Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାନସଭା ନିର୍ବାଚନା ଫଳାଫଳ ଅପଡେଟ: ଛତିଶଗଡରେ କଡା ଟକ୍କର, ତେଲଙ୍ଗନାରେ କଂଗ୍ରେସ ଆଗୁଆ
ଆଜିର ଖବର

ବିଧାନସଭା ନିର୍ବାଚନା ଫଳାଫଳ ଅପଡେଟ: ଛତିଶଗଡରେ କଡା ଟକ୍କର, ତେଲଙ୍ଗନାରେ କଂଗ୍ରେସ ଆଗୁଆ

December 3, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ୫ ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ପ୍ରାରମ୍ଭିକ ଗଣତିରେ ମିଜୋରମର ଫଳାଫଳ ଆସିନଥିବା ବେଳେ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗନାର ସଂଖ୍ୟା ସାମ୍ନାକୁ ଆସିଛି। ଭୋଟ ଗଣତି ସମୟରେ ବାରମ୍ବାର ସଂଖ୍ୟା ବଦଳିବାରେ ଲାଗିଛି। ରାଜସ୍ଥାନ ଆଉ ମଧ୍ୟପ୍ରଦେଶ ପ୍ରଥମରୁ ବିଜେପି ଆଗରେ ଚାଲିଥିବା ବେଳେ ଛତିଶଗଡରେ କଂଗ୍ରେସ ବହୁତ ଆଗରେ ରହିଥିଲା। କିନ୍ତୁ ବର୍ତ୍ତମାନ ସଂଖ୍ୟା ଆଗ ପଛ ହେଉଛି। ସେହିଭଳି ତେଲେଙ୍ଗନାରେ ଶାସକ ଦଳ ବିଆରଏସକୁ କଂଗ୍ରେସ ଝଟକା ଦେଲା ଭଳି ଦେଖାଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରାରମ୍ଭିକ ଗଣତିରେ କେଉଁ ଦଳ କେତେ ଆସନରେ ଆଗୁ ରହିଛି….

ଛତିଶଗଡର ପ୍ରାରମ୍ଭିକ ଗଣତିରେ ସମସ୍ତ ୯୦ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ କଂଗ୍ରେସ ୩୯ ଟି ଆସନରେ ଏବଂ ୪୯ ଟି ଆସନରେ ବିଜେପି ଆଗୁଆ ରହିଛି।

ମଧ୍ୟପ୍ରଦେଶର ସମସ୍ତ ୨୩୦ ଟି ଆସନରେ ଟ୍ରେଣ୍ଡ ସାମ୍ନାକୁ ଆସିଛି। ଏଠାରେ ବିଜେପି ୧୪୨ ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୮୫ ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟମାନେ ୩ ଟି ଆସନରେ ଆଗୁଆ ଥିବା ଜଣାପଡିଛି।

ରାଜସ୍ଥାନର ସମସ୍ତ ୧୯୯ ଟି ଆସନରେ ଟ୍ରେଣ୍ଡ ଦେଖାଦେଇଛି। ଏଠାରେ ବିଜେପି ୧୧୭ ଟି ଆସନରେ ଏବଂ କଂଗ୍ରେସ ୬୬ ଟି ଆସନରେ ଆଗୁଆ ରହିଛି। ଏଥିସହିତ ଅନ୍ୟମାନେ ୧୬ ଟି ଆସନରେ ଆଗୁଆ ଥିବା ଜଣାପଡିଛି।

ତେଲାଙ୍ଗାନାରେ ୧୧୯ ଟି ଆସନ ପାଇଁ ଟ୍ରେଣ୍ଡ ଦେଖାଦେଇଛି। ଏଠାରେ କଂଗ୍ରେସ ୬୬ ଟି ଆସନରେ ଆଗୁଆ ରହିଛି। ଶାସକ ବିଆରଏସ ୪୫ ଟି ଆସନରେ ଆଗୁଆ ଥିବା ବେଳେ ଅନ୍ୟ ଦଳ ୫ ଟି ସିଟରେ ଅଗ୍ରଣୀ ହାସଲ କରିଛି। ଏଥିସହ ବିଜେପି ୩ ଟି ଆସନରେ ଆଗୁଆ ରହିଛି।

କଂଗ୍ରେସ ଛତିଶଗଡ ତେଲାଙ୍ଗାନା ବିଜେପି ମଧ୍ୟପ୍ରଦେଶ ରାଜସ୍ଥାନ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026
Latest News

ସମ୍ବଲପୁର ଓ ଝାରସୁଗୁଡ଼ା ସମେତ ଓଡ଼ିଶା ହେବ ଦେଶର ଅଗ୍ରଣୀ ମ୍ୟାନୁଫ୍ୟାକଚରିଂ ଏବଂ ଲଜିଷ୍ଟିକ୍ ହବ୍

April 25, 2026

କାକାବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ୧୨ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଅସୁସ୍ଥ ହେବା ଘଟଣାରେ ନିଜ ଆଡୁ ମାମଲା ରୁଜ୍ଜୁ କଲେ ଜାତୀୟ ମାନବାଧିକାର ଆୟୋଗ

April 24, 2026

ଆଇ.ଆର୍.ସି.ଟି.ସି ର ବୁଦ୍ଧିଷ୍ଟ ସର୍କିଟ ପର୍ଯ୍ୟଟକ ପ୍ୟାକେଜ୍ ଉପରେ ସ୍ୱତନ୍ତ୍ର ୨୦% ରିହାତି

April 24, 2026

ଆସନ୍ତା୩୦ରେ ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ

April 24, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.