
ଜମ୍ମୁ କଶ୍ମୀରରେ ସୋପିଆଁରେ ମଙ୍ଗଳବାର ସୁରକ୍ଷାବାହିନୀର ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆଁରେ ଏହି ଘଟଣା ଘଟିଛି। ଅୱନୀରା ଅଂଚଳରେ ଆତଙ୍କବାଦୀମାନେ ଥିବା ସୂଚନା ମିଳିବା ମାତ୍ରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚିଥିଲେ। ସୁରକ୍ଷାବାହିନୀର ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଜବାବରେ ସୁରକ୍ଷାବାହିନୀ ପକ୍ଷରୁ ଗୁଳିମାଡ଼ ହୋଇଥିଲା। ଗୁଳିବିନିମୟ ସମୟରେ ୨ ଏଜିଏଚ୍ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ଏହା ପୂର୍ବରୁ ପୁଲୱାମା ଜିଲ୍ଲାର ପଂଜାରଣ ଅଂଳଚରେ ସେନା ଆତଙ୍କବାଦୀ ଦଳକୁ ଘେରାବନ୍ଦୀ କରିଥିଲା। ଏହି ଅପରେଶନରେ ସେନା ବ୍ୟତୀତ ଜମ୍ମୁ କଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେଶନ ଗୃପ ଓ କେନ୍ଦ୍ରୀ ସୁରକ୍ଷା ବଳ ମଧ୍ୟ ସାମିଲ ଥିଲେ।