Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଅର୍ଥସେବା-୨୦୨୦ ବ୍ୟାଚ୍‌ର ୪୯ ଜଣ ପ୍ରଶିକ୍ଷାର୍ଥୀ
ଆଜିର ଖବର

ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଅର୍ଥସେବା-୨୦୨୦ ବ୍ୟାଚ୍‌ର ୪୯ ଜଣ ପ୍ରଶିକ୍ଷାର୍ଥୀ

December 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଅର୍ଥସେବା-୨୦୨୦ ବ୍ୟାଚ୍‌ର ୪୯ ଜଣ ପ୍ରଶିକ୍ଷାର୍ଥୀ

ଭୁବନେଶ୍ବର: ଯେକୌଣସି ରାଜ୍ୟ ପାଇଁ ଅର୍ଥ ଯଥେଷ୍ଟ ମହତ୍ତ୍ୱ ରଖିଥାଏ। ଆର୍ଥିକ ସ୍ତରରେ ରାଜ୍ୟ ଯେତେ ସ୍ୱଚ୍ଛଳ ଓ ସଶକ୍ତ ହେବ ରାଜ୍ୟର ବିକାଶ ସେତେ ତ୍ୱରାନ୍ୱିତ ହେବ। ତେଣୁ ଅର୍ଥ (ସମ୍ବଳ) ସଂଗ୍ରହ ଓ ଏହାର ଉପଯୁକ୍ତ ବିନିଯୋଗ ଦିଗରେ ରାଜ୍ୟ ଅର୍ଥସେବା ଅଧିକାରୀଙ୍କ ଗୁରୁଦାୟିତ୍ୱ ରହିଛି ବୋଲି ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି।

ଗତକାଲି ରାଜଭବନର ଅଭିଷେକ ହଲ୍‌ରେ ଓଡ଼ିଶା ଅର୍ଥସେବା-୨୦୨୦ ବ୍ୟାଚ୍‌ର ୪୯ ଜଣ ପ୍ରୋବେସନରଙ୍କୁ ଉଦ୍‌ବୋଧନ ଦେବା ଅବସରରେ ରାଜ୍ୟପାଳ ଯୋଜନା ପ୍ରଣୟନ ସମୟରେ ଅର୍ଥର ଯେପରି ଅଭାବ ନ ରହେ ଓ ଆବଣ୍ଟିତ ଅର୍ଥ ଯୋଜନାର ଉଦ୍ଦେଶ୍ୟ ସାଧନ ଦିଗରେ ଏହାର କାର୍ଯ୍ୟକାରିତାରେ କୌଣସି ବ୍ୟତିକ୍ରମ ନରହେ ତାହା ସୁନିଶ୍ଚିତ କରିବା ଅର୍ଥସେବା ଅଧିକାରୀଙ୍କ ପାଇଁ ପ୍ରାଥମିକତା ରହିବ ବୋଲି କହିଥିଲେ।

ଦାୟିତ୍ୱ ନିର୍ବାହ ସମୟରେ ଅଧିକାରୀମାନେ ସମ୍ମୁଖୀନ ହେଉଥିବା ଚାପ ସଂପର୍କରେ ଉଲ୍ଲେଖ କରି ରାଜ୍ୟପାଳ ସେମାନଙ୍କୁ ନିୟମ କାନୁନ୍‌ ଓ ବ୍ୟବସ୍ଥା ସଂପର୍କରେ ଅଭ୍ୟସ୍ତ ରହିବା ସହିତ ନିର୍ଭୀକ ଭାବେ ତଥ୍ୟ ଉପସ୍ଥାପନ କରିବାକୁ କହିଥିଲେ। ସାଧୁତା, ନିଷ୍ଠା, ଦାୟିତ୍ୱ ପ୍ରତି ସଚେତନ, ଜନସାଧାରଣଙ୍କ ପ୍ରତି ସକାରାତ୍ମକ ମନୋଭବ ଓ ନିଜ ଉପରେ ଗଭୀର ବିଶ୍ୱାସ ରଖି କାର୍ଯ୍ୟ କରିବାକୁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ।

ରାଜ୍ୟପାଳ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରହିଥିବା ସମୟରେ ବଜେଟ୍‌ ପ୍ରସ୍ତୁତି ଓ ଉପସ୍ଥାପନର ଅନୁଭବ ଓ ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଅର୍ଥର ସଠିକ୍‌ ଆବଣ୍ଟନକୁ ସେ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି ବୋଲି କହିଥିଲେ। ଉଭୟ ଆଭ୍ୟନ୍ତରୀଣ ଅଡ଼ିଟ୍‌ ଓ ସିଏଜି ଅଡ଼ିଟ୍‌ ନିୟମିତ ଭାବେ କରାଗଲେ ଅର୍ଥର ଅପବ୍ୟୟ ରୋକାଯାଇ ପାରିବ ଏବଂ ଖିଲାପକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରିବ ବୋଲି ରାଜ୍ୟପାଳ କହିଥିଲେ ଓ ରାଜ୍ୟର ଅର୍ଥସେବାର ଅଧିକାରୀ ଭାବେ ପ୍ରଶିକ୍ଷାର୍ଥୀମାନେ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ।

ଖଣିଜ ସଂପଦ ରାଜ୍ୟ ପାଇଁ ପ୍ରକୃତିର ଆଶୀର୍ବାଦ। ଏହାର ଉପଯୁକ୍ତ ବିନିଯୋଗ ଦ୍ୱାରା ରାଜ୍ୟର ସମ୍ବଳ ବୃଦ୍ଧି ହୋଇପାରିବ। କିନ୍ତୁ ଆର୍ଥିକ ଅବ୍ୟବସ୍ଥା କଦାପି ଗ୍ରହଣୀୟ ନୁହେଁ, ଯାହା ରାଜ୍ୟର ହିତର ବିପରୀତ। ତେଣୁ ଏ ଦିଗରେ ଅଧିକ ସତର୍କତା ଅବଲମ୍ବନ ଜରୁରୀ ବୋଲି ରାଜ୍ୟପାଳ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ‘ବିକଶିତ ଭାରତ-୨୦୪୭’ରେ ଯୁବଗୋଷ୍ଠୀଙ୍କର ସକି୍ରୟ ଅଂଶଗ୍ରହଣ ଏହାକୁ ସାକାର କରିବ ବୋଲି ରାଜ୍ୟପାଳ କହିଥିଲେ ଓ ଓଡ଼ିଶା ଅର୍ଥସେବାର ପ୍ରଶିକ୍ଷାର୍ଥୀମାନେ ନିଜର ଆଚରଣ ଓ କାର୍ଯ୍ୟ ଦ୍ୱାରା ଅନ୍ୟଙ୍କ ପାଇଁ ପ୍ରେରଣା ହେବାକୁ ସେ ଆହୁରି କହିଥିଲେ। ରାଜ୍ୟପାଳ ପ୍ରଶିକ୍ଷାର୍ଥୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ପ୍ରୋବେସନରମାନଙ୍କୁ ନିଜର ସ୍ୱାଗତ ଅଭିଭାଷଣରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ସେମାନଙ୍କୁ ନିଜର ବୁଦ୍ଧି ଓ ବିବେକ ଅନୁମୋଦିତ କାର୍ଯ୍ୟ କରିବାକୁ ଓ ପ୍ରତ୍ୟେକ ଆହ୍ୱାନର ଉଚିତ ମୁକାବିଲା କରିବାକୁ କହିଥିଲେ। ଜଣେ ଦକ୍ଷ ଓ ସଚ୍ଚୋଟ ଅଧିକାରୀ ସହିତ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ରାଜ୍ୟ ଅର୍ଥସେବାର ଅଧିକାରୀମାନେ ସର୍ବଦା ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ ରହିବାକୁ ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଏମ୍‌ଡି, ଆର୍‌ଏଏଫ୍‌ଏମ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶା ଅର୍ଥସେବା-୨୦୨୦ ବ୍ୟାଚ୍‌ର ସମୁଦାୟ ୯୮ ଜଣ ପ୍ରୋବେସନର୍‌ଙ୍କ ମଧ୍ୟରୁ ୪୯ ଜଣ ଭୁବନେଶ୍ୱରସ୍ଥିତ ମଧୁସୂଦନ ରିଜିଓନାଲ୍‌ ଏକାଡେମୀ ଅଫ୍‌ ଫାଇନାନ୍‌ସିଆଲ୍‌ ମ୍ୟାନେଜ୍‌ମେଣ୍ଟରେ ଗତ ଜାନୁଆରୀ ମାସରୁ

ଓଡ଼ିଶା ଅର୍ଥସେବା ରଘୁବର ଦାସ ରାଜ୍ୟପାଳ ଶ୍ରୀ ରଘୁବର ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଉଦ୍‌ଘାଟନ 

August 15, 2026

SEBIର ବଡ଼ ନିଷ୍ପତ୍ତି: ଭାରତ ନଆସି ଡିଜିଟାଲ୍ KYC ପୂରଣ କରିପାରିବେ ବିଦେଶରେ ରହୁଥିବା NRI  

August 15, 2026

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026
Latest News

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଉଦ୍‌ଘାଟନ 

August 15, 2026

SEBIର ବଡ଼ ନିଷ୍ପତ୍ତି: ଭାରତ ନଆସି ଡିଜିଟାଲ୍ KYC ପୂରଣ କରିପାରିବେ ବିଦେଶରେ ରହୁଥିବା NRI  

August 15, 2026

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026

‘ମିଛ କହିବାର ସ୍ଥାନ ନୁହେଁ ଲାଲକିଲ୍ଲା’: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଖିଳେଶ ଯାଦବଙ୍କ କଟାକ୍ଷ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.