ୍ୟ ଆଲୁମିନିୟମ୍, ଲପଙ୍ଗା ପକ୍ଷରୁ ଉଦଘାଟିତ ହେଲା  “ଜଳ ବାହିନୀ ପ୍ରକଳ୍ପ” 

April 2, 2026

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.