Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା
ଆଜିର ଖବର

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା

December 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ୨୦୨୩ ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ତୃଣମୂଳ ସ୍ତରର ଲୋକଙ୍କୁ ଲାଭାନ୍ୱିତ କରିବା ପାଇଁ ସ୍ୱାସ୍ଥ୍ୟଗତ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଶକ୍ତିଶାଳୀ ମଞ୍ଚ ରେ ପରିଣତ ହୋଇଛି। ଯାତ୍ରାର ସଚେତନତା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ବାହନ ସେମାନଙ୍କ ନିକଟରେ ବିକାଶମୂଳକ ଯୋଜନାର ବାର୍ତ୍ତା ପହଞ୍ଚାଇବା ସହିତ ଗ୍ରାମ ପଞ୍ଚାୟତରେ ଆୟୋଜିତ ହେଉଥିବା ସ୍ୱାସ୍ଥ୍ୟ ଶିବିରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଲୋକମାନଙ୍କର ଯକ୍ଷ୍ମା, ଉଚ୍ଚ ରକ୍ତଚାପ, ମଧୁମେହ ଇତ୍ୟାଦି ପରୀକ୍ଷା କରାଯାଉଛି।

ବର୍ତ୍ତମାନ ସୁଦ୍ଧା ୬୩ ଲକ୍ଷରୁ ଅଧିକ ଲୋକ ସ୍ୱାସ୍ଥ୍ୟ ଶିବିରର ଲାଭ ନେଇସାରିଲେଣି। ଯାତ୍ରା ସମୟରେ୨୬,୭୫୨ରୁ ଅଧିକ ଗ୍ରାମ ପଞ୍ଚାୟତ ଆୟୁଷ୍ମାନ କାର୍ଡର ଶତ ପ୍ରତିଶତ (ଡିସେମ୍ବର ୧୨, ୨୦୨୩ ସୁଦ୍ଧା) ହାସଲ କରିଛନ୍ତି।

ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନ୍ତର୍ଗତ ସୁସ୍ଥ ଭାରତ ଅଭିଯାନର ଏକ ଅଂଶ ଭାବରେ ନିମ୍ନଲିଖିତ କାର୍ଯ୍ୟକଳାପ ହାତକୁ ନିଆଯାଉଛି –

ଆୟୁଷ୍ମାନ ଭାରତ–ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି–ପିଏମଜେଏୱାଇ) କାର୍ଡ ପାଇଁ ପଞ୍ଜୀକରଣ:ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ସେବା ଯୋଜନା ଅଧୀନରେ ଆୟୁଷ୍ମାନ ଆପ୍ ବ୍ୟବହାର କରି ଆୟୁଷ୍ମାନ କାର୍ଡ ତିଆରି କରାଯାଉଛି ଏବଂ ହିତାଧିକାରୀଙ୍କୁ ଫିଜିକାଲ କାର୍ଡ ବଣ୍ଟନ କରାଯାଉଛି। ଡିସେମ୍ବର ୧୨, ୨୦୨୩ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଶିବିରରେ ୯.୬୯ ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି। ଆୟୁଷ୍ମାନ କାର୍ଡ ଶିବିରରେ ୧.୫୩ ଲକ୍ଷରୁ ଅଧିକ ଲୋକ ଏହି ସେବା ପାଇଛନ୍ତି।

ଯକ୍ଷ୍ମା ଯାଞ୍ଚ: ବିକଶିତ ଭାରତ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ଯକ୍ଷ୍ମା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଯକ୍ଷ୍ମା ଲକ୍ଷଣ ଥିବା ଲୋକଙ୍କୁ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି। ବର୍ତ୍ତମାନ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ଶିବିରରେ ୨୬.୪୧ ଲକ୍ଷ ଲୋକଙ୍କୁ ଯକ୍ଷ୍ମା ପରୀକ୍ଷା କରାଯାଇଛି।

ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ଯକ୍ଷ୍ମା ରୋଗୀଙ୍କୁ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଉଛି ଏବଂ ଯକ୍ଷ୍ମା ରୋଗୀଙ୍କୁ ନିକ୍ଷୟ ମିତ୍ରଙ୍କ ଠାରୁ ସହାୟତା ପାଇବା ପାଇଁ ସହମତି ନିଆଯାଉଛି। ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ ନିକ୍ଷୟ ମିତ୍ର ରୂପରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ଉପସ୍ଥିତ ଲୋକଙ୍କ ଉତ୍ସାହ ଏକ ଆନନ୍ଦଦାୟକ ଦୃଶ୍ୟ। ସେମାନଙ୍କୁ ଘଟଣାସ୍ଥଳରେ ପଞ୍ଜୀକରଣ କରାଇ ସୁବିଧା ଯୋଗାଇ ଦିଆଯାଉଛି। ଯକ୍ଷ୍ମା ରୋଗୀଙ୍କୁ ସହାୟତା କରିବା ପାଇଁ ଆଉ ଏକ ସରକାରୀ ପଦକ୍ଷେପ ହେଉଛି ନିକ୍ଷୟ ପୋଷଣ ଯୋଜନା (ଏନପିୱାଇ), ଯାହା ଅଧୀନରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

 ସିକଲ୍‌ ସେଲ୍‌ ରୋଗ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା: ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ୱାସ୍ଥ୍ୟ ଶିବିରରେ ଅଂଶଗ୍ରହଣକାରୀମାନେ ସିକଲ୍ ସେଲ୍ ରୋଗ ପାଇଁ ମଧ୍ୟ ନିଜକୁ ଯାଞ୍ଚ କରାଇ ପାରିବେ। ଏହି ରୋଗ ମୁଖ୍ୟତଃ ଆଦିବାସୀ ଜନସଂଖ୍ୟାକୁ ପ୍ରଭାବିତ କରୁଥିବାରୁ ଅଧିକ ଆଦିବାସୀ ଜନସଂଖ୍ୟା ଥିବା ଅଞ୍ଚଳରେ ସ୍କ୍ରିନିଂ କରାଯାଉଛି। ଯୋଗ୍ୟ ଲୋକମାନେ (ଅର୍ଥାତ୍, ଜନ୍ମରୁ ୪୦ ବର୍ଷ ପର୍ଯ୍ୟନ୍ତ ଲୋକ) ସିକଲ୍‌ ସେଲ୍‌ ରୋଗ ପାଇଁ ପଏଣ୍ଟ ଅଫ୍ କେୟାର (ପିଓସି) ପରୀକ୍ଷା ମାଧ୍ୟମରେ କିମ୍ବା ଦ୍ରବଣୀୟତା ପରୀକ୍ଷା ମାଧ୍ୟମରେ ସ୍ୱାସ୍ଥ୍ୟ ଯାଞ୍ଚ କରାଉଛନ୍ତି। ବର୍ତ୍ତମାନ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ଯାତ୍ରା ରହଣୀ ସ୍ଥଳରେ  ୬.୧୨ ଲକ୍ଷ ଅଂଶଗ୍ରହଣକାରୀଙ୍କୁ ଏସସିଡି ପାଇଁ ସ୍କ୍ରିନିଂ କରାଯାଇଛି।

ଅଣସଂକ୍ରାମକ ରୋଗ ପାଇଁ ସ୍କ୍ରିନିଂ: ଲୋକମାନେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ଅନ୍ୟ ନୀରବ ହତ୍ୟାକାରୀମାନଙ୍କ ପାଇଁ ମଧ୍ୟ ଯାଞ୍ଚ କରିପାରିବେ। ୩୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପରୀକ୍ଷା କରୁଛନ୍ତି। ପଜିଟିଭ୍ ଚିହ୍ନଟ ହେଲେ ସେମାନଙ୍କୁ ପ୍ରଭାବଶାଳୀ ଉପଚାର ପାଇଁ ଉଚ୍ଚ ଚିକିତ୍ସା କେନ୍ଦ୍ରକୁ ପଠାଯାଉଛି।

ଆୟୁଷ୍ମାନ କାର୍ଡ ନରେନ୍ଦ୍ର ମୋଦୀ ପକ୍କା ଘର ରାସନ କାର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ୧୭ଖେଳାଳିଙ୍କୁ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ: IPL ନିଲାମ ପାଇଁ ବାକି ରହିଲା ମାତ୍ର ୩ କୋଟି

November 15, 2025

ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ପାଇଁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ୧ କୋଟି ପ୍ରଦାନ କଲା ବ୍ୟାଙ୍କ ଅଫ୍ ବରୋଦା

November 15, 2025

କଣ୍ଟେନରରେ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

November 15, 2025

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ: ବରେଲି ରେଳ ଜଙ୍କସନରେ ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ

November 15, 2025
Latest News

ଏହି ୧୭ଖେଳାଳିଙ୍କୁ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ: IPL ନିଲାମ ପାଇଁ ବାକି ରହିଲା ମାତ୍ର ୩ କୋଟି

November 15, 2025

ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ପାଇଁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ୧ କୋଟି ପ୍ରଦାନ କଲା ବ୍ୟାଙ୍କ ଅଫ୍ ବରୋଦା

November 15, 2025

କଣ୍ଟେନରରେ ଗୋରୁ ଚାଲାଣ ବେଳେ ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

November 15, 2025

ଗୋଦାବରୀଶ ମହାବିଦ୍ୟାଳୟରେ ଦିନିକିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

November 15, 2025

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ: ବରେଲି ରେଳ ଜଙ୍କସନରେ ନିଆଁକୁ ଆୟତ୍ତ କଲେ ରେଳ କର୍ମଚାରୀ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.