Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍ଷ୍ମୀ ପରିବହନ କୁଇଜ୍‌ କାର୍ଯ୍ୟକ୍ରମ, ୫୦୦ରୁ ଅଧିକ ଛାତ୍ରଛାତ୍ରୀ ନେଲେ ଭାଗ
ଆଜିର ଖବର

ଲକ୍ଷ୍ମୀ ପରିବହନ କୁଇଜ୍‌ କାର୍ଯ୍ୟକ୍ରମ, ୫୦୦ରୁ ଅଧିକ ଛାତ୍ରଛାତ୍ରୀ ନେଲେ ଭାଗ

November 21, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲକ୍ଷ୍ମୀ ପରିବହନ କୁଇଜ୍‌ କାର୍ଯ୍ୟକ୍ରମ, ୫୦୦ରୁ ଅଧିକ ଛାତ୍ରଛାତ୍ରୀ ନେଲେ ଭାଗ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ନିରନ୍ତର ପରିବହନ ସେବା ମାଧ୍ୟମରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ ମଧ୍ୟରେ ଥିବା ପରିବହନ ବ୍ୟବଧାନକୁ ଦୂର କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ।

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଦ୍ୱାରା ସାର୍ବଜନୀନ ପରିବହନ କ୍ଷେତ୍ରରେ ଯୁବପିଢ଼ିଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଭୁବନେଶ୍ୱରରେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ଲକ୍ଷ୍ମୀକାନ୍ତ ସେଠୀ ଯୋଗ ଦେଇ କହିଲେ ଯେ ଲକ୍ଷ୍ମୀ ପରିବହନ କୁଇଜ କାର୍ଯ୍ୟକ୍ରମ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଜ୍ଞାନର ଆଦାନ ପ୍ରଦାନର ଏକ ଉତ୍ସବ। ନିରନ୍ତର ପରିବହନ ସମ୍ବନ୍ଧୀୟ ସମାଧାନ ବିଷୟରେ ବାର୍ତ୍ତାଳାପରେ ଯୁବ ପିଢ଼ିକୁ ସାମିଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଯୁବପିଢ଼ିମାନଙ୍କ ମଧ୍ୟରେ ପରିବହନ ସମ୍ପର୍କିତ ସଚେତନତା ସୃଷ୍ଟି କରିବାର ଏହା ଏକ ଉତ୍ତମ ମାଧ୍ୟମ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପରିବହନ ସମ୍ପର୍କିତ ବିଷୟବସ୍ତୁ ଉପରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବାର ସୁଯୋଗ ମଧ୍ୟ ପାଇବେ।

ସେ ଲକ୍ଷ୍ମୀ ବସର ଉପକାରିତା ବିଷୟରେ ଆଲୋକପାତ କରିଥିଲେ ଓ ସାର୍ବଜନୀନ ପରିବହନ ବ୍ୟବହାର କରି ଏକ ସବୁଜ ପରିବେଶ ଗଠନ କରିବାରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ। ବହୁ ଛାତ୍ରଛାତ୍ରୀମାନେ କୁଇଜ୍‌ ପ୍ରତିଯୋଗିତାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ କହିଲେ ଯେ ପରିବହନ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନା ଏକ ପରିବର୍ତ୍ତନକାରୀ ପଦକ୍ଷେପ ଏବଂ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଲକ୍ଷ୍ମୀ ବସ୍‌ ଯୋଜନା ସକାରାତ୍ମକ ପ୍ରଭାବ ପକାଉଛି। ପ୍ରଖ୍ୟାତ କୁଇଜ୍‌ ମାଷ୍ଟର ବିଭାସ ରଥ ଦକ୍ଷତାର ସହ ଏହି କୁଇଜ୍‌ ପରିଚାଳନା କରିଥିଲେ।

କୁଇଜ୍‌ କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା -ପ୍ରିଲିମ୍‌ ଏବଂ ଫାଇନାଲ୍‌। କୁଇଜ ପ୍ରତିଯୋଗିତା ବ୍ୟତୀତ ଏକ ଆକର୍ଷଣୀୟ ନୁକଡ ନାଟକ ପରିବେଷିତ ହୋଇଥିଲା, ଯାହା ସାର୍ବଜନୀନ ପରିବହନ ଏବଂ ସମାଜରେ ଲକ୍ଷ୍ମୀ ବସ ଯୋଜନାର ପ୍ରଭାବକୁ ଜୀବନ୍ତ କରିଥିଲା। ଏଥିସହ ଲକ୍ଷ୍ମୀ ଯୋଜନାର ବୈପ୍ଳବିକ ଆଭିମୁଖ୍ୟ ଏବଂ ଉପକାରିତାକୁ ଦର୍ଶାଯାଇ, ଏହାର ଗୁରୁତ୍ୱ ବିଷୟରେ ଉପସ୍ଥିତ ଲୋକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଓ କଟକର ବିଭିନ୍ନ ଶିକ୍ଷାନୁଷ୍ଠାନର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ନିରନ୍ତର ପରିବହନ କ୍ଷେତ୍ରରେ ସଚେତନତା ଏବଂ ଆଗ୍ରହ ସୃଷ୍ଟି କରିବା ପାଇଁ ଏହି କୁଇଜ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଏଥିରେ ସାର୍ବଜନୀନ ପରିବହନ ବ୍ୟବସ୍ଥା ସମ୍ବନ୍ଧୀୟ ସମସ୍ୟା ଠାରୁ ଆରମ୍ଭ କରି ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା।

ଶେଷରେ କୁଇଜ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲର ପ୍ରଥମେଶ୍‌ ଗୌରବ ଓ ସ୍ନେହାଂଶ ଦାସ୍‌ ପ୍ରଥମ ହୋଇଥିବାବେଳେ ଡିଏଭି ୟୁନିଟ୍‌ ୮ର ଦିବ୍ୟଜ୍ୟୋତି ସେନାପତି ଓ ଆୟନ୍‌ ସେନାପତି ଦ୍ୱିତୀୟ ହୋଇଥିଲେ।

Laxmi Yojana ନବୀନ ପଟ୍ଟନାୟକ ଲକ୍ଷ୍ମୀ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ନାମିବିୟା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଫିଟନେସ୍ ସମ୍ବନ୍ଧୀୟ ଚିନ୍ତା: ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭବ

February 12, 2026

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026
Latest News

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧମକ, ବାଚସ୍ପତିଙ୍କୁ ଦୁର୍ବ୍ୟବହାର’: ବିରୋଧୀଙ୍କ ହଟ୍ଟଗୋଳର ଭିଡିଓ ଜାରି କଲେ ରିଜିଜୁ

February 12, 2026

ଲାଲକିଲ୍ଲା ବିସ୍ଫୋରଣରେ ଜୈଶ-ଏ-ମହମ୍ମଦର ହାତ: UNSC ରିପୋର୍ଟକୁ ପାକିସ୍ତାନର ଆପତ୍ତି

February 12, 2026

ନାମିବିୟା ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ଫିଟନେସ୍ ସମ୍ବନ୍ଧୀୟ ଚିନ୍ତା: ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ସମ୍ଭବ

February 12, 2026

Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କଲେ ରୋଲ୍ସ-ରଏସ୍ କଂପାନୀ ସିଇଓ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.