Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ତ୍ତିକ ପାଣ୍ଡିଆନଙ୍କ ବଡ ଘୋଷଣା, କହିଲେ ମୁଁ ନିର୍ବାଚନ ଲଢିବି ନାହିଁ; ବିରୋଧୀଙ୍କ ମୁହଁ ନାଲି
ଆଜିର ଖବର

କାର୍ତ୍ତିକ ପାଣ୍ଡିଆନଙ୍କ ବଡ ଘୋଷଣା, କହିଲେ ମୁଁ ନିର୍ବାଚନ ଲଢିବି ନାହିଁ; ବିରୋଧୀଙ୍କ ମୁହଁ ନାଲି

December 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାର୍ତ୍ତିକ ପାଣ୍ଡିଆନଙ୍କ ବଡ ଘୋଷଣା, କହିଲେ ମୁଁ ନିର୍ବାଚନ ଲଢିବି ନାହିଁ; ବିରୋଧୀଙ୍କ ମୁହଁ ନାଲି

ଭୁବନେଶ୍ବର: ଆଜି ପୁଣି ବିରୋଧୀଙ୍କୁ ଏକ ମାଷ୍ଟରଷ୍ଟ୍ରୋକ ଦେଇଛନ୍ତି ବିଜେଡି ନେତା ତଥା 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ। ଆଜି ବିଜେଡି କାର୍ଯ୍ୟକାରିଣୀ ବୈଠକରେ ସେ କହିଛନ୍ତି ଯେ ମୁଁ ଚଳିତ ନିର୍ବାଚନରେ ଲଢେଇ କରୁ ନାହିଁ। ଏ ନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି। ସେ କହିଲେ ଯେ, ଭି କେ ପାଣ୍ଡିଆନ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ ବିରୋଧୀ ଯେଉଁ କଳ୍ପନାଜଳ୍ପନା କରିଥିଲେ ଯେ, ପାଣ୍ଡିଆନ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ କିମ୍ବା ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ହେଲେ ସେହି ଚର୍ଚ୍ଚାରେ ଏବେ ବିରାମ ଲାଗିଛି। ତେବେ ଦେବୀ ମିଶ୍ରଙ୍କ କହିବା କଥା ଯେ, ପାଣ୍ଡିଆନ ଦଳକୁ ସଶକ୍ତ କରିବା ପାଇଁ ସବୁ ପ୍ରକାରର କାର୍ଯ୍ୟ କରିବେ।

ସେ ପୁଣି କହିଛନ୍ତି ଯେ, ଯଦି ପାଣ୍ଡିଆନ ଚାହିଁବେ ତେବେ ସେ ନିର୍ବାଚନରେ ଲଢେଇ କରିପାରିବେ। କାରଣ ସେ ବର୍ତ୍ତମାନ ଆଇଏଏସ ଚାକିରୀ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। କିନ୍ତୁ ସେ ଏଥର ନିର୍ବାଚନରେ ଲଢେଇ କରିବେ ନାହିଁ ବୋଲି ନିଷ୍ପତି କରିଛନ୍ତି। ସେ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ସାରା ରାଜ୍ୟରେ ତ୍ବରାନିତ କରିବା ସହିତ ଦଳକୁ ଆହୁରି ମଜବୁତ କରିବେ ବୋଲି ଦେବୀ କହିଛନ୍ତି।

ଆଜି ଶଙ୍ଖଭବନରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ବିଜେଡିର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେଇ ଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ତାଙ୍କର ଭାଷଣ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେହିପରି ଦଳର ନେତା ପାଣ୍ଡିଆନ ଭାଷଣ ଦେଇ ସେ ନିର୍ବାଚନ ଲଢେଇ କରିବେ ନାହିଁ ବୋଲି ଘୋଷଣା କରିଥିଲେ।

ଆଇଏଏସ ଅଫିସର ଥିବା ବେଳେ ପାଣ୍ଡିଆନ କାହିଁକି ଚାକିରୀ ଛାଡି ଦଳରେ ସାମିଲ ହେଉ ନାହିଁନ୍ତି ବୋଲି ବିରୋଧୀ ସେତେବେଳେ ଆହ୍ବାନ ଦେଉଥିଲେ। ହେଲେ ପରବର୍ତ୍ତି ସମୟରେ ସେ ଚାକିରୀ ଛାଡି ଦଳରେ ସାମିଲ ହେଲେ। ଯାହା ଫଳରେ ବିରୋଧୀଙ୍କୁ ମୁହଁ ଚୁପ ହୋଇଗଲା। ଏହାପରେ ସେମାନେ ପାଣ୍ଡିଆନଙ୍କ ନାମରେ ପରୋକ୍ଷରେ ଏକ ପ୍ରଚାର କଲେ। ତାହା ହେଲା ଯେ, ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହେବେ। ହେଲେ ପାଣ୍ଡିଆନଙ୍କ ଆଜିର ଘୋଷଣା ପରେ ବିରୋଧୀ ମୁହଁ ନାଲି ପଡିଯାଇଛି।

BJD VKPandiayan ପାଣ୍ଡିଆନ ବିଜେଡି ଭିକେପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026
Latest News

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ

April 12, 2026

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପ୍ରମୁଖ ଜନ ସଂଗୋଷ୍ଠୀ

April 12, 2026

କରେଣ୍ଟ ଲାଗି ତିନି ଦଣ୍ଡୁଆ ମୃତ

April 12, 2026

କୂଅରୁ ମୃତଦେହ ଉଦ୍ଧାର: ୧୨ଜଣ ଗିରଫ

April 12, 2026

ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ: ପେନସନ ଓ ସାମାଜିକ ସୁରକ୍ଷା ଦାବୀ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.