୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ: ଜାଣନ୍ତୁ ପ୍ରାରମ୍ଭିକ ଗଣତିରେ କେଉଁ ଦଳ ରହିଛି ଅଗ୍ରଣୀ

Published: Dec 3, 2023, 9:00 am IST

ଭୁବନେଶ୍ଵର: ଆଜି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ବର୍ତ୍ତମାନ ୪ ଟି ରାଜ୍ୟର ଗଣତି ସାମ୍ନାକୁ ଆସିଥିବା ବେଳେ ମିଜୋରମର କୌଣସି ଟ୍ରେଣ୍ଡ ହସ୍ତକ୍ଷେପ ହୋଇନାହିଁ। ତେବେ ଆସନ୍ତୁ ଜାଣିବା ପ୍ରାରମ୍ଭିକ ଗଣତିରେ କେଉଁ ଦଳ କେତେ ଆସନରେ ଆଗୁ ରହିଛି….

ଛତିଶଗଡର ପ୍ରାରମ୍ଭିକ ଗଣତିରେ ୭୨ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ କଂଗ୍ରେସ ୪୪ ଟି ଆସନରେ ଏବଂ ୨୮ ଟି ଆସନରେ ବିଜେପି ଆଗୁଆ ରହିଛି।

ମଧ୍ୟପ୍ରଦେଶର ୧୮୪ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ ବିଜେପି ୯୯ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୮୩ ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟମାନେ ୨ ଟି ଆସନରେ ଆଗୁଆ ଥିବା ଜଣାପଡିଛି।

ରାଜସ୍ଥାନର ସମସ୍ତ ୧୯୯ ଟି ଆସନରେ ଟ୍ରେଣ୍ଡ ଦେଖାଦେଇଛି। ଏଠାରେ ବିଜେପି ୧୦୧ ଟି ଆସନରେ ଏବଂ କଂଗ୍ରେସ ୮୦ ଟି ଆସନରେ ଆଗୁଆ ରହିଛି। ଏଥିସହିତ ଅନ୍ୟମାନେ ୫ ଟି ଆସନରେ ଆଗୁଆ ଥିବା ଜଣାପଡିଛି।

ତେଲାଙ୍ଗାନାରେ ୧୦୩ ଟି ଆସନ ପାଇଁ ଟ୍ରେଣ୍ଡ ଦେଖାଦେଇଛି। ଏଠାରେ କଂଗ୍ରେସ ୬୦ ଟି ଆସନରେ ଆଗୁଆ ରହିଛି। ଶାସକ ବିଆରଏସ ୩୩ ଟି ଆସନରେ ଆଗୁଆ ଥିବା ବେଳେ ୬ ଟି ସିଟରେ AIMIM ଅଗ୍ରଣୀ ହାସଲ କରିଛି। ଏଥିସହ ବିଜେପି ୩ ଟି ଆସନରେ ଆଗୁଆ ରହିଛି।

Related posts