Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ରାଜଭବନରେ ପାଳନ ହେଲା ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସ
ଆଜିର ଖବର

ଓଡିଶା ରାଜଭବନରେ ପାଳନ ହେଲା ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସ

November 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶା ରାଜଭବନରେ ପାଳନ ହେଲା ଉତ୍ତରାଖଣ୍ଡ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଅନେକ ବିଭିନ୍ନତା ମଧ୍ୟରେ ଆମ ମୂଳ ପରିଚୟ ହେଉଛି, ଆମେ ସମସ୍ତେ ଭାରତୀୟ। ଏହି ପରିଚୟକୁ ଆହୁରି ସଶକ୍ତ ଓ ପ୍ରତିଷ୍ଠିତ କରିବାକୁ ପ୍ରତ୍ୟେକ ନିଜ ନିଜ ସ୍ତରରେ ପ୍ରୟାସ କରିବା ହିଁ “ଏକ ଭାରତ – ଶ୍ରେଷ୍ଠ ଭାରତ’ର ଆଧାର ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଆଜି ରାଜଭବନରେ ଆୟୋଜିତ ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ ଯେ, ଆମର ଭାଷା ଅନେକ, କିନ୍ତୁ ଭାବ ଏକ। ଏହି ଭାବ ଓ ଭାବନା ଆମକୁ ଏକତାର ରଜ୍ଜୁରେ ବାନ୍ଧି ରଖିଛି। ଉତ୍ତରାଖଣ୍ଡ ଦେବ ଭୂମି ଭାବରେ ଖ୍ୟାତ। ଆମର ସାଂସ୍କୃତିକ ଓ ଭାବଗତ ପରିଚିତିକୁ ପରିପୁଷ୍ଟ କରିଛି ଉତ୍ତରାଖଣ୍ଡ। ଭାରତୀୟତାର ଅନୁଚିନ୍ତା ଓ ଆଦର୍ଶକୁ ଅନୁପାଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ଏହି ସମାରୋହରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସ୍ୱାଗତ ଭାଷଣ ଦେବା ସହିତ ଏଭଳି ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ତରାଖଣ୍ଡର ଡ. ଦୀପା ଖୁଲ୍‌ବେ, ସଚିନ୍ କୁମାର ପ୍ରମୁଖ ଓଡ଼ିଶାରେ ନିଜର ଅନୁଭବ, ଅନୁଭୂତି ଓ ଉପଲବ୍ଧି ସମ୍ପର୍କରେ କହିଥିଲେ। ଉତ୍ସବରେ ରାଜଭବନର ଅଧିକାରୀ ଓ କର୍ମଚାରୀଙ୍କ ସହିତ ଓଡ଼ିଶା ନିବାସୀ ଉତ୍ତରାଖଣ୍ଡର ବହୁ ବ୍ୟକ୍ତି ଯୋଗଦେଇଥିଲେ। ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ସଂଗ୍ରାମ ଦେଓଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରଘୁବରଦାସ ରାଜଭବନ ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Latest News

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026

ରାଷ୍ଟ୍ରପତିଙ୍କ ଅନୁମୋଦନ: ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ୍

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.