Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘‘ସାଇବର ସୁରକ୍ଷିତ ଭାରତ’’ ନିର୍ମାଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା
ଆଜିର ଖବର

‘‘ସାଇବର ସୁରକ୍ଷିତ ଭାରତ’’ ନିର୍ମାଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା

December 7, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
Cybercrime
Operation Cyber Kavach: 84 Arrested in Statewide Cybercrime Crackdown

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ‘‘ସାଇବର ସୁରକ୍ଷିତ ଭାରତ’’ ନିର୍ମାଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାଇବର ଅପରାଧ ରୋକିବା ଏବଂ ସାଧାରଣ ଲୋକଙ୍କୁ ସାଇବର ବିପଦରୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହି କ୍ରମରେ ସାଇବର ଠକମାନେ ବ୍ୟବହାର କରୁଥିବା ଫୋନ୍ ନମ୍ବର ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ସମ୍ପର୍କରେ ତୁରନ୍ତ ଏନସିଆରପି www.cybercrime.gov.in ଜଣାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି।

ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ହେଉଛି ଦେଶରେ ସାଇବର ଅପରାଧର ସମନ୍ୱିତ ଏବଂ ବ୍ୟାପକ ଢଙ୍ଗରେ ମୁକାବିଲା କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ପଦକ୍ଷେପ। ଏହି ଆଇ୪ସି ସଂସ୍ଥା ନିଜର ଶୀର୍ଷସ୍ତରର ଜାତୀୟ ସାଇବର ଅପରାଧ ବିପଦ ବିଶ୍ଳେଷଣ ୟୁନିଟ୍ (ଏନ୍‌ସିଟିଏୟୁ) ଜରିଆରେ ଗତ ସପ୍ତାହରେ ସଂଗଠିତ ନିବେଶ/ ଟାସ୍କ ଆଧାରିତ – ପାର୍ଟ ଟାଇମ୍ ଚାକିରି ଠକେଇରେ ସମ୍ପୃକ୍ତ ୧୦୦ରୁ ଅଧିକ ୱେବସାଇଟ୍ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲା। ଏହାପରେ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ ଅଧୀନରେ ନିଜର କ୍ଷମତାକୁ ପ୍ରୟୋଗ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏହି ୱେବସାଇଟଗୁଡିକୁ ବ୍ଲକ୍‌ ବା ବନ୍ଦ କରିଛି। କାର୍ଯ୍ୟ ଭିତ୍ତିକ/ ସଂଗଠିତ ବେଆଇନ ନିବେଶ ସମ୍ବନ୍ଧୀୟ ଆର୍ଥିକ ଅପରାଧକୁ ସୁଗମ କରୁଥିବା ଏହିସବୁ ୱେବସାଇଟ୍ ଡିଜିଟାଲ ବିଜ୍ଞାପନ, ଚାଟ୍ ମେସେଞ୍ଜର ଏବଂ ଠକ / ଭଡ଼ା ଏକାଉଣ୍ଟ ବ୍ୟବହାର କରି ବିଦେଶୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଆହୁରି ବଡ଼ ଧରଣର ଆର୍ଥିକ ଠକେଇରୁ ହେଉଥିବା ଆୟକୁ କାର୍ଡ ନେଟୱାର୍କ, କ୍ରିପ୍ଟୋ କରେନ୍ସି, ବିଦେଶୀ ଏଟିଏମ୍ ଉଠାଣ ଏବଂ ଅନ୍ତର୍ଜାତୀୟ ଫିନଟେକ୍ କମ୍ପାନୀ ସହାୟତାରେ ଭାରତ ବାହାରକୁ ଚାଲାଣ ହେଉଥିଲା।

ଏ ସଂକ୍ରାନ୍ତରେ ୧୯୩୦ ହେଲ୍ପଲାଇନ୍ ଏବଂ ଏନସିଆରପି ଜରିଆରେ ଅନେକ ଅଭିଯୋଗ ଆସିଥିଲା ଏବଂ ଏହି ଅପରାଧଗୁଡ଼ିକ ନାଗରିକମାନଙ୍କ ପାଇଁ ଗୁରୁତର ବିପଦ ସୃଷ୍ଟି କରିବା ସହ ଡାଟା ନିରାପତ୍ତା ଚିନ୍ତା ମଧ୍ୟ ଜଡ଼ିତ ଥିଲା। ଏହିସବୁ ଠକେଇରେ ସାଧାରଣତଃ ନିମ୍ନଲିଖିତ ପଦକ୍ଷେପ ଅନ୍ତର୍ଭୁକ୍ତ:-

ଗୁଗଲ ଓ ମେଟା ଭଳି ପ୍ଲାଟଫର୍ମରେ ‘‘ଘର୍‌ ବୈଠେ ଜବ୍‌’’ (ଘରେ ବସି ପାଆନ୍ତୁ ଚାକିରି), ‘‘ଘର ବୈଠେ କମାଏ କୈସେ ପୈସା’’ (ଘରେ ବସି କେମିତି ଟଙ୍କା ରୋଜଗାର କରିପାରିବେ) ଆଦି କି’ ୱାର୍ଡ ବ୍ୟବହାର କରି ନିର୍ଦ୍ଦିଷ୍ଟ ଡିଜିଟାଲ ବିଜ୍ଞାପନ ଦିଆଯାଏା ବିଦେଶରେ ରହୁଥିବା ବିଜ୍ଞାପନଦାତାମାନେ ଏକାଧିକ ଭାଷାରେ ଏସବୁ ବିଜ୍ଞାପନ ଦିଅନ୍ତି। ସେମାନେ ମୁଖ୍ୟତଃ ସାମୟିକ ରୋଜଗାର ବା ପାର୍ଟଟାଇମ୍‌ ଜବ୍‌ ଖୋଜୁଥିବା ଅବସରପ୍ରାପ୍ତ କର୍ମଚାରୀ, ମହିଳା ଓ ବେକାର ଯୁବକଯୁବତୀଙ୍କୁ ଟାର୍ଗେଟ୍‌ କରିଥାନ୍ତି।

ବିଜ୍ଞାପନ କ୍ଲିକ୍ କରିବା ପରେ, ହ୍ୱାଟ୍ସଆପ୍ / ଟେଲିଗ୍ରାମ ବ୍ୟବହାର କରୁଥିବା ଜଣେ ଏଜେଣ୍ଟ ସମ୍ଭାବ୍ୟ ପୀଡ଼ିତଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରନ୍ତି, ଯିଏ ତାଙ୍କୁ ଭିଡିଓ ଲାଇକ୍ ଏବଂ ସବସ୍କ୍ରାଇବ୍, ମ୍ୟାପ୍ ରେଟିଂ ଇତ୍ୟାଦି କେତେକ କାର୍ଯ୍ୟ କରିବାକୁ ରାଜି କରନ୍ତି।

କାର୍ଯ୍ୟ ଶେଷ ହେବା ପରେ ପୀଡ଼ିତଙ୍କୁ ପ୍ରାରମ୍ଭିକ ଭାବେ କିଛି କମିସନ୍ ଦିଆଯାଏ ଏବଂ ଦିଆଯାଇଥିବା କାର୍ଯ୍ୟ ତୁଳନାରେ ଅଧିକ ରିଟର୍ଣ୍ଣ ପାଇବା ପାଇଁ ଅଧିକ ଅର୍ଥ ନିବେଶ କରିବାକୁ କୁହାଯାଏ।

ବିଶ୍ୱାସଭାଜନ ହେବା ପରେ ଯେତେବେଳେ ପୀଡ଼ିତ ଅଧିକ ଟଙ୍କା ଜମା କରନ୍ତି, ଜମା ରାଶି ଫ୍ରିଜ୍ ହୋଇଯାଏ ଏବଂ ଏହା ଦ୍ୱାରା ପୀଡ଼ିତା ଠକେଇର ଶିକାର ହୁଅନ୍ତି।

ସତର୍କତା ମୂଳକ ପଦକ୍ଷେପ ଭାବେ ସବୁ ନାଗରିକଙ୍କୁ ନିମ୍ନ ପରାମର୍ଶଗୁଡ଼ିକ ଦିଆଯାଉଛି

ଇଣ୍ଟରନେଟ୍ ମାଧ୍ୟମରେ ପ୍ରାୟୋଜିତ ଏଭଳି କୌଣସି ଉଚ୍ଚ କମିସନ ଦେୟ ପ୍ରାପ୍ତ ଅନଲାଇନ୍ ସ୍କିମ୍‌ରେ ନିବେଶ କରିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।

ଯଦି କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ସହ ହ୍ଵାଟ୍ସଆପ୍/ଟେଲିଗ୍ରାମ ମାଧ୍ୟମରେ ଯୋଗାଯୋଗ କରନ୍ତି, ତେବେ ବିନା ଯାଞ୍ଚରେ ଆର୍ଥିକ କାରବାର କରନ୍ତୁ ନାହିଁ।

ୟୁପିଆଇ ଆପ୍‌ରେ ଦର୍ଶାଯାଇଥିବା ରିସିଭର୍ ବା ପ୍ରାପ୍ତିକର୍ତ୍ତାଙ୍କ ନାମ ଯାଞ୍ଚ କରନ୍ତୁ। ଯଦି ରିସିଭର୍ କୌଣସି ଅଜଣା ବ୍ୟକ୍ତି ଅଟନ୍ତି, ତେବେ ଏହା ଏକ ଠକ ଏକାଉଣ୍ଟ ହୋଇପାରେ ଏବଂ ସ୍କିମ୍ ଜାଲିଆତି ହୋଇପାରେ । ସେହିପରି କେଉଁ ଉତ୍ସରୁ ପ୍ରାରମ୍ଭିକ କମିଶନ ମିଳୁଛି ତାହା ଯାଞ୍ଚ କରନ୍ତୁ।

ନାଗରିକମାନେ ଅଜ୍ଞାତ ଏକାଉଣ୍ଟରେ କାରବାର କରିବାରୁ ଦୂରେଇ ରହିବା ଉଚିତ୍, କାରଣ ଏହା ବେଆଇନ ଅର୍ଥକାରବାର ଏବଂ ଏପରିକି ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣରେ ସମ୍ପୃକ୍ତ ହୋଇପାରେ ଏବଂ ପୋଲିସ ଦ୍ୱାରା ଏକାଉଣ୍ଟ ବ୍ଲକ୍‌ କରାଯିବା ଏବଂ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ଅମିତ ଶାହା ନରେନ୍ଦ୍ର ମୋଦୀ ସାଇବର ସୁରକ୍ଷିତ ଭାରତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.