Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ: ସ୍କୁଲ ପରିସରରୁ ପିଲା ଚୋରକୁ ଧରିଲେ ଅଭିଭାବକ, ଥାନାରେ ଦେଲେ ଜିମା
ଆଜିର ଖବର

ବାଲୁଗାଁ: ସ୍କୁଲ ପରିସରରୁ ପିଲା ଚୋରକୁ ଧରିଲେ ଅଭିଭାବକ, ଥାନାରେ ଦେଲେ ଜିମା

December 14, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସକାଳେ ବାଲୁଗାଁ ସ୍ଥିତ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ଜଣେ ଯୁବକକୁ ପିଲା ଚୋରି କରୁଥିବା ନେଇ ଅଭିଭାବକ ଓ କର୍ମଚାରୀମାନେ କାବୁକରି ନିର୍ଧୂମ ମାଡ଼ ମାରିବାସହ ଥାନାରେ ଜିମା ଦେଇଥିବା ଖବର ମିଳିଛି। ଖବର ମୁତାବକ ଆଜି ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଲମ୍ପିଆଡ଼ ପରୀକ୍ଷା ଥିବାରୁ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନେ ସକାଳେ ବିଦ୍ୟାଳୟକୁ ଆସିଥିଲେ। ଅଳ୍ପ ସଂଖ୍ୟକ ପିଲା ଆସିଥିବାର ସୁଯୋଗ ନେଇ ଜଣେ ବ୍ୟକ୍ତି ହଠାତ ବିଦ୍ୟାଳୟ ପରିସର ଭିତରେ ପଶି ଜଣେ ଛାତ୍ରକୁ ବିସ୍କୁଟ ମିକ୍ସଚରର ପ୍ରଲୋଭନ ଦେଖାଇ ନିଜ ଆଡକୁ ଆକୃଷ୍ଟ କରୁଥିବା ବେଳେ ଏଥିରେ ପିଲାଟି ଅମଙ୍ଗ ହେବାରୁ ତାକୁ ଟଣାଓଟରା କରିଥିଲା।ଯାହାଫଳରେ ପିଲାଟି ଜୋରରେ କାନ୍ଦିବାରୁ କିଛି ଅଭିଭାବକ ଓ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଥିଲେ।

ପିଲା ଚୋରି କରୁଥିବା ସନ୍ଦେହ ନେଇ ଉକ୍ତ ଯୁବକକୁ ନିର୍ଧୂମ ମାଡ଼ ମାରି ବିଦ୍ୟାଳୟ ପରିସରରେ ଅଟକ ରଖିଥିଲେ। ଛାତ୍ର ଜଣକ ବାଣପୁର ସାନ ହନ୍ତୁଆଡ଼ ଗ୍ରାମର ମନୋରଞ୍ଜନ ପ୍ରଧାନଙ୍କ ପୁଅ ରୋଷନ ପ୍ରଧାନ (୭) ଷ୍ଟାଣ୍ଡର୍ଡ-୧ ଅଧ୍ୟୟନ କରୁଥିବା ଜଣାପଡିଛି। ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଳାଦ୍ରୀଭୂଷଣ ବେହେରା ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମ୍ପୃକ୍ତ ଯୁବକକୁ ଉଦ୍ଧାର କରି ଥାନାରେ ଅଟକ ରଖିଛି।

ସମ୍ପୃକ୍ତ ଯୁବକଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ, ରେଳ ଟିକେଟ, ଆଧାରକାର୍ଡ, କିଛି ଟଙ୍କା ଓ ନିଶାଦ୍ରବ୍ୟ ଆଦି ଜବତ ହୋଇଛି। ଆଧାରକାର୍ଡ ଆଧାରରେ ସମ୍ପୃକ୍ତ ବ୍ୟକ୍ତି ଜଣକ କଲିକତା ବର୍ଦ୍ଧମାନ ଅଞ୍ଚଳର ପ୍ରତାପ ବାଗଡ଼ି (୩୩) ବୋଲି ଜଣାପଡିଛି।

ଯୁବକକୁ ୩୬୦/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବିଦ୍ୟାଳୟର ସିସି ଟିଭି ଯାଞ୍ଚ କରି ତଦନ୍ତ ଜାରି ରହିଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି। ଏଭଳି ଅପ୍ରୀତିକର ପରିସ୍ଥିତି ନେଇ ଅଭିଭାବକ ମହଲରେ ଅସନ୍ତୋଷ ବାତାବରଣ ଦେଖା ଯାଇଥିବା ବେଳେ ବିଦ୍ୟାଳୟର ସୁରକ୍ଷା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବାଲୁଗାଁ ସ୍କୁଲ ପରିସର
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.