Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଗିରିଧର ଗମାଙ୍ଗ କେବେ ?
ଆଜିର ଖବର

କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଗିରିଧର ଗମାଙ୍ଗ କେବେ ?

December 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଗିରିଧର ଗମାଙ୍ଗ କେବେ ?

ଭୁବନେଶ୍ୱର : କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଫୁଲ କୁମାର ପରିଡ଼ା, ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ହେମସାଗର ନନ୍ଦ, ପୂର୍ବତନ ବିଧାୟକ ରଞ୍ଜିତ ଭିତିରିଆ, କେନ୍ଦ୍ରାପଡ଼ାର ସମାଜସେବୀ ସିଦ୍ଧାର୍ଥ ଦାସ, ହିନ୍ଦୋଳର ସମାଜସେବୀ ଗୋବର୍ଦ୍ଧନ ଶେଖର ନାୟକ, ନବରଙ୍ଗପୁର ଜିଲ୍ଲାର ଭାରତୀୟ ଜନତାପାର୍ଟି ତେନ୍ତୁଳୀଖୁଂଟିର ବରିଷ୍ଠ ନେତା ମଦନ ମୋହନ ମାଝୀ, ନବ ଭତରା, ରାଜମୋହନ ଜାନି, ନବରଙ୍ଗପୁର ବ୍ଲକର ବରିଷ୍ଠ ବିଜେଡ଼ି ନେତା ସୋରଜ ମହାକୁଡ଼, ସୁନାଧର ଜାନି, ପ୍ରବିଣ କୁମାର ସିଂ, ମୁକୁର କୁମାର ମଣ୍ଡଳ, ଚନ୍ଦ୍ର ଭତରା, ଆଦି ବିଶିଷ୍ଟ ବ୍ୟକ୍ତିମାନେ ନିଜର ସମର୍ଥକଙ୍କ ସହ ଆଜି କଂଗ୍ରେସ ଦଳରେ ଯୋଗଦେଇଛନ୍ତି।

ଏହି ଉପଲକ୍ଷେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା, ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ନବରଙ୍ଗପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ମନିଷା ତ୍ରିପାଠୀ, ପ୍ରକାଶ ମିଶ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ନୂତନ ଭାବେ କଂଗ୍ରେସ ଦଳରେ ଯୋଗଦାନ କରିଥିବା ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ, କଂଗ୍ରେସ ଦଳର ଉତରୀୟ ପ୍ରଦାନ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ ବରିଷ୍ଠ ନେତୃବର୍ଗ ସେମାନଙ୍କୁ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ।

ଶ୍ରୀ ଜୟରାମ ପାଙ୍ଗି ନିଜ ପ୍ରତିକ୍ରିୟାରେ କହିଥିଲେ କଂଗ୍ରେସ ଦଳ ହେଉଛି ମୋ ବାପାଙ୍କର ଦଳ, ମୁଁ ଏବେ ଆମ ଘରକୁ ଫେରିଛି। ଫେରିବାରେ ବହୁ ବିଳମ୍ବ ହୋଇଛି କିନ୍ତୁ ରାସ୍ତା ହୁଡ଼ି ନାହିଁ । କଂଗ୍ରେସ ହିଁ ଏକମାତ୍ର ଦଳ ଯେକି ଭାରତବର୍ଷର ବିବିଧତା, ଐକ୍ୟତା, ଶାନ୍ତି, ସଂହତି ରକ୍ଷାକରିବାରେ ସମର୍ଥ। କଂଗ୍ରେସ ଦଳ ହିଁ ଏକମାତ୍ର ରାଜନୈତିକ ଦଳ ଯିଏକି ଆଦିବାସୀ ବର୍ଗର ସ୍ୱାର୍ଥ ରକ୍ଷା କରିବା ପାଇଁ ସମସ୍ତ ଆଇନ କାନୁନ ସହିତ ସମସ୍ତ ସାମ୍ବିଧାନିକ ବ୍ୟବସ୍ଥା କରିଛି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା, ଘୃଣା, ହିଂସା ଓ ଦ୍ୱେଷ ବଦଳରେ ପ୍ରେମକୁ ବାଂଟିବା ମଣିଷ ସମାଜକୁ ଭଲ ପାଇବା ମୋତେ ବହୁ ଭାବରେ ପ୍ରଭାବିତ କରିଛି।

ଆସନ୍ତା ଦିନରେ ରାଜ୍ୟ ଏବଂ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବାପାଇଁ ଆମେ ସମସ୍ତେ ବହୁ ପରିଶ୍ରମ କରିବୁ। ନୂତନ ଭାବରେ ଯୋଗଦେଇଥିବା ବ୍ୟକ୍ତିମାନେ କଂଗ୍ରେସର ନୀତି ଆଦର୍ଶ ଏବଂ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ନେତୃତ୍ୱ ପ୍ରତି ଅଗାଢ଼ ବିଶ୍ୱାସ ରଖି ଆସନ୍ତା ଦିନରେ କଂଗ୍ରେସକୁ ଶକ୍ତିଶାଳୀ କରିବାପାଇଁ ଶପଥ ନେଉଛୁ।

Congress କଂଗ୍ରେସ ଜୟରାମ ପାଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

July 29, 2026

ଖଡ଼ଗପୁର ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

July 29, 2026

ସୋଆ ପକ୍ଷରୁ ୧୧ଟି ଗ୍ରାମରେ ୧୬ଟି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 29, 2026
Latest News

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

July 29, 2026

ଖଡ଼ଗପୁର ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

July 29, 2026

ସୋଆ ପକ୍ଷରୁ ୧୧ଟି ଗ୍ରାମରେ ୧୬ଟି କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

July 29, 2026

AIIMS Bhubaneswar: ୩୬ ଦିନର ଏକମୋ ପରେ ନୂତନ ଜୀବନ ପାଇଲେ ମହିଳା ପୁଲିସ ଅଧିକାରୀ

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.