Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିତ, ଶେଷ ସଂଧ୍ୟାରେ ଓଡ଼ିଶୀ ମର୍ଦ୍ଦଳ ସହ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ
ଆଜିର ଖବର

ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିତ, ଶେଷ ସଂଧ୍ୟାରେ ଓଡ଼ିଶୀ ମର୍ଦ୍ଦଳ ସହ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ

November 18, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିତ, ଶେଷ ସଂଧ୍ୟାରେ ଓଡ଼ିଶୀ ମର୍ଦ୍ଦଳ ସହ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ

ଭୁବନେଶ୍ୱର: ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଆକର୍ଷଣୀୟ ସାଜସଜ୍ଜା ଏବଂ ଏକାଦଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ୍‌ ମନ୍ତ୍ରମୁଗ୍ଧ କରିଥିଲା।

ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ପ୍ରଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ ଓ ତାଙ୍କ ଛାତ୍ରମାନଙ୍କ ଦ୍ୱାରା ଓଡ଼ିଶୀ ମର୍ଦ୍ଦଳ ବାଦନର ବିଭିନ୍ନ ବାଦନ କ୍ରିୟା । ଆଦିତାଳ ଓ ୧୬ ମାତ୍ରାରେ ପ୍ରଥମେ ଜଗନ୍ନାଥଙ୍କ ଉପରେ ନିବଦ୍ଧ ଶବ୍ଦ ସ୍ୱର ସେମାନେ ପରିବେଶଷ କରିଥିଲେ ପରେ ପରେ ଏକ ହସ୍ତ ବାଦ୍ୟ ଓ ଚଉଷଠି ଛନ୍ଦ ବାଦ୍ୟ ପରିବେଣେ କରିଥିଲେ।

ତାଙ୍କର ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଛନ୍ଦ ପ୍ରକରଣ ସହିତ ଝମ୍ପାତାଳ ଦଶମାତ୍ରାରେ ଏବଂ ଆଦିତାଳ ଷୋଳମାତ୍ରାରେ ଓଡ଼ିଶୀ ମର୍ଦ୍ଦଳରେ ଜମାଣ, ରଗଡ଼, ଖଣ୍ଡି, ବଡ଼ି, ଅରଶା ଓ ଭଉଁରୀ ଅରଶା ଇତ୍ୟାଦିର ବାଦନ ସହ ଓଡ଼ିଶୀ ସଙ୍ଗୀତର ମୁର୍ଚ୍ଛନାକୁ ଅତି ଚମକ୍ରାର ଭାବେ ପରିବେଷଣ କରିଥିଲେ। ତାଙ୍କ ସହିତ ସହଯୋଗ କରିଥିଲେ ମର୍ଦ୍ଦଳରେ ସୌଭାଗ୍ୟ ନାରାୟଣ ଛୋଟରାୟ, ସୀତାକାନ୍ତ ଜେନା, ରୋହିତ ପ୍ରଧାନ ଓ ବିଭୁତିି ଭୁଷଣ ଚମ୍ପତି, ହାରମୋନିୟମ୍‌ରେ ଧନେଶ୍ୱର ଓଝା ଏବଂ ବଂଶୀରେ ଗୁରୁ ଶ୍ରୀନିବାସ ଶତପଥୀ।

ଆଜି ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାଜୀୟ ଖ୍ୟାତି ସମ୍ପନ୍ନ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ଗାୟିକା ରଞ୍ଜନୀ ବାଲଶୁଭ୍ରମନ୍ୟମ୍‌ ଓ ଗାୟତ୍ରୀ ବାଲଶୁଭ୍ରମନ୍ୟମ୍‌ଙ୍କ ଦ୍ୱାରା କର୍ଣ୍ଣାଟକୀ ସଙ୍ଗୀତର ବିଭିନ୍ନ ରାଗ ଓ ତାଳକୁ ନେଇ ସଙ୍ଗୀତ ପରିବେଷଣ। ପ୍ରଥମ ଅର୍ଘରେ ରାଗ ହିନେ୍ଦାଳମ୍‌ ଏବଂ ଆଦିତାଳରେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ବିଭବକୁ ଉଚ୍ଚାଙ୍ଗ ସ୍ୱରରେ ଗାନ କରି ଉପସ୍ଥିତ ଶ୍ରୋତାମାନଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ। ସେମାନଙ୍କର ଏହି ଉଚ୍ଚକୋଟୀର ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ସେମାନଙ୍କୁ ବେହେଲାରେ ଚରୁମତି ରଘୁରମନ୍‌ ଏବଂ ମୃଦଙ୍ଗମ୍‌ରେ ଡ଼େଲୀ ସଭମ୍‌ ସହଯୋଗ କରିଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସଚିବ ପ୍ରବୋଧ କୁମାର ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

Rajarani Music Festival ରାଜାରାଣୀ ସଂଗୀତ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026
Latest News

ରାଶିଫଳ: ଅଗଷ୍ଟ ୨୯ ତାରିଖ ଶନିବାରରେ ଏହି ଆଠଟି ରାଶିର ଘରେ ଆସିବ ସୁଖ ସମୃଦ୍ଧି

August 29, 2026

୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ

August 28, 2026

ପୁରୀ, ବରା, ଆଳୁଚପରେ ଲାଗିପାରେ ରୋକ! କଲେଜ କ୍ୟାଣ୍ଟିନ୍‌କୁ ଚିଠି

August 28, 2026

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ଭଉଣୀକୁ ଛାଡ଼ିବା ବେଳେ ଭାଇଙ୍କ ମୃତ୍ୟୁ

August 28, 2026

କ୍ରୀଡ଼ା ଜଗତର ହକି ତାରକା ମେଜର ଧ୍ୟାନଚାନ୍ଦଙ୍କୁ ପୁସ୍ପାର୍ଘ୍ୟ ଶ୍ରଦ୍ଧାଞ୍ଜଳି

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.