Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୭ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟା: ସମ୍ମାନିତ ହେଲେ ସାତ ପ୍ରଖ୍ୟାତ ନୃତ୍ୟଶିଳ୍ପୀ
ଆଜିର ଖବର

୧୭ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟା: ସମ୍ମାନିତ ହେଲେ ସାତ ପ୍ରଖ୍ୟାତ ନୃତ୍ୟଶିଳ୍ପୀ

December 18, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଆୟୋଜିତ ତିନି ଦିନିଆ ୧୭ ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଭଂଜକଳାମଣ୍ଡପ ଠାରେ ଆରମ୍ଭ ହୋଇଛି। କୁଚିପୁଡ଼ି, ଭାରତନାଟ୍ୟମ, ଓଡିଶୀ, କଥାକଲି ଭଳି ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟର ପ୍ରତିଷ୍ଠିତ ସାତଜଣ ନୃତ୍ୟଶିଳ୍ପୀଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯାଇଛି।

ଆଜି ସନ୍ଧ୍ୟାରେ କୁଚିପୁଡ଼ି, କଥାକ, କଥାକଲି, ଓଡିଶୀ, ଭାରତନାଟ୍ୟମ ଆଦି ଦେଶର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ପ୍ରସିଦ୍ଧି ଲlଭ କରିଥିବା ନୃତ୍ୟ ଶିଳ୍ପୀଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଦୀର୍ଘ ୧୭ ବର୍ଷ ହେଲା ଦେବଦାସୀ ନୃତ୍ୟ ମନ୍ଦିର ନୃତ୍ୟ କଳା ଓ ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜିତ କରିଆସୁଛି। ଦେବଦାସୀ ନୃତ୍ୟ ମନ୍ଦିରର ପ୍ରତିଷ୍ଠାତା ମନୋଜ ଜେନାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପଟ୍ଟଶାଣୀ, ଜାତୀୟ ମାନବାଧିକାର କମିଶନ କୋର ସଦସ୍ୟ ମନୋଜ ଜେନା, ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଡ୍ୟାନ୍ସ ଇଣ୍ଡିଆ ମାଗାଜିନ ସମ୍ପାଦକ ବିକ୍ରମ ଗୌଡ଼, ସାଇ ଭେଙ୍କଟେଶ, ବିଜୟ ନନ୍ଦ ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ନୃତ୍ୟ, କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଜଗବନ୍ଧୁ ଜେନାଙ୍କ ପ୍ରଚେଷ୍ଟାକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ। ପ୍ରତିଷ୍ଠିତ କଥାକ ନୃତ୍ୟଶିଳ୍ପୀ ପାରିମିତା ମୈତ୍ର, ମୋହିନୀ ଅର୍କାମ ନୃତ୍ୟ ଶିଳ୍ପୀ ଚିତ୍ରା ସୁକୁମାରାନ, ମାହାରୀ ନୃତ୍ୟ ଶିଳ୍ପୀ ରୂପଶ୍ରୀ ମହାପାତ୍ର, ଓଡିଶୀ ରେ ସୁଜାତା ନାୟକ ଆଦିଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଓଡିଶୀ ଗୁରୁ ଦେବମିତା ସାହୁ ଓ ନାୟିକା ନୀଳପଦ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଓଡିଶୀ କୁଚିପୁଡ଼ି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 27, 2026

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026

ଆଜି ଅଗଷ୍ଟ ୨୭ରେ ଏହି ସାତୋଟି ରାଶିର ବ୍ୟକ୍ତିଙ୍କ ବଢିବ ଧନ, ଜାଣନ୍ତୁ ରାଶିଫଳ

August 27, 2026
Latest News

ଆଜି ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

August 27, 2026

ପର୍ଯ୍ୟାପ୍ତ ପିଆଜ ଉପଲବ୍ଧତା ଏବଂ ଋତୁକାଳୀନ ଦରବୃଦ୍ଧି ନିୟନ୍ତ୍ରଣ ଲାଗି ସରକାରଙ୍କ ସକ୍ରିୟ ପଦକ୍ଷେପ

August 27, 2026

ନେପାଳରେ ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 27, 2026

ଦୁର୍ଘଟଣାରେ ଜୀବନ ହାରିଲେ ପୂର୍ବତନ ସରପଞ୍ଚ ତଥା ପିଇଓ ମୁନେସ ପ୍ରଧାନ

August 27, 2026

ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ବିୟୋଗରେ ବାଚସ୍ପତିଙ୍କ ଗଭୀର ଶୋକବ୍ୟକ୍ତ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.