ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି -୨୦: ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି ଏକାଦଶ

Published: Dec 12, 2023, 6:08 pm IST

ନୂଆଦିଲ୍ଲୀ: ବର୍ଷା ହେତୁ ପ୍ରଥମ ମ୍ୟାଚ୍ ଧୋଇଯିବା ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି -୨୦ ଆଜି ଖେଳାଯିବ। ଏହି ମ୍ୟାଚ ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ୍ ରାତି ୮:୩୦ ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ବାତିଲ ହେବା ପରେ, ସିରିଜ୍ ଜିତିବା ପାଇଁ ଉଭୟ ଦଳକୁ ଅବଶିଷ୍ଟ ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ। ଏଭଳି ପରିସ୍ଥିତିରେ ଉଭୟ ଦଳ ନିଜର ଶ୍ରେଷ୍ଠ ଖେଳାଳି ଏକାଦଶ ସହିତ ଆଜିର ମ୍ୟାଚରେ ପ୍ରବେଶ କରିବାକୁ ଚାହାଁନ୍ତି। ତେବେ ଆସନ୍ତୁ ଜାଣିବା ଏହି ମ୍ୟାଚରେ ସମ୍ଭାବ୍ୟ ଖେଳାଳି ଏକାଦଶ, ପିଚ୍ ରିପୋର୍ଟ ଏବଂ ମ୍ୟାଚ୍ ପୂର୍ବାନୁମାନ କ’ଣ ହେବ?

ପିଚ୍ ରିପୋର୍ଟ:

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି -୨୦ ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ, ଯେଉଁଠାରେ ଏପର୍ଯ୍ୟନ୍ତ କେବଳ ତିନୋଟି ଟି -୨୦ ମ୍ୟାଚ୍ ଖେଳାଯାଇଛି। ଏଠାରେ ଥିବା ପିଚ୍ ଦ୍ରୁତ ବୋଲରମାନଙ୍କ ପାଇଁ ସହାୟକ ହୋଇଥାଏ। ପିଚରେ ଭଲ ବାଉନ୍ସ ଦେଖାଯାଏ। ତେଣୁ ଟସ୍ ଏଠାରେ ଅଧିକ ଭୂମିକା ଗ୍ରହଣ କରିବ ନାହିଁ। ଏହି ପଡ଼ିଆରେ ଖେଳାଯାଇଥିବା ତିନୋଟି ଟି -୨୦ ଅନ୍ତର୍ଜାତୀୟ ମଧ୍ୟରୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ସେଥିମଧ୍ୟରୁ ୨ ଟି ଜିତିଛନ୍ତି।

ମ୍ୟାଚ୍ ପୂର୍ବାନୁମାନ କ’ଣ ହେବ?:

ଭାରତର ନେତୃତ୍ଵ ସୁର୍ଯ୍ୟକୁମାର ଯାଦବଙ୍କ ହାତରେ ଥିବାବେଳେ ଦକ୍ଷିଣ ଆଫ୍ରିକାକୁ ଏଡେନ ମାର୍କ୍ରାମ ନେତୃତ୍ଵ ଦେବେ। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଜିତିଥିଲା। ଏଭଳି ପରିସ୍ଥିତିରେ ପୂର୍ବାନୁମାନ ମିଟର କହିଛି ଯେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ଦଳ ଦ୍ୱିତୀୟ ଟି -୨୦ ଜିତିବ। ତେବେ ଉଭୟଙ୍କ ମଧ୍ୟରେ ଏକ କଡା ପ୍ରତିଯୋଗିତା ଦେଖିବାକୁ ମିଳିପାରେ।

ଏହି ମ୍ୟାଚ୍ ପାଇଁ ଭାରତର ସମ୍ଭାବ୍ୟ ଖେଳାଳି ଏକାଦଶ:

ଯଶସ୍ୱୀ ଜୟସ୍ଵାଲ, ରିତୁରାଜ ଗାଇକ୍ଵାଡ / ଶୁଭମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂ, ଜିତେଶ ଶର୍ମା (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ମୁକେଶ କୁମାର, କୁଲଦୀପ ଯାଦବ/ରବି ବିଷ୍ନୋଇ, ମହମ୍ମଦ ସିରାଜ,

ମ୍ୟାଚ୍ ପାଇଁ ଦକ୍ଷିଣ ଆଫ୍ରିକାର ସମ୍ଭାବ୍ୟ ଖେଳାଳି ଏକାଦଶ:

ରିଜା ହେଣ୍ଡ୍ରିକ୍ସ, ମାଥ୍ୟୁ ବ୍ରୀଟଜ୍କେ, ଏଡେନ୍ ମାର୍କ୍ରାମ, ହେନ୍ରିକ କ୍ଲାସେନ୍ (ୱି.କି), ଡେଭିଡ ମିଲର, ଡୋନୋଭନ ଫେରିଏରା, ମାର୍କୋ ୟାନସିନ, କେଶବ ମହାରାଜ, ଜେରାଲ୍ଡ କୋୟଟଜୀ, ନାନ୍ଦ୍ରେ ବର୍ଗର, ତବରେଜ ଶାମସି।

Related posts