
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାର ବିଧାନସଭା ନିର୍ବାଚନରେ ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଛତିଶଗଡ ଏବଂ ରାଜସ୍ଥାନରେ ଶାସକ କଂଗ୍ରେସକୁ ବିଜେପି ଝଟକା ଦେଇଛି। ଏହା ବ୍ୟତୀତ ମଧ୍ୟପ୍ରଦେଶରେ ବିଜେପି ବଡ଼ ବ୍ୟବଧାନରେ ଜିତିଛି। ସେପଟେ ତେଲେଙ୍ଗାନାରେ ଶାସକ ବିଆରଏସକୁ କଂଗ୍ରେସ ପରାସ୍ତ କରିଛି। ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ମଧ୍ୟ ଶକ୍ତିର ସହିତ ନିର୍ବାଚନ ମଇଦାନକୁ ପ୍ରବେଶ କରିଥିଲା, କିନ୍ତୁ ଦଳଜୁ ସବୁ ସ୍ଥାନରେ ପରାଜୟର ସାମ୍ନା କରିବାକୁ ପଡିଛି।
ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଆମ ଆଦମି ପାର୍ଟି ଗୋଟିଏ ବି ଆସନ ପାଇନାହିଁ। ଛତିଶଗଡରେ ଆମ୍ ଆଦମୀ ପାର୍ଟିକୁ ୦.୯୪ ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଛି। ମଧ୍ୟପ୍ରଦେଶରେ ଆପ କୁ ମାତ୍ର ୦.୪୩ ପ୍ରତିଶତ ଏବଂ ରାଜସ୍ଥାନରେ ୦.୩୮ ପ୍ରତିଶତ ଭୋଟ୍ ପାଇଛି। ଅରବିନ୍ଦ କେଜ୍ରିୱାଲଙ୍କ ଦଳ AAP ରାଜସ୍ଥାନର ୮୮ ଟି, ଛତିଶଗଡରେ ୫୭ ଟି ଏବଂ ମଧ୍ୟପ୍ରଦେଶର ୭୦ ରୁ ଅଧିକ ଆସନରେ ପ୍ରାର୍ଥୀ କରିଥିଲା।