Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କିଏ କହୁଛି ଭାରତ ଗରିବ ଦେଶ- ପ୍ରତି ମିନଟରେ ୯ଟି କାର ବିକ୍ରି
ଆଜିର ଖବର

କିଏ କହୁଛି ଭାରତ ଗରିବ ଦେଶ- ପ୍ରତି ମିନଟରେ ୯ଟି କାର ବିକ୍ରି

November 20, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚଳିତ ବର୍ଷ ଓନମରୁ ଆରମ୍ଭ ହୋଇଥିବା ପାର୍ବଣଋତୁ ଦୀପାବଳୀରେ ଶେଷ ହୋଇଛି। ଏଥର ପର୍ବପର୍ବାଣୀ ଋତୁରେ ଭାରତୀୟମାନେ ରେକର୍ଡ ସଂଖ୍ୟକ କାର କିଣିଛନ୍ତି। ଅଟୋମୋବାଇଲ ଇଣ୍ଡଷ୍ଟ୍ରିର ସୂଚନା ଅନୁଯାୟୀ, ପାର୍ବଣ ଋତୁରେ ହାରାହାରି ୧ ମିନିଟରେ ୯ଟି କାର ବିକ୍ରି ହୋଇଛି। ଚଳିତ ବର୍ଷ ୯୦ ଦିନିଆ ପାର୍ବଣ ଋତୁରେ ଭାରତରେ ମୋଟ ୧୧.୪ ଲକ୍ଷ କାର ବିକ୍ରି ହୋଇଛି। ଯଦି ଶିଳ୍ପର ରାଜସ୍ୱ ବିଷୟରେ କହିବା ତେବେ ଅଟୋମୋବାଇଲ ଶିଳ୍ପ ୧୧.୪ ଲକ୍ଷ କାର ବିକ୍ରିରୁ ୧.୩ ଲକ୍ଷ କୋଟି ଟଙ୍କାର ରାଜସ୍ୱ ଆୟ କରିଛି।

ଚଳିତ ବର୍ଷର ପାର୍ବଣ ଋତୁରେ ପ୍ରିମିୟମ ଓ ହାଇ-ଏଣ୍ଡ କାର ବିକ୍ରି ଅଧିକ ହୋଇଥିବାରୁ ଅଟୋମୋବାଇଲ ଶିଳ୍ପର ରାଜସ୍ୱ ବୃଦ୍ଧି ରହିଛି। ଚଳିତ ବର୍ଷର ପର୍ବପର୍ବାଣୀ ଋତୁରେ ଲୋକଙ୍କ ମଧ୍ୟରେ ସ୍ପୋର୍ଟସ ୟୁଟିଲିଟି ଯାନକୁ ନେଇ ପ୍ରବଳ କ୍ରେଜ ଦେଖିବାକୁ ମିଳିଛି। ଯଦି ଆମେ ୯୦ ଦିନର ପାର୍ବଣ ଋତୁ ବିଷୟରେ କହିବା ତେବେ ଦୈନିକ ପ୍ରାୟ ୧୩୦୦୦ ୟୁନିଟ୍ କାର ବିକ୍ରି ହେଉଛି।

କରୋନା ସଙ୍କଟ ସମୟରେ କାର ଉତ୍ପାଦନ ଉପରେ ପ୍ରଭାବ ଏବଂ ଏହା ପରେ ଗ୍ରାହକଙ୍କ ଦୃଢ଼ ଚାହିଦା ଯୋଗୁଁ ଚଳିତ ବର୍ଷ ପାର୍ବଣ ଋତୁରେ କାର ବିକ୍ରି ସଂଖ୍ୟା ୧୧.୪ ଲକ୍ଷ ଅତିକ୍ରମ କରିଛି।

ନୂଆ ଫିଚର ଓ ଆଧୁନିକ ଫିଚର ଥିବା କାରର ଚାହିଦା ଭାରତର ଯୁବପୀଢ଼ିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି। ଯଦି ଆମେ ଭାରତରେ ପର୍ବପର୍ବାଣୀ ଋତୁରେ ବିକ୍ରି ହେଉଥିବା କାରର ହାରାହାରି ମୂଲ୍ୟ ବିଷୟରେ କହିବା ତେବେ ଗତବର୍ଷ କାର ପିଛା ୧୦.୫ ଲକ୍ଷ ଟଙ୍କା ଥିବାବେଳେ ଚଳିତ ବର୍ଷ ଏହା ୧୧.୫ ଲକ୍ଷ ଟଙ୍କା ହୋଇଛି।

ତେବେ ଆଗାମୀ ଦିନରେ କାରର ଚାହିଦା ବୃଦ୍ଧି ହାର ଦୁର୍ବଳ ହେବାର ସମ୍ଭାବନାକୁ ନେଇ ଅଟୋମୋବାଇଲ କମ୍ପାନୀଗୁଡ଼ିକ ଚିନ୍ତାରେ ପଡ଼ିଛନ୍ତି। ୨୦୧୬ ପାର୍ବଣ ଋତୁରେ ୭୭ ଦିନରେ ୭.୬ ଲକ୍ଷ କାର ବିକ୍ରି ହୋଇଥିବା ବେଳେ ୨୦୧୭ରେ ପାର୍ବଣ ଋତୁର ୬୬ ଦିନରେ ୭ ଲକ୍ଷ କାର ବିକ୍ରି ହୋଇଥିଲା।

୨୦୧୮ରେ ପାର୍ବଣ ଋତୁ ୮୫ ଦିନ ଥିଲା ଏବଂ ଏଥିରେ ୮.୩ ଲକ୍ଷ କାର ବିକ୍ରି ହୋଇଥିଲା। ୨୦୧୯ର ପର୍ବ ଋତୁରେ ୭୪ ଦିନ ଥିଲା ଏବଂ ଏହି ସମୟରେ ୬.୮ ଲକ୍ଷ କାର ବିକ୍ରି ହୋଇଥିଲା। ୨୦୨୦ରେ ପାର୍ବଣ ଋତୁ ୯୨ ଦିନ ଥିଲା ଏବଂ ୯.୩ ଲକ୍ଷ କାର ବିକ୍ରି ହୋଇଥିବାବେଳେ ୨୦୨୧ରେ ପାର୍ବଣ ଋତୁ ୮୨ ଦିନ ଥିଲା ଏବଂ ୭.୫ ଲକ୍ଷ କାର ବିକ୍ରି ହୋଇଥିଲା।

କରୋନା ଦୀପାବଳୀ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.