Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟର ‘ଶିକ୍ଷା ମନ୍ତ୍ରୀ ଅଧିବେଶନ’ର ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ  
ଆଜିର ଖବର

ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟର ‘ଶିକ୍ଷା ମନ୍ତ୍ରୀ ଅଧିବେଶନ’ର ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ  

November 18, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା ଓ ଦକ୍ଷତା ବିକାଶର ଦୁଇଟି ସ୍ତମ୍ଭକୁ ଉପଯୋଗ କରି ମିଳିତ ଆକାଂକ୍ଷା ଉପରେ କାର୍ଯ୍ୟ କରିବା ସହ କମନ୍ ଷ୍ଟ୍ରାଟେଜି ବା ସାଧାରଣ ରଣନୀତି ପ୍ରସ୍ତୁତ କରିବା ଜରୁରୀ ବୋଲି ଆଜି ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟର ‘ଶିକ୍ଷା ମନ୍ତ୍ରୀ ଅଧିବେଶନ’ର ଅଧ୍ୟକ୍ଷତା କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଏକାଠି, ସମସ୍ତଙ୍କ ବିଶ୍ୱାସ’ କଥାବସ୍ତୁ ଅଧୀନରେ ଚାଲିଥିବା ଏହି ଶିଖର ସମ୍ମିଳନୀରେ ବିଶେଷ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ‘ମାନବ ସମ୍ବଳକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା’ ଶୀର୍ଷକ ଉପରେ ଶିକ୍ଷା ମନ୍ତ୍ରୀମାନେ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ସମସ୍ତଙ୍କୁ ନିଜର ଆକାଂକ୍ଷା ଉପରେ ଆଲୋଚନା କରି ଶିକ୍ଷା ଓ ଦକ୍ଷତା ବିକାଶର ଦୁଇଟି ସ୍ତମ୍ଭ ଆଧାରରେ ରଣନୀତି ପ୍ରସ୍ତୁତ କରିବାକୁ ହେବ ଏବଂ ଭାରତର ଅନୁଭବ ଏକ ଉଦାହରଣ ଭାବରେ ସମସ୍ତଙ୍କୁ ସହାୟକ ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରୁଛି । ଏହା ଆମ ଶିକ୍ଷା ପରିସଂସ୍ଥାନରେ ବ୍ୟାପକ ସଂସ୍କାର ଆଣିଛି । ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ, ସୁଲଭ ଓ ଉତ୍ତରଦାୟିତ୍ୱ ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ ଜାତୀୟ ଶିକ୍ଷା ନୀତି ଭାରତର ମୂଳ ଚରିତ୍ର ସହ ଯୋଡିହେବା ସହ ୨୦୩୦ ସ୍ଥାୟୀ ବିକାଶର ଏଜେଣ୍ଡା ସହ ସମ୍ମିଳିତ ରହିବ । ଏହା ଆମର ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବ । ଜାତୀୟ ଶିକ୍ଷା ନୀତି ଏକ ଦାର୍ଶନିକ ଦସ୍ତାବିଜ । ଏହି ଶିକ୍ଷା ନୀତି ଉଭା ହେଉଥିବା ଅର୍ଥନୀତି ଗୁଡିକ ଉପରେ ବିସ୍ତୁତ ରଣନୀତି ସହ ମାନବ ସମ୍ବଳ ବିକାଶ ପାଇଁ ନୀତି ପ୍ରସ୍ତୁତ କରିବାର ଏକ ଦସ୍ତାବିଜ୍ ହେବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଗ୍ଲୋବାଲ ସାଉଥର ଉଦ୍ଦେଶ୍ୟକୁ ସମର୍ଥନ କରିଛି ଏବଂ ଏକ ପରିବାର’ ଭାବରେ ମିଳିତ ସମୃଦ୍ଧି ଏବଂ ଅଭିବୃଦ୍ଧି ପାଇଁ  ସହଯୋଗ ଦେଇଛି । ଆମ ଡେମୋଗ୍ରାଫିକ ଡିଭିଡେଣ୍ଡ ଆମର ଶକ୍ତି । ଭାରତର ଯୁବବର୍ଗଙ୍କ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ସ୍କୁଲ ଓ ଦକ୍ଷତା ବିକାଶକୁ ଏକତ୍ରୀକରଣ କରିବା ପାଇଁ ଜାତୀୟ ଶିକ୍ଷା ନୀତିରେ ପ୍ରାଧାନ୍ୟ ଦିଆଯାଇଛି । ଡିଜିଟାଲ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବାରେ ଭାରତର ପଦକ୍ଷେପକୁ ବିଶ୍ୱ ଅନୁସରଣ କରୁଛି । ଭାରତର ଡିଜିଟାଲ ପେମେଣ୍ଟ ଫ୍ରେମଓ୍ୱାର୍କ ତଥା ୟୁପିଆଇ ମାସିକ ହଜାର କୋଟିରୁ ଉର୍ଦ୍ଧ୍ୱ ହୋଇସାରିଲାଣି ।

ଜାତୀୟ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର ଗଠନ କରିବାକୁ ପ୍ରାଧାନ୍ୟ ଦେଉଛି ।  ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଛି, ଯାହା ଶ୍ରମଶକ୍ତିଙ୍କୁ ଶିଳ୍ପସଂସ୍ଥା ତଥା ରୋଜଗାରଦାତାଙ୍କ ସହ ସିଧା ଯୋଡୁଅଛି । ଜାତୀୟ ଶିକ୍ଷା ନୀତି ଶିକ୍ଷାରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେଉଛି । ଶିକ୍ଷା ତଥା ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ମହିଳା ତଥା ଝିଅଙ୍କ ନେତୃତ୍ୱ ବୃଦ୍ଧି, ସ୍କୁଲରେ ନାମଲେଖା ସହ ସେମାନଙ୍କୁ  ଅଧିକରୁ ଅଧିକ ଯୋଡିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।

ଶିକ୍ଷାର ଅନ୍ତର୍ଜାତୀୟକରଣ ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ଅଂଶ । ଜାତୀୟ ଶିକ୍ଷା ନୀତି ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନ ଭାବରେ ପ୍ରୋତ୍ସାହିତ କରୁଛି । ଭାରତରେ ଥିବା ଶିକ୍ଷାନୁଷ୍ଠାନ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ସହ ମିଶି ଛାତ୍ରଛାତ୍ରୀଙ୍କୁ ଡୁଆଲ ଡିଗ୍ରୀ  ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଆଇଆଇଟି ଦିଲ୍ଲୀ, ୟୁଏଇ ଏବଂ ଆଇଆଇଟି ମାଡ୍ରାସ ତାଞ୍ଜାନିଆରେ ନିଜ କ୍ୟାମ୍ପସ ଆରମ୍ଭ କରିଛନ୍ତି । ଆମ ବିଶ୍ୱବିଦ୍ୟାଳୟ ଗୁଡିକ ଜଏଣ୍ଟ, ଡୁଆଲ ଡିଗ୍ରୀ ଓ ଟ୍ୱିନିଂ ପ୍ରୋଗ୍ରାମ ମାଧ୍ୟମରେ ବିଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ସହ ସହଭାଗୀ ହେଉଛନ୍ତି । ଭାରତରେ ଏବେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଯୋଜନା କରାଯାଇଛି । ଭାରତ ନବସୃଜନ ଏବଂ ମାନବ ସମ୍ବଳ ବିକାଶରେ ନେତୃତ୍ୱ ନେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ମାନବ ସମ୍ବଳକୁ ଭବିଷ୍ୟତ ପ୍ରସ୍ତୁତ କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ‘ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଏକାଠି, ସମସ୍ତଙ୍କ ବିଶ୍ୱାସ ସହିତ ଏକାଠି’ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଗ୍ଲୋବାଲ ସାଉଥର  ୧୪ଟି ଦେଶର ମନ୍ତ୍ରୀ, ବ୍ୟକ୍ତିବିଶେଷମାନେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ ବୋତ୍ସୱାନା, ବ୍ରୁନେଇ ଦାରୁସଲାମ, ଜର୍ଜିଆ, ତୁନିସିଆ, ଇରାନ, ଲାଓ ପିଡିଆର, ମାଲାଓ୍ୱି, ମିଆଁମାର, ରିପବ୍ଲିକ ଅଫ୍ ପଲାଉ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ସାଓ ଟମେ ଏବଂ ପ୍ରିନ୍ସିପ୍, ଆଲବେନିଆ, ମାଲେସିଆ, ଜିମ୍ବାୱେ, କ୍ୟାମେରୁନ୍ ଆଦି ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ମତ ରଖିଥିଲେ।

ଜାତୀୟ ଶିକ୍ଷା ନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେଲେ ଜେମ୍ସ ରୋଡ୍ରିଗେଜ୍

September 17, 2026
Latest News

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026

ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ନେଲେ ଜେମ୍ସ ରୋଡ୍ରିଗେଜ୍

September 17, 2026

UPI ଶୁଳ୍କ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ କଲେ ଓମାର ଅବଦୁଲ୍ଲା: ଜାଣନ୍ତୁ କ’ଣ କହିଲେ?

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.