Categories
EDUCATION ଆଜିର ଖବର ରାଜ୍ୟ ଖବର

ଓଷ୍ଟା ଦ୍ୱାରା ଆୟୋଜିତ ମେଧା ଅନ୍ୱେଷଣ ପରୀକ୍ଷା ଅନୁଷ୍ଠିତ

କଟକ: ରବିବାର ଦିନ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ୨୯ଟି ଜିଲ୍ଲା ର ୧୦୫ଟି ପରୀକ୍ଷା କେନ୍ଦ୍ର ରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା ସୁରୁଖୁରୁରେ ସମାହିତ ହୋଇଯାଇଛି। ସମଗ୍ର ରାଜ୍ୟର ନବମ ଶ୍ରେଣୀରେ ପଢୁଥିବା ଯୋଗ୍ୟ ବିବେଚିତ ୯୫୯୭ ଜଣ ଛାତ୍ରଛାତ୍ରୀ ଏହି ମେଧା ଅନ୍ୱେଷଣ ପରୀକ୍ଷା ରେ ଅଂଶ ଗ୍ରହଣ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଷ୍ଟମ ଶ୍ରେଣୀରେ ୬୦% ରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା  ଦେବା ପାଇଁ ଯୋଗ୍ୟ ଅଟନ୍ତି । ଉକ୍ତ ପରୀକ୍ଷାରେ ସାହିତ୍ୟ, ଇଂରାଜୀ, ଗଣିତ, ସାଧାରଣ ଜ୍ଞାନ, ସାମାଜିକ ବିଜ୍ଞାନ, ମାନସିକ ଦକ୍ଷତା ଆଦି ବିଷୟରେ ମୋଟ୍ ୧୦୦ ଗୋଟି ବହୁଗୁଣିତ ମନୋନୀତ (ଗଙ୍କକ୍ଷଗ୍ଧସକ୍ଟ୍ରକ୍ଷର ଉଷକ୍ଟସମର) ପ୍ରଶ୍ନ ରହିଥାଏ।

ପ୍ରକାଶ ଥାଉକି ଏହି ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶ୍ରେଷ୍ଠ ୧୦୦ ଜଣ କୃତୀ ଛାତ୍ରଛାତ୍ରୀଙ୍କ ଫଳାଫଳ ଆଗାମୀ ରାଜ୍ୟସ୍ତରୀୟ ଶିଶୁମେଳା ଅବସରରେ ପ୍ରକାଶ କରାଯିବ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଓଷ୍ଟା ପରିସରକୁ ଡାକି ସମ୍ବର୍ଦ୍ଧିତ କରାଯିବା ସହିତ ବୃତ୍ତି ରାଶି ୩୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯିବ।

ପ୍ରିୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଓଷ୍ଟାର ଏହି ଲୋକାଭିମୁଖୀ ମେଧା ଅନ୍ୱେଷଣ କାର‌୍ୟ୍ୟକ୍ରମ ସଫଳତାର ସହ ସଂପନ୍ନ ହୋଇଥିବାରୁ ଓଷ୍ଟାର ସମସ୍ତ ପଦାଧିକାରୀ, ଜିଲ୍ଲା ସଂପାଦକ, ବ୍ଲକ୍ ସଂପାଦକ, ଓଷ୍ଟାର ଅନ୍ୟାନ୍ୟ କର୍ମକର୍ତ୍ତା, ପରୀକ୍ଷା କେନ୍ଦ୍ର ପରିଚାଳକ ଏବଂ ପରୀକ୍ଷାରେ ସହଯୋଗ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କୁ ଓଷ୍ଟା ପକ୍ଷରୁ ସର୍ବଶ୍ରୀ ଅକ୍ଷୟ କୁମାର ମିଶ୍ର, ନୀଳମଣି ପୁରୋହିତ, ରଞ୍ଜନ କୁମାର ଦାଶ, ବ୍ରଜକିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ପ୍ରଣବ କୁମାର ଜେନା ପ୍ରମୁଖ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ଜଣାଇଛନ୍ତି। ପରିଶେଷରେ ସମସ୍ତ ପରିକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ।

Categories
ଆଜିର ଖବର ରାଜ୍ୟ ଖବର

ଓଷ୍ଟାର ମେଧା ଅନ୍ୱେଷଣ ପରୀକ୍ଷା ୨୦୨୩

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ୨୦୧୦ ମସିହାଠାରୁ ରାଜ୍ୟରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା(OSSTA Talent Search Examination) ମାଧ୍ୟମରେ କୃତିତ୍ୱ ଅର୍ଜନ କରିଥିବା ଶ୍ରେଷ୍ଠ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ବୃତ୍ତି ପ୍ରଦାନ କରିଥାଏ। ସମଗ୍ର ଓଡ଼ିଶାରୁ ହଜାର ହଜାର ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେଇଥାନ୍ତି।

ସୂଚନାଥାଉକି, ଓଷ୍ଟା ମେଧାବୃତ୍ତି ପରୀକ୍ଷା ପୂର୍ବରୁ ଅଫ୍‌ଲାଇନ୍ ମାଧ୍ୟମରେ କରାଯାଉଥିଲା। ୨୦୨୨ ମସିହା ଠାରୁ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ କରାଯାଉଅଛି। ଅଷ୍ଟମ ଶ୍ରେଣୀରେ ୬୦% ରୁ ଅଧିକ ନମ୍ବର ରଖି ପାଶ୍‌୍ କରି ନବମ ଶ୍ରେଣୀରେ ପାଠପଢ଼ୁଥିବା ସମସ୍ତ ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ସରକାରୀ ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷାର ସୁଯୋଗ ନେଇ ପାରିବେ।

ossta.org.in ୱେବ୍‌ସାଇଟ୍‌କୁ ଯାଇ ପ୍ରଥମେ ପ୍ରଧାନଶିକ୍ଷକ ନିଜର ନାମ, ମେଲ୍ ଆଇଡ଼ି ଓ ମୋବାଇଲ୍ ନମ୍ବର ଦେଇ ରେଜିଷ୍ଟ୍ରେସନ୍ କରିବେ। ରେଜିଷ୍ଟ୍ରେସନ୍ ସମୟରେ ମେଲ୍ ଆଇଡ଼ିକୁ ପଠାଯାଇଥିବା ଓ.ଟି.ପି ଦ୍ୱାରା ଠରକ୍ସସଲଚ୍ଚ କରିବେ। ଏହା ପରେ ମେଲ୍ ଆଇଡ଼ିରେ ଯାଇଥିବା ପାସ୍‌ୱାଡ଼ଟିକୁ ନୋଟକରି ପୁର୍ନବାର ଲଗିନ୍ କରିବେ। ଲଗିନ୍ କଲାବେଳେ ନିଜର ମେଲ୍ ଆଇଡ଼ି ଏବଂ ପାସ୍‌ୱାଡ଼ ଦେବେ। ସେଥିରେ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ପୂରଣ କରିବେ। ଚଳିତ ବର୍ଷ ଅନଲାଇନ୍ ରେଜିଷ୍ଟ୍ରେସନ୍‌ର ସମୟସୀମା ୧୫ ନଭେମ୍ବର ଥିବାବେଳେ ଏହାକୁ ତା୨୦.୧୧.୨୦୨୩ରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୩୦ଟି ଜିଲ୍ଲାରେ ୧୪୩ଟି ପରୀକ୍ଷା କେନ୍ଦ୍ର ସ୍ଥିରିକୃତ ହୋଇଛି। ପରୀକ୍ଷାର ଅବଧି ୨ଘଣ୍ଟା ରହିବ।

ଏହି ପରୀକ୍ଷାରେ ବିଷୟବସ୍ତୁ ସ୍ୱରୂପ ମାନସିକ ଦକ୍ଷତା, ସାଧାରଣ ଜ୍ଞାନ, ଓଡ଼ିଆ ଭାଷା ସାହିତ୍ୟ, ଇଂରାଜୀ, ବିଜ୍ଞାନ, ଗଣିତ ଏବଂ ସାମାଜିକ ବିଜ୍ଞାନ ଏହିପରି ମୋଟ୍ ୧୦୦ ମାର୍କର ପରୀକ୍ଷା ହେବ। ପରୀକ୍ଷାକୁ ଓ.ଏମ୍‌.ଆର୍ (ଙଗଜ) ମାଧ୍ୟମରେ କରାଯିବ। ଜ୍ଞାନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ସମକକ୍ଷ କରାଇବାର ସଂକଳ୍ପ ନେଇ ଓଷ୍ଟା ସ୍ୱତନ୍ତ୍ର ଭାବରେ ଏହି ମେଧା ଅନ୍ୱେଷଣ ପରୀକ୍ଷା କରିବାକୁ ଯାଉଛି। ଉତ୍ତମ ପ୍ରଦର୍ଶନ କରିଥିବା ପରୀକ୍ଷାର୍ଥିଙ୍କ ମଧ୍ୟରୁ ବେଷ୍ଟ ୧୦୦ ବା ଶ୍ରେଷ୍ଠ ଶହେ ଜଣଙ୍କୁ ପ୍ରମାଣପତ୍ର ସହ ବୃତ୍ତିରାଶି ପ୍ରଦାନ କରାଯିବ।

ଛାତ୍ରଛାତ୍ରୀମାନଙ୍କର ମେଧା ଅନ୍ୱେଷଣ ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବ୍ଲକ୍‌, ଜିଲ୍ଲା ଓ ରାଜ୍ୟ ସଂଗଠନର ସମସ୍ତ ନେତୃବୃନ୍ଦ ପୂର୍ଣ୍ଣ ସହଯୋଗ କରିବା ପାଇଁ ଓଷ୍ଟା ପକ୍ଷରୁ ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ଶିକ୍ଷାପ୍ରଦୀପ ସଂପାଦକ ଶଙ୍କର କୁମାର ସୁବୁଦ୍ଧି, ସଂପାଦକ ପ୍ରଣବ କୁମାର ଜେନା ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି।