Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଷ୍ଟାର ମେଧା ଅନ୍ୱେଷଣ ପରୀକ୍ଷା ୨୦୨୩
ଆଜିର ଖବର

ଓଷ୍ଟାର ମେଧା ଅନ୍ୱେଷଣ ପରୀକ୍ଷା ୨୦୨୩

November 16, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଷ୍ଟାର ଦାବି
ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଦୂର କରିବା ପାଇଁ ଓଷ୍ଟାର ଦାବି

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ୨୦୧୦ ମସିହାଠାରୁ ରାଜ୍ୟରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା(OSSTA Talent Search Examination) ମାଧ୍ୟମରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ବୃତ୍ତି ପ୍ରଦାନ କରିଥାଏ। ସମଗ୍ର ଓଡ଼ିଶାରୁ ହଜାର ହଜାର ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେଇଥାନ୍ତି।

ସୂଚନାଥାଉକି, ଓଷ୍ଟା ମେଧାବୃତ୍ତି ପରୀକ୍ଷା ପୂର୍ବରୁ ଅଫ୍‌ଲାଇନ୍ ମାଧ୍ୟମରେ କରାଯାଉଥିଲା। ୨୦୨୨ ମସିହା ଠାରୁ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ କରାଯାଉଅଛି। ଅଷ୍ଟମ ଶ୍ରେଣୀରେ ୬୦% ରୁ ଅଧିକ ନମ୍ବର ରଖି ପାଶ୍‌୍ କରି ନବମ ଶ୍ରେଣୀରେ ପାଠପଢ଼ୁଥିବା ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାର ସୁଯୋଗ ନେଇ ପାରିବେ।

ossta.org.in ୱେବ୍‌ସାଇଟ୍‌କୁ ଯାଇ ପ୍ରଥମେ ପ୍ରଧାନଶିକ୍ଷକ ନିଜର ନାମ, ମେଲ୍ ଆଇଡ଼ି ଓ ମୋବାଇଲ୍ ନମ୍ବର ଦେଇ ରେଜିଷ୍ଟ୍ରେସନ୍ କରିବେ। ରେଜିଷ୍ଟ୍ରେସନ୍ ସମୟରେ ମେଲ୍ ଆଇଡ଼ିକୁ ପଠାଯାଇଥିବା ଓ.ଟି.ପି ଦ୍ୱାରା ଠରକ୍ସସଲଚ୍ଚ କରିବେ। ଏହା ପରେ ମେଲ୍ ଆଇଡ଼ିରେ ଯାଇଥିବା ପାସ୍‌ୱାଡ଼ଟିକୁ ନୋଟକରି ପୁର୍ନବାର ଲଗିନ୍ କରିବେ। ଲଗିନ୍ କଲାବେଳେ ନିଜର ମେଲ୍ ଆଇଡ଼ି ଏବଂ ପାସ୍‌ୱାଡ଼ ଦେବେ। ସେଥିରେ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବେ। ଚଳିତ ବର୍ଷ ଅନଲାଇନ୍ ରେଜିଷ୍ଟ୍ରେସନ୍‌ର ସମୟସୀମା ୧୫ ନଭେମ୍ବର ଥିବାବେଳେ ଏହାକୁ ତା୨୦.୧୧.୨୦୨୩ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୩୦ଟି ଜିଲ୍ଲାରେ ୧୪୩ଟି ପରୀକ୍ଷା କେନ୍ଦ୍ର ସ୍ଥିରିକୃତ ହୋଇଛି। ପରୀକ୍ଷାର ଅବଧି ୨ଘଣ୍ଟା ରହିବ।

ଏହି ପରୀକ୍ଷାରେ ବିଷୟବସ୍ତୁ ସ୍ୱରୂପ ମାନସିକ ଦକ୍ଷତା, ସାଧାରଣ ଜ୍ଞାନ, ଓଡ଼ିଆ ଭାଷା ସାହିତ୍ୟ, ଇଂରାଜୀ, ବିଜ୍ଞାନ, ଗଣିତ ଏବଂ ସାମାଜିକ ବିଜ୍ଞାନ ଏହିପରି ମୋଟ୍ ୧୦୦ ମାର୍କର ପରୀକ୍ଷା ହେବ। ପରୀକ୍ଷାକୁ ଓ.ଏମ୍‌.ଆର୍ (ଙଗଜ) ମାଧ୍ୟମରେ କରାଯିବ। ଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ସମକକ୍ଷ କରାଇବାର ସଂକଳ୍ପ ନେଇ ଓଷ୍ଟା ସ୍ୱତନ୍ତ୍ର ଭାବରେ ଏହି ମେଧା ଅନ୍ୱେଷଣ ପରୀକ୍ଷା କରିବାକୁ ଯାଉଛି। ଉତ୍ତମ ପ୍ରଦର୍ଶନ କରିଥିବା ପରୀକ୍ଷାର୍ଥିଙ୍କ ମଧ୍ୟରୁ ବେଷ୍ଟ ୧୦୦ ବା ଶ୍ରେଷ୍ଠ ଶହେ ଜଣଙ୍କୁ ପ୍ରମାଣପତ୍ର ସହ ବୃତ୍ତିରାଶି ପ୍ରଦାନ କରାଯିବ।

ଛାତ୍ରଛାତ୍ରୀମାନଙ୍କର ମେଧା ଅନ୍ୱେଷଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବ୍ଲକ୍‌, ଜିଲ୍ଲା ଓ ରାଜ୍ୟ ସଂଗଠନର ସମସ୍ତ ନେତୃବୃନ୍ଦ ପୂର୍ଣ୍ଣ ସହଯୋଗ କରିବା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି, ସଂପାଦକ ପ୍ରଣବ କୁମାର ଜେନା ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି।

OSSTA ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.