Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଦାନ କରାଗଲା ରାଜ୍ୟ ଏନଏସଏସ ପୁରସ୍କାର
ଆଜିର ଖବର

ପ୍ରଦାନ କରାଗଲା ରାଜ୍ୟ ଏନଏସଏସ ପୁରସ୍କାର

November 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଦାନ କରାଗଲା ରାଜ୍ୟ ଏନଏସଏସ ପୁରସ୍କାର

ଭୁବନେଶ୍ବର: ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଜୟଦେବ ଭବନଠାରେ ରାଜ୍ୟ ଏନଏସଏସର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ପୁରସ୍କାର ବିତରଣ ଉତ୍ସବରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାଶ ନାୟକ, ଏନଏସଏସ ରିଜିଓନାଲ ଡ଼ାଇରେକ୍ଟର ସରିତା ପଟେଲ, ସ୍ବତନ୍ତ୍ର ସଚିବ ଶ୍ରୀ ରମାକାନ୍ତ ନାୟକ, ରାଜ୍ୟ ଏନଏସଏସ ଅଫିସର ଡ଼  ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ସମାଜ ସେବା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିତ୍ବର ବିକାଶ ସାଧନ କରିବା ଜାତୀୟ ସେବା ଯୋଜନା(ଏନଏସଏସ)ର ମୂଳ ଲକ୍ଷ୍ୟ। କାର୍ଯ୍ୟକ୍ରମରେ ଶ୍ରୀ ନାୟକ କହିଥିଲେ ଯେ, ଆମେ ସମସ୍ତେ ଜଣେ ଜଣେ ସ୍ବେଚ୍ଛାସେବୀ। ଆମ ମହାପୁରୁଷ ଗାନ୍ଧୀ, ଗୋପବନ୍ଧୁ ସଭିଁଏ ଜଣେ ଜଣେ ସ୍ବେଚ୍ଛାସେବୀ ଥିଲେ।

ବାହାନଗା ବିପତ୍ତି ସମୟରେ ଏନଏସଏସର ସ୍ବେଚ୍ଛାସେବୀ ଯୁବକଯୁବତୀ ମାନଙ୍କୁ ମଣିଷ ଆମ୍ବୁଲାନ୍ସର ଆଖ୍ୟା ଦିଆଯାଉଥିଲା। ଲୋକଙ୍କ ସେବା ହିଁ ସବୁଠାରୁ ବଡ ଧର୍ମ। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରାରମ୍ଭ କରାଯାଇଥିବା ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ (ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ) ଆଜିର ନୂଆ ଓଡ଼ିଶାର ରୂପାନ୍ତରିତ ଶିକ୍ଷା ବ୍ୟବସ୍ଥା।

ଏହି ଯୁବ ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାର ବହୁବିଧ କାର୍ଯ୍ୟକ୍ରମ ଯଥା ରକ୍ତଦାନ, ବୃକ୍ଷରୋପଣ, ସ୍ୱାସ୍ଥ୍ୟ ସଚେତନତା, ସାକ୍ଷରତା, ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା, ନିଶା ନିବାରଣ, ସ୍ବଚ୍ଛ ଭାରତ ଅଭିଯାନ ଭଳି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ ଜଣ  ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ, ଏନଏସଏସ ୟୁନିଟକୁ ପୁରସ୍କାର ପ୍ରଦାନ କରାଯାଇଛି।

ଏଥି ସହିତ ବାହାନଗା ଟ୍ରେନ ଦୁର୍ଘଟଣାରେ ଦୃଷ୍ଟାନ୍ତମୂଳକ ସେବା ଯୋଗାଇଦେଇଥିବା ବାହାନଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ AIIMS ଭୁବନେଶ୍ବର ଏନଏସଏସ ବ୍ୟୁରୋକୁ ସମ୍ମାନିତ କରାଯାଇଥିଲା। ୨୩ ଟି ବିଶ୍ବବିଦ୍ୟାଳୟରୁ ପ୍ରାୟ ୩୦୦ ଜଣ ସ୍ବେଚ୍ଛାସେବୀ, କାର୍ଯ୍ୟକ୍ରମ ଅଧିକାରୀ ତଥା ସଂଯୋଜକ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ।

ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦାଶ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ସମାଜସେବା ଭାବନା ମନରେ ରହିବା ଆବଶ୍ୟକ। ବ୍ୟକ୍ତିଗତ ସ୍ତରରେ କିଛି କଲେ ହିଁ ତାହା ଏକ ବିରାଟ ପରିବର୍ତ୍ତନ ସମଯରେ ଆଣିପାରିବ। ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ବକ୍ତବ୍ୟରେ କହିଥିଲେ ଯେ, ଏନଏସଏସ ସ୍ବେଚ୍ଛାସେବୀମାନଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଗର୍ବିତ।

ସେମାନଙ୍କ ସ୍ବେଚ୍ଛାକୃତ ସେବା ସହ ଅନ୍ୟ କୌଣସି ଜିନିଷ ସମାନ ହୋଇପାରିବ ନାହିଁ। ସେମାନଙ୍କ ସେବା ଆଗରେ ଏହି ପୁରସ୍କାର ଏକ ଛୋଟ ପ୍ରୟାସ। ରିଜିଓନାଲ୍ ଡାଇରେକ୍ଟର ସରିତା ପଟେଲ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆଗକୁ କାମ କରିଚାଲ, ପୁରସ୍କାର ପଛେପଛେ ଦୌଡ଼ିବ l ପୁରସ୍କାର ପାଇଲା ପରେ ମଧ୍ୟ ଆମ କର୍ତ୍ତବ୍ୟ ଏଠି ସରିନାହିଁ , ଆଗକୁ ଏହି ସେବାର ଧାରା ଜାରି ରହିବା ଆବଶ୍ୟକ।

ଏନଏସଏସ ପୁରସ୍କାର ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026
Latest News

AIADMKକୁ ବଡ଼ ଝଟକା: ଦଳ ଛାଡିଲେ କେ. ପଲାନିସ୍ୱାମୀଙ୍କ ଭାଇ କେ.ବି.ଏସ.

July 7, 2026

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.