ମହୁଆ ମୋଇତ୍ରାଙ୍କୁ ସଂସଦରୁ ବହିଷ୍କାର କରିବାକୁ ସୁପାରିସ

Published: Nov 9, 2023, 5:07 pm IST

ନୂଆଦିଲ୍ଲୀ: ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବାରୁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ନଭେମ୍ବର ୯ (ଗୁରୁବାର) ତାରିଖରେ ଏ ନେଇ ନୈତିକତା କମିଟି ବୈଠକ ବସିଥିଲା। କମିଟିର ୧୦ ଜଣ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ଭୋଟ୍ ଦେଇଥିଲେ। ୪ ଜଣ ସଦସ୍ୟ ଏହାକୁ ବିରୋଧ କରିଥିଲେ। ଏହି ରିପୋର୍ଟ ନଭେମ୍ବର ୧୦ ତାରିଖ ଶୁକ୍ରବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରାଯିବ।

ମହୁଆଙ୍କ ବହିଷ୍କାରକୁ ବିରୋଧ କରିଥିବା କମିଟିର ୪ ଜଣ ସଦସ୍ୟ ଏହି ରିପୋର୍ଟକୁ ପକ୍ଷପାତିତାପୂର୍ଣ୍ଣ ଏବଂ ଭୁଲ ବୋଲି କହିଛନ୍ତି।

Related posts