ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା ପରେ ସୋନିଆ, ରାହୁଳ ଓ ପ୍ରିୟଙ୍କାକୁ ଭେଟିଲେ ରେବାନ୍ତ ରେଡ୍ଡୀ

Published: Dec 6, 2023, 12:31 pm IST
ତେଲେଙ୍ଗାନା

ନୂଆଦିଲ୍ଲୀ: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ରେବାନ୍ତ ରେଡ୍ଡୀ ହେବେ ବୋଲି ଗତକାଲି କଂଗ୍ରେସ ଘୋଷଣା କରିଛି। ସେ ଆସନ୍ତାକାଲି ଶପଥ ନେବେ ବୋଲି କୁହାଯାଇଛି। ଏହାପରେ ଆଜି ରେବାନ୍ତ ନୂଆଦିଲ୍ଲୀରେ କଂଗ୍ରେସ କର୍ତ୍ତୁପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ସେ ସୋନିଆ ଗାନ୍ଧି, ରାହୁଳ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ସାକ୍ଷାତ କରି ଆସନ୍ତାକାଲି ଶପଥ ଉତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ କରିଥିବାର ଜଣାପଡିଛି।

ଏ ନେଇ ରାହୁଳ ଗାନ୍ଧି ତାଙ୍କ ସାମାଜିକ ଗଣମାଧ୍ୟମରେ ରେବାନ୍ତଙ୍କୁ ସ୍ବାଗତ କରିଛନ୍ତି। ସେ ଲେଖିଛନ୍ତି ଯେ, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଥିବାରୁ ରେବାନ୍ତଙ୍କୁ ସ୍ବାଗତ। ତାଙ୍କ ନେତୃତ୍ବରେ କଂଗ୍ରେସ ସରକାର ତେଲେଙ୍ଗାନାର ଜନସଧାରଣଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶୃତି ପୂରଣ କରିବେ। ସେ ଏକ ପ୍ରଜାଳ ସରକାର କରିବେ ବୋଲି ରାହୁଳ ଆଶା କରିଛନ୍ତି।

Related posts